• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେସିଡେଣ୍ଟ ଅଫ ଭାରତକୁ ନେଇ ଜୋର ଧରିଲା ଚର୍ଚ୍ଚା । G20 ପାଇଁ ପ୍ରେସିଡେନସିଆଲ ଇନଭିଟେସନରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାଯାଇଥିବା କଂଗ୍ରେସ ଅଭିଯୋଗ ଆଣିଛି । ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଥିବା ଏକ ଇନଭିଟେସନ ଦେଖିବାକୁ ମିଳିଛି । ଏଭଳି ଲେଖା ଦେଶ ପାଇଁ ଅପମାନ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ସେପଟେ ଭାରତକୁ କଂଗ୍ରେସର ଏତେ ଡର କାହିଁକି ବୋଲି ବିଜେପିର ପ୍ରଶ୍ନ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଚାରିଛନ୍ତି ଯେ ‘କଂଗ୍ରେସର ଅସୁବିଧା କଣ ? ଦେଶର ସମ୍ମାନ ଓ ଗୌରବ ସହ ଜଡିତ ପ୍ରତ୍ୟେକ ବିଷୟ ଉପରେ କଂଗ୍ରେସ କାହିଁକି ଏତେ ଆପତ୍ତି କରୁଛି ? ‘ଭାରତ ଯୋଡୋ’ ନାମରେ ରାଜନୈତିକ ଯାତ୍ରା କରୁଥିବା କଂଗ୍ରେସ ଭାରତ ମାତା କି ଜୟ ସ୍ଲୋଗାନକୁ କାହିଁକି ଘୃଣା କରୁଛି ? ଏଥିରୁ ସ୍ପଷ୍ଟ ଯେ କଂଗ୍ରେସର ମନରେ ନା ଦେଶ ପ୍ରତି ସମ୍ମାନ ଅଛି, ନା ଦେଶର ସମ୍ବିଧାନ ପ୍ରତି ନା ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ ଅଛି । ଏମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିବାରର ପ୍ରଶଂସା ପାଇଁ ଚିନ୍ତିତ । କଂଗ୍ରେସର ଜାତୀୟ ବିରୋଧୀ ତଥା ସାମ୍ବିଧାନିକ ବିରୋଧୀ ଉଦ୍ଦେଶ୍ୟକୁ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି।’  ତେବେ ବିରୋଧୀଙ୍କ ଏଭଳି ଅଭିଯୋଗ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଣ୍ଡିଆ ହିଁ ଭାରତ । ଏହାକୁ ସମ୍ବିଧାନ ପ୍ରଣେତା ମାନେ ସମ୍ବିଧାନରେ ଉଲ୍ଲେଖ କରିଛନ୍ତି । ଆପ୍ ଓ କଂଗ୍ରେସ ଏହାକୁ ସମାଲୋଚନା କରିବା ପରେ ଏଭଳି କିଛି ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ ଏନେଇ ସେ ମତ ରଖିଛନ୍ତି । ସେହିପରି ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ‘ଭାରତ ମାତା କି ଜୟ’ ବୋଲି ଲେଖିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।

 

ଆସନ୍ତୁ ଜାଣିବା ସମ୍ବିଧାନ ଓ ସୁପ୍ରିମକୋର୍ଟରେ ଏନେଇ କ’ଣ ନିୟମ ରହିଛି..

ସମ୍ବିଧାନର ଧାରା ୧ ରେ ରହିଛି ଯେ ଇଣ୍ଡିଆ ହିଁ ଭାରତ । ଉଭୟ ହିଁ ଆମ ଦେଶର ନାମ । ମାର୍ଚ୍ଚ ୨୦୧୬ରେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭାରତ ବା ଇଣ୍ତିଆ..ଆପଣ ଯଦି ଭାରତ କହିବାକୁ ଚାହୁଁଛନ୍ତି, ତେବେ କୁହନ୍ତୁ । ଯଦି କେହି ଇଣ୍ତିଆ କହିବାକୁ ଚାହୁଁଛନ୍ତି ତ ଇଣ୍ତିଆ କୁହନ୍ତୁ ।

ଯଦି ସରକାର ଏହି ନାମକରଣରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ଯେମିତି ଇଣ୍ତିଆ ନାମକୁ ହଟାଇ କେବଳ ଭାରତ ରଖିବାକୁ ଚାହୁଁଛନ୍ତି । ତେବେ ସମ୍ବିଧାନ ଧାରା ୧ରେ ସଂଶୋଧନ ଲାଗି ଏକ ବିଲ୍‌ ଆଣିବାକୁ ପଡ଼ିବ । ଧାରା ୩୬୮ ଅନୁଯାୟୀ ସାମାନ୍ୟ ସଂଖ୍ୟା ଗରିଷ୍ଠତାରେ ମଧ୍ୟ ଏଡି ବିଲ୍ ପ୍ରସ୍ତୁତ ହୋଇପାରିବ।