Advertisment

G-20 Summit : ମୋଦିଙ୍କ ନାମଫଳକରେ INDIA ବଦଳରେ ‘ଭାରତ’

G20 ସମ୍ମିଳନୀର ମଞ୍ଚରୁ ବିଶ୍ୱକୁ ‘ଭାରତ’ ବାର୍ତ୍ତା । ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’।

author-image
Prangyan Parimita
ଅଦ୍ୟତନ ହୋଇଛି
G20 Summit

G20 Summit

ଜି-୨୦ ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’।  G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେମ୍ ପ୍ଲେଟ୍ ବଦଳିଛି । ପୂର୍ବ ବର୍ଷ ଗୁଡ଼ିକରେ ଇଣ୍ଡିଆ ଲେଖାଯାଇ ଥିବା ବେଳେ ଏବର୍ଷ ଏଥିରେ ପରିବର୍ତ୍ତନ ହୋଇଛି । ଭାରତ ଲେଖାଥିବା ନେମ୍ ପ୍ଲେଟ୍ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ପ୍ରତିନିଧିତ୍ୱ କରୁଥିବା ଏଥିରୁ ସ୍ପଷ୍ଟ ସଙ୍କେତ ମିଳିଛି । ତେବେ ଏନେଇ ଆନୁଷ୍ଠାନିକ ଭାବରେ କୌଣସି ବୟାନ ଜାରି କରାଯାଇ ନାହିଁ ।  ଏହାପୂର୍ବରୁ G20 ପାଇଁ ଆମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଥିଲା ।

Advertisment

ରାଷ୍ଟ୍ରପତିଙ୍କ ଡିନର୍ ପ୍ରୋଗାମ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ASEAN ସମିଟର ନିମନ୍ତ୍ରଣ ପତ୍ରରେ ଭାରତ ଲେଖା ଯାଇଥିଲା । ଏପରିକି, ଇଣ୍ଡିଆର ନାଁ ବଦଳାଯାଇ ଭାରତ ରଖାଗଲେ ଏଥିରେ ସମ୍ମତି ଦେବାରେ ଆମର କୌଣସି ଆପତ୍ତି ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଥିଲା ଜାତିସଂଘା । ଗତ କିଛି ଦିନ ଧରି ଦେଶର ନାମ ପରିବତ୍ତର୍ନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ G20ରେ ଏତେ ବଡ଼ ପରିବର୍ତ୍ତନ ଦେଇଛି କିଛି ନୂଆ ସଙ୍କେତ । ତାସହ ନାଁ ପରିବର୍ତ୍ତନ ଦିଗରେ ସରକାରଙ୍କ ଆଭିମୁଖ୍ୟକୁ ଆଉ ପାଦେ ଆଗକୁ ବଢ଼ାଇଛି ।

ସେପଟେ ଆଫ୍ରିକୀୟ ୟୁନିୟନ ଜି-୨୦ର ନୂଆ ସଦସ୍ୟ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଜି ୨୦ ବୈଠକରେ ଅଧ୍ୟକ୍ଷତା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକୀୟ ୟୁନିୟନକୁ ନୂଆ ସଦସ୍ୟ ଭାବେ ସାମିଲ କରିବା ପାଇଁ ସଦସ୍ୟମାନଙ୍କ ସହମତି ଲୋଡିଥିଲେ। ଏହାକୁ ଉପସ୍ଥିତ ସଦସ୍ୟମାନେ ସମର୍ଥନ କରିବା ପରେ ଆଫ୍ରିକୀୟ ୟୁନିୟନ ଜି ୨୦ର ନୂଆ ସଦସ୍ୟ ଭାବେ ସ୍ଥାନ ପାଇଛି । ...

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି ଏଥରର G20 ସମ୍ମିଳନୀ । ନୂଆଦିଲ୍ଲୀ ଭାରତମଣ୍ଡପମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହେଉଛି । G20ର ପ୍ରଥମ ସେସନ୍ ONE EARTHରେ ବିଶ୍ୱରେ ଏକତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା ହେବା ବିଶ୍ୱରେ ବିଶ୍ୱାସର ଘୋର ଅଭାବ ଦେଖାଦେଇଛିା ତେଣୁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଆରମ୍ଭରୁ କହିଛନ୍ତି ।

ସୂଚନାଯୋଗ୍ୟଯେ, ମୋଦି ବିଶ୍ୱନେତାମାନଙ୍କୁ ସ୍ୱାଗତ କରିବା ସମୟରେ ଓଡ଼ିଶାର ଗୌରବ କୋଣାର୍କ ଚକ୍ରର ସାମ୍ନାରେ ଛିଡ଼ା ହୋଇଥିଲେ। ଏଠାରେ ଛିଡ଼ା ହୋଇ ସେ ଜଣଙ୍କ ପରେ ଜଣେ ବିଶ୍ୱ ନେତାଙ୍କୁ ପାଛୋଟି ନେଇଥିଲେ।

ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କ ଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ, ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି । ପର୍ଯ୍ୟାୟ କ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସକାଳେ ପ୍ରଥମେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲକମ୍ ସେରିମନି ହେବ। ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।

PM Modi Delhi G20 Summit Bharat
Advertisment
Advertisment