• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାମିଲନାଡ଼ୁରେ ଉତ୍ତର ଭାରତୀୟ ଶ୍ରମିକଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କମ୍ପାନି ଓ ଅନ୍ୟ ସେକ୍ଟରରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ବଢ଼ାଇବା ସହ ମାଲିକଙ୍କୁ ବି ଏଥିପ୍ରତି ସତର୍କ ରହିବାକୁ ସୂଚନା ଜାରି କରିଛି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ତାମିଲନାଡ଼ୁ ଶାସନ ସଚିବଙ୍କ ସହ ଆଲୋଚନା କରି ପୁରା ଘଟଣା ଉପରେ ନଜର ରଖିଛନ୍ତି ।

ସେପଟେ ତାମିଲନାଡ଼ୁ ରାଜ୍ୟପାଳ ଉତ୍ତର ଭାରତୀୟ ଶ୍ରମିକଙ୍କୁ ନଡରିବାକୁ କହିଛନ୍ତି । ତାମିଲନାଡ଼ୁର ଲୋକେ ଅତ୍ୟନ୍ତ ସରଳ ଓ ଭଲ, କୌଣସିମତେ ଡରିବା ଆବଶ୍ୟକ ନାହିଁ ବୋଲି ରାଜ୍ୟପାଳଙ୍କ ଅଫିସରୁ ସୂଚନା ଜାରି ହୋଇଛି ।

ଅନ୍ୟପଟେ ବିହାର ସରକାର ଓ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । ସଚିବ ସ୍ତରୀୟ ଏକ ସ୍ୱତନ୍ତ୍ର ଟିମ୍ ଚେନ୍ନାଇ ଗସ୍ତ କରିଛିା ସମ୍ବେଦନଶୀଳ ଜିଲ୍ଲାରେ ହେଲପଲାଇନ୍ ଜାରି କରାଯାଇଛି । ସବୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।

ସୂଚନାଯୋଗ୍ୟ ତାମିଲନାଡ଼ୁରେ କାମ କରୁଥିବା ଅନେକ ଉତ୍ତର ଭାରତୀୟ ଶ୍ରମିକ ମାନେ ଏବେ ଆଶଙ୍କାରେ । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଉତ୍ତର ଭାରତରୁ କାମ କରିବାକୁ ଯାଇଥିବା ଶ୍ରମିକଙ୍କ ସହ ନିର୍ଯାତନା ହେଉଥିବା ଘଟଣା ଅଭିଯୋଗ ହୋଇଥିଲା ।

ଶ୍ରମିକଙ୍କୁ ମାଡ଼ ସମ୍ପର୍କିତ ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି । ରାଜ୍ୟରେ କାମ କରୁଥିବା ଅନେକ ଶ୍ରମିକ କାମ ଛାଡ଼ି ନିଜ ରାଜ୍ୟକୁ ଫେରିବାକୁ ଲାଗିଛନ୍ତି ।