/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659076233.jpg)
'Rashtrapatni' Row
ବେଲଗାମ୍ ତୁଣ୍ଡ ପାଇଁ ସବୁବେଳେ ବିବାଦରେ ରହିଆସିଛନ୍ତି ଅଧୀର ଚୌଧୁରୀ। କିନ୍ତୁ ଏଥର ବିବାଦ ରାଷ୍ଟ୍ରର ମହାମହିମଙ୍କୁ ନେଇ। ସେ ଦେଇଥିବା ରାଷ୍ଟ୍ରପତ୍ନୀ ମନ୍ତବ୍ୟକୁ ନେଇ ସଂସଦ ହୁଲୁସ୍ତୁଲ। କଂଗ୍ରେସ ନେତା ଅଧିର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁରେ ବିବାଦୀୟ ମନ୍ତବ୍ୟ ଦେବାପରେ ଚାରିଆଡୁ ବିରୋଧର ସ୍ୱର ତେଜିବାରେ ଲାଗିଛି। ଏପରିକି କଂଗ୍ରେସ ନେତା ଅଧିର ରଂଜନ କ୍ଷମା ମାଗିବା ପାଇଁ ସଂସଦରେ ବିରୋଧୀଙ୍କ ଦାବି। ରାଷ୍ଟ୍ରପତ୍ନୀ ମନ୍ତବ୍ୟ ପାଇଁ ସଂସଦରେ ବିଜେପିର ହଙ୍ଗାମା।
ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ କଲା ଭଳି ଶବ୍ଦ ପ୍ରୟୋଗ କରିି ତୀବ୍ର ସମାଲୋଚିତ ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ଗତ ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଣମାଧ୍ୟମରେ ଆପତ୍ତିଜନକ ସମ୍ବୋଧନ କରିବା ପରେ, ସଂସଦରୁ ସଡ଼କ ଯାଏ ବିଜେପି ଗର୍ଜନ କରିଛି।
ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ, ଦେଶର ସର୍ବପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚନକ ଟିପ୍ପଣୀ ପ୍ରତିବାଦରେ ସଂସଦର ଉଭୟ ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ। ସଂସଦ ଭବନ ବାହାରେ ବି ଦଳୀୟ ସାଂସଦ ଓ ମନ୍ତ୍ରିମଣ୍ଡଳର ମହିଳା ସଦସ୍ୟଙ୍କ ତୀବ୍ର ପ୍ରତିବାଦ କରିଥିଲେ। ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ସହ ସୋନିଆ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା କରିଛି ଦଳ। ଅପରପକ୍ଷେ ଏହି ପ୍ରସଙ୍ଗରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛି ଜାତୀୟ ମହିଳା କମିଶନ୍। ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପାଇଁ ଅଧିର ରଞ୍ଜନଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଏନବିଡବ୍ଲ୍ୟୁ।
— Adhir Chowdhury (@adhirrcinc) July 28, 2022
ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ସଫେଇ ଦେଇ ଅଧିର ରଞ୍ଜନ କହିଛନ୍ତି ଭୁଲ୍ରେ ପାଟିରୁ ଖସିଯାଇଥିଲା। ଏଥିପାଇଁ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବି, କିନ୍ତୁ ବିଜେପିକୁ ନୁହେଁ। ଯଦି ମୁଁ ଭୁଲ କରିଛି, ମୋତେ ଫାଶୀ ଦିଅ। କିନ୍ତୁ ସୋନିଆ ମ୍ୟାଡମଙ୍କୁ ଏଥିରେ ସାମିଲ କରାଅନି। ସେ ଆହୁରି କହିଛନ୍ତି- ଭାରତର ରାଷ୍ଟ୍ରପତି ଜଣେ ବ୍ରାହ୍ମଣ ହୁଅନ୍ତୁ ଅବା ଆଦିବାସୀ... ରାଷ୍ଟ୍ରପତି ହିଁ ରାଷ୍ଟ୍ରପତି। ଗୋଟିଏ ଧାରଣାରେ ଆମେ ବସିଥିବା ସମୟରେ ଜଣେ ରିପୋର୍ଟରଙ୍କ ପ୍ରଶ୍ନରେ ଉତ୍ତରରେ କହିଛିଲି ଯେ ଆମେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ଯାଉଛୁ। କିନ୍ତୁ ଥରୁଟିଏ ରାଷ୍ଟ୍ରପତ୍ନୀ ବୋଲି ପାଟିରୁ ଖସିଆସିଥିଲା। ଅପରପକ୍ଷେ ଏହି ପ୍ରସଙ୍ଗରେ ମୁହଁ ଖୋଲି ସୋନିଆ କହିଛନ୍ତି ଅଧୀର ଏ ସଂପର୍କରେ କ୍ଷମା ମାଗି ସାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)