Advertisment

ସିବଲଙ୍କ କଟାକ୍ଷ ! ‘ଦାରିଦ୍ରତା-ଭୋକିଲା କ୍ଷେତ୍ରରେ ଭାରତ ବିଶ୍ୱଗୁରୁ’

ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍‌ କରିଛି ।

Kapil Sibal

Kapil Sibal

Advertisment

ନୂଆଦିଲ୍ଲୀ: ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମୋଦି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସିବଲ ।

Advertisment

ସିବଲ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସିବଲ କହିଛନ୍ତି ଯେ, ଦାରିଦ୍ରତା ମାନକରେ ଭାରତର ସ୍ଥାନ ପାକିସ୍ତାନ ସମେତ ଅନ୍ୟ ପଡ଼ୋଶୀଙ୍କଠାରୁ ବି ତଳେ ରହିଛି । ଗତବର୍ଷ ଭାରତର ସ୍ଥାନ ୯୪ ଥିବାବେଳେ ଏଥର ୧୦୧କୁ ଖସି ଆସିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 

Advertisment

ଟ୍ୱିଟ୍ ମାଧ୍ୟମରେ ସିବଲ ତତ୍ସଲ୍ୟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦାରିଦ୍ରତା ଓ ଭୋକିଲା କ୍ଷେତ୍ରରେ ଭାରତକୁ ବିଶ୍ୱଗୁରୁ କରିବାରେ ସକ୍ଷମ ହୋଇଛନ୍ତି । ଗତବର୍ଷ ୧୦୭ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୪ ଥିଲା କିନ୍ତୁ ଏବେ ୧୧୬ଟି ଦେଶ ମଧ୍ୟରୁ ଭାରତ ୧୦୧ ନମ୍ବର ସ୍ଥାନରେ ରହିଛି । ଖାଲି ସେତିକି ନୁହେଁ ନେପାଳ, ବାଂଲାଦେଶ, ମ୍ୟାନମାର ଓ ପାକିସ୍ତାନ, ଭାରତଠାରୁ ଉପରେ ଅଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ । ବିଶ୍ୱ ଭୋକିଲା ତାଲିକା (Global Hunger Index- GHI)ରେ ୧୦୧ତମ ସ୍ଥାନକୁ ଖସିଛି ଦେଶ । ୨୦୨୦ରେ ୯୪ତମ ସ୍ଥାନରେ ଥିଲା ଭାରତ । 

Advertisment

ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଥିବା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛନ୍ତି । ତାଲିକାର ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ, ୭୧ରେ ମିଆଁମାର, ୯୨ରେ ପାକିସ୍ତାନ ରହିଛି। ଚଳିତ ଥର ଭାରତର ହଙ୍ଗର ପଏଣ୍ଟ ୩୮.୮ରୁ ଖସି ୨.୮ରେ ପହଞ୍ଚିଛି । ସମାନ ଅବସ୍ଥା ୨୦୧୨ରେ ବି GHIରେ ପରିଲକ୍ଷିତ ହୋଇଥିଲା । ଚୀନ, ବ୍ରାଜିଲ, କୁଏତ ଭଳି ୧୮ଟି ରାଷ୍ଟ୍ର ଏହି ତାଲିକାର ଶୀର୍ଷ ୫ରେ ରହିଛନ୍ତି ।

ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି, ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟୁହାର ଭଳି ବିଭିନ୍ନ ଦିଗକୁ ନେଇ GHI ତାଲିକା ପ୍ରସ୍ତୁତ କରାଯାଇଥାଏ। ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି। ଗତ ଦୁଇ ବର୍ଷ ଧରି କରୋନା ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତରେ ବି କରୋନା ମହାମାରୀ କାୟା ବିସ୍ତାର କରିବା ପରେ ସ୍ଥିତି ବିଗିଡ଼ିଥିଲା। 

Narendra Modi Kapil Sibal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ