ତିହାର ଜେଲ୍‌ରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କ ଏଭଳି ଚିଠିକୁ ନେଇ ଖୁବ୍‌ ଚର୍ଚ୍ଚା

କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିନା ଅନୁମତିରେ ଏଭଳି କରିଥିବାରୁ ତା’ର ଉତ୍ତର ରଖିବାକୁ କୁହାଯାଇଛି ।

Delhi Former AAP Minister Satyendra Jain Wrote Letter To Jail Superintendent

‘ମୁଁ ଆଉ ଏକା ରହିପାରୁନି । ମୋତେ ସାଥି ଦରକାର । ଡାକ୍ତର ଦେଇଛନ୍ତି ପରାମର୍ଶ । ମୁଁ ଏକା ରହିଲେ ଅସୁସ୍ଥ ହୋଇଯିବି । ସାଧାରଣ ଭାବେ ଅନ୍ୟ କାହା ସହ ବାର୍ତ୍ତାଳପ କରିବା ପାଇଁ ମୋର ସାଥୀ ଦରକାର ।’

ଏଭଳି ଏକ ଚିଠି ଲେଖିଛନ୍ତି ଦିଲ୍ଲୀର ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ୍‌ । ଯିଏ କି ଏବେ ତିହାର ଜେଲ୍‌ ନମ୍ବର ୭ରେ ରହୁଛନ୍ତି । ସେ ଉକ୍ତ ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କୁ ଏଭଳି ଏକ ଚିଠି ଲେଖିଛନ୍ତି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଲା, ସତ୍ୟେନ୍ଦ୍ର ଜୈନ୍ ଚିଠି ଲେଖୁ ଲେଖୁ ଏହାକୁ ପୁରଣ କରିଛନ୍ତି ଜେଲ୍‌ ସୁପରିଟେଣ୍ଡେଣ୍ଟ । ସତ୍ୟେନ୍ଦ୍ରଙ୍କ ସହ ରହିବା ପାଇଁ, ତାଙ୍କ ସେଲ୍‌କୁ ଦୁଇ ଜଣ କଏଦୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିଛନ୍ତି । ତେବେ ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାସହ ଏହି ନିଷ୍ପତ୍ତି ତାଙ୍କ ପାଇଁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିନା ଅନୁମତିରେ ଏଭଳି କରିଥିବାରୁ ତା’ର ଉତ୍ତର ରଖିବାକୁ କୁହାଯାଇଛି ।

Satyendra Jain Wrote Letter To Jail Superintendent

ସେ ଜେଲ୍‌ ବିଭାଗର ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତି ତଥା ତାଙ୍କୁ ନଜଣାଇ ଏଭଳି କରିଥିବା ସୂଚନା ରହିଛି । ଯେତେବେଳେ ଜେଲ୍‌ ବିଭାଗର ଉପରିସ୍ଥ ଅଧିକାରୀ ଏହି ଘଟଣା ଜାଣିବାକୁ ପାଇଲେ, ସେତେବେଳେ ସୁପରିଟେଣ୍ଡେଣ୍ଟଙ୍କୁ ତାଗିଦ କରାଯାଇଥିଲା । ଆଉ ତୁରନ୍ତ ଦୁଇ କଏଦୀଙ୍କୁ ସେମାନଙ୍କ ପୁରୁଣା ସେଲ୍‌କୁ ପଠାଇ ଦିଆଗଲା। । ଅର୍ଥାତ୍ ଏବେ ପୁଣି ନିଜ ସେଲ୍‌ରେ ଏକା ହୋଇଗଲେ ଦିଲ୍ଲୀ ଆପ୍ ସରକାରର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । 

ସତ୍ୟେନ୍ଦ୍ର ଜୈନ୍‌ ହେଉଛନ୍ତି ଦିଲ୍ଲୀ ଆପ୍‌ ସରକାରର ପୂର୍ବତନ ମନ୍ତ୍ରୀ । ତାଙ୍କୁ ଟଙ୍କା ହେରଫେର ବା ମନି ଲଣ୍ଡରିଂ ମାମଲାରେ ଗିରଫ କରି ଜେଲ୍‌ରେ ରଖାଯାଇଛି । ଗତବର୍ଷ ମେ’ରେ ED ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ, ଆପ୍‌ ନେତା ମନିଶ ସିସୋଦିଆଙ୍କୁ ମଧ୍ୟ ଗିରଫ କରି ତିହାର ଜେଲ୍‌ରେ ରଖାଯାଇଛି । ତାଙ୍କୁ ଗତ ପେବୃଆରୀ ୨୬ରେ ସିବିଆଇ ଗିରଫ କରିଛି ।