Advertisment

କେରଳ ବିସ୍ଫୋରଣ: ଆତ୍ମସମର୍ପଣକାରୀଙ୍କ ଖୁଲାସା, ସଙ୍ଗଠନ କାର୍ଯ୍ୟରେ ଅତିଷ୍ଠ ହୋଇ ବ୍ଲାଷ୍ଟ କରିଥିବା ସ୍ୱୀକାର

ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି।

Kerala Blast

Kerala Blast

Advertisment

କେରଳ ବିସ୍ଫୋରଣରେ ଆତ୍ମସମର୍ପଣକାରୀଙ୍କ ଖୁଲାସାକୁ ନେଇ ହଇଚଇ। ସରେଣ୍ଡର କରିଥିବା ଡୋମିନିକ ମାର୍ଟିନ ନାମକ ଏହି ବ୍ୟକ୍ତି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରାର୍ଥନାସଭା ଆୟୋଜନ କରୁଥିବା ‘ଜେହୋଭା’ସ ୱିଟନେସେସ୍ ବା JWSର ସେ ହେଉଛନ୍ତି ସଦସ୍ୟ। ତେବେ ସଙ୍ଗଠନର ଧର୍ମୀୟ ବିଚାରାଧାର ସହ ସେ ସହମତ ନଥିଲେ। ସେମାନଙ୍କ କାର୍ଯ୍ୟକଳାପ ଦେଶ ବିରୋଧୀ ବୋଲି ମନେ କରୁଥିଲେ। କାରଣ ସେମାନେ ଦେଶର ଯୁବବର୍ଗଙ୍କ ମୁଣ୍ଡରେ ବିଷ ଭର୍ତ୍ତି କରୁଛନ୍ତି। ସେ ଏସବୁ ନ କରିବା ପାଇଁ ସେମାନଙ୍କୁ ଚେତାବନୀ ଦେଇଥିଲେ । ହେଲେ ସେମାନେ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ପ୍ରାର୍ଥନା ସଭାରେ ବମ୍ ବ୍ଲାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିବା ଡୋମିନିକ କହିଛନ୍ତି।

Advertisment

ସେହିଭଳି ପ୍ରାର୍ଥନାସଭା ଆୟୋଜନକାରୀ ସମ୍ପ୍ରଦାୟ ଛୋଟ ଛୋଟ ପିଲାଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାରଣ କରିଛନ୍ତି। ଏଥି ସହିତ ଭୋଟ ନଦେବା, ସରକାରୀ ଚାକିରି ନକରିବା ଏବଂ ସେନାରେ ୟଯୋଗ ନଦେବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି। ଏସବୁ କାର୍ଯ୍ୟକଳାପକୁ ସେ ସବୁବେଳେ ପ୍ରତିବାଦ କରିଆସୁଥିବା ଡୋମିନିକ କହିଛନ୍ତି। ତେଣୁ ସେମାନଙ୍କୁ ଶିକ୍ଷା ଦେବାଲାଗି ବୋମା ବିସ୍ଫୋରଣ କରିଥିବା କହିଛନ୍ତି। ପ୍ରାର୍ଥନା ସଭାବେଳେ ଟିଫିନରେ ବୋମା ନେଇ ଯାଇଥିବା ମଧ୍ୟ ସେ ଖୁଲାସା କରିଛନ୍ତି। ଆତ୍ମସମର୍ପଣ ପୂର୍ବରୁ ଏକ ଭିଡିଓରେ ଡୋମିନିକ ଏସବୁ କହିଥିଲେ।

ଗତକାଲି ସକାଳେ ଏର୍ଣ୍ଣାକୁଲମସ୍ଥିତ କନ୍ ଭେନସନ୍ ହଲରେ JWS ପକ୍ଷରୁ ଆୟୋଜିତ ପ୍ରାର୍ଥନା ସଭାରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। କେରଳ ସରକାର ମାମଲାର ତଦନ୍ତ ପାଇଁ ଏକ ୨୦ ଜଣିଆ ଟିମ୍ ଗଠନ କରିଛନ୍ତି। ନୂଆଦିଲ୍ଲୀରୁ NSGର ଏକ ସ୍ପେଶାଲ ଟିମ୍ ମଧ୍ୟ ଏର୍ଣ୍ଣାକୁଲମାରେ ପହଞ୍ଚିଛନ୍ତି। ତଦନ୍ତକାରୀ ଏଜେନ୍ସୀ ପ୍ରାୟ ୭୦ଟି ସିସିଟିଭି ଭିଜୁଆଲକୁ ନେଇ ତନାଘନା ଚଳାଇଛନ୍ତି। 

Advertisment
India News Bomb Blast Kerala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ