• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଠେଲାପେଲା, ଧସ୍ତାଧସ୍ତି ପୋଲିସ ସହ ମୁହାଁମୁହିଁ । ଦର ବୃଦ୍ଧି, ବେରୋଜଗାରୀ ଓ ଜିଏସ୍ଟି ବୃଦ୍ଧିକୁ ନେଇ କଂଗ୍ରେସର ଯୁଦ୍ଧଂଦେହୀ ବ୍ଲାକ୍ ଫ୍ରାଇଡେ ପାଳିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ ଗର୍ଜିଛି କଂଗ୍ରେସ । ଆଜିର ଆନ୍ଦୋଳନର ଆଗରେ ରହିଥିଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା ସୋନିଆ ଓ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ ସାସଂଦ କଳାପୋଷାକ ପିନ୍ଧି ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ ।

ତେବେ ସେମାନଙ୍କୁ ବିଜୟ ଚୌକଠାରେ ଇଟକାଇଥିଲା ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧି, ଶଶୀ ଥରରୁ , ହରୀଶ ରାୱାତ ଓ ମଲିକାର୍ଜୁନ ଖାଗ୍‌ଡେଙ୍କ ସମେତ ଅନ୍ୟ ସାଂସଦ ଓ ବରିଷ୍ଠ ନେତାଙ୍କୁ କିଙ୍ଗ୍ସ-ୱେ ପୋଲିସ୍ କ୍ୟାମ୍ପରେ ଅଟକ ରଖାଯାଇଥିଲା । ଦିଲ୍ଲୀରେ ୧୪୪ ଧାରା ଜାରି ସତ୍ତ୍ୱେ ଏହାକୁ ବେଖାତିର କରି ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ନେତା ।

ତେଣେ କଂଗ୍ରେସ ମୁଖ୍ୟାଳୟ ବାହାରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପ୍ରିୟଙ୍କା ପ୍ରିୟଙ୍କା ପୋଲିସ ବ୍ୟାରିକେଡ୍ ଡେଇଁବା ସହ ଧାରଣାରେ ବସିଥିଲେ । ତେବେ ମହିଳା ପୋଲିସ କର୍ମଚାରୀ ତାଙ୍କୁ ଟେକି ଟେକି ନେଇ ଗାଡିରେ ବସାଇ ଥିଲେ । ପୋଲିସ ପ୍ରିୟକାଙ୍କୁ ଉଠାଇ ନେବା ବେଳେ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି ।

ସେହିପରି ପୋଲିସ ଦଳୀୟ ନେତାଙ୍କୁ ମାଡ଼ ମାରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଆନ୍ଦୋଳନ ଆଳରେ କଂଗ୍ରେସ ଦୁର୍ନୀତିକୁ ଲୁଚାଇବାକୁ ଉଦ୍ୟମ କରୁଥିବା ପାଲଟା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ସେପଟେ ଦିଲ୍ଲୀ ଭଳି ବିଭିନ୍ନ ରାଜ୍ୟରେ ବି କଂଗ୍ରେସ ପକ୍ଷରୁ କେନ୍ଦ୍ର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ରାଜଭବନ ଆଗରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା । କଂଗ୍ରେସ ନେତା ଓ କର୍ମୀ ରାଜଭବନ ଅଭିମୂଖ୍ୟ ଯାଉଥିବାଳେ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବ୍ୟାରକେଡ୍ ଡେଇଁବା ସହ କେନ୍ଦ୍ର ଉପରେ ବର୍ଷିଥିଲେ । ତେବେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଆଗକୁ ବଢିବାକୁ ଅନୁମତି ଦେଇନଥିଲା ।

ନ୍ୟାସନାଲ ହେରାଲ୍ଡ ନ୍ୟୁଜ୍‌ ପେପର ବେଆଇନ୍ ବିକ୍ରି ଓ ମନି ଲଣ୍ଡରିଂ ଅଭିଯୋଗକୁ ନେଇ କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ଜେରା, ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେଙ୍କୁ ପୁଣି ସମନ ଏବଂ ରାହୁଲ ଓ ସୋନିଆ ନିର୍ଦ୍ଦେଶକ ଥିବା ୟଙ୍ଗ ଇଣ୍ଡିଆ କଂପାନିଙ୍କୁ ଗତକାଲି ଇଡି ସିଲ୍ କରିବା ପରେ ତାକୁ କାଉଣ୍ଟର ପାଇଁ କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଥିବା କୁହାଯାଉଛି ।