Advertisment

ମିଛ ଖବର, ୫୦୦ ଟଙ୍କିଆ ନୋଟରେ ନାହିଁ ରାମ ମନ୍ଦିର ଫଟୋ

ଭାଇରାଲ ହେଉଥିବା ପୋଷ୍ଟରେ ୫୦୦ ଟଙ୍କିଆ ନୋଟ୍‌ର ଏକ ଫଟୋ ଦେଖିବାକୁ ମିଳୁଛି। ଯେଉଁଥିରେ ଲାଲ୍‌ କିଲ୍ଲା ସ୍ଥାନରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି।

Fake Note

Fake Note

Advertisment

ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା। କିନ୍ତୁ ଏହାପୂର୍ବରୁ ରାମ ମନ୍ଦିର ଓ ଅଯୋଧ୍ୟାକୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହାରି ମଧ୍ୟରେ ଅନେକ ଭୁଲ ଓ ବିଭ୍ରାନ୍ତିକର ଖବର ଭାଇରାଲ ହେବାରେ ଲାଗିଛି। ଏହିପରି ଏକ ଭୁଲ ଖବର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ଯେଉଁଥିରେ କି ଦେଖିବାକୁ ମିଳୁଛି କି ୫୦୦ ଟଙ୍କିଆ ନୋଟରେ ଏବେ ଲାଲ୍‌ କିଲ୍ଲାର ଫଟୋ ବଦଳରେ ରାମ ମନ୍ଦିର ଫଟୋ ଛପା ଯାଇଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ସଂପୂର୍ଣ୍ଣ ମିଛ ବୋଲି ଜଣାପଡ଼ିଛି।

Advertisment

ଭାଇରାଲ ହେଉଥିବା ପୋଷ୍ଟରେ ୫୦୦ ଟଙ୍କିଆ ନୋଟ୍‌ର ଏକ ଫଟୋ ଦେଖିବାକୁ ମିଳୁଛି। ଯେଉଁଥିରେ ଲାଲ୍‌ କିଲ୍ଲା ସ୍ଥାନରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି। ଏହି ଫଟୋ ସହ କିଛି ୟୁଜର୍ସ ଏହା ମଧ୍ୟ ଲଖିଛନ୍ତି କି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ନୂଆ ୫୦୦ ଟଙ୍କିଆ ନୋଟ୍‌ ମଧ୍ୟ ଆସିବାକୁ ଯାଉଛି। ତେବେ ଏଭଳି ପୋଷ୍ଟକୁ ମଧ୍ୟ ସୋସିଆଲ ମିଡିଆରେ ଅନେକ ଲୋକ ସେୟାର କରିଥିବା ଦେଖିବାକ ମିଳିଛି।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଖବର ସଂପୂର୍ଣ୍ଣ ରୂପେ ଭୁଲ। ଯଦି ଏଭଳି କିଛି ହୋଇଥାନ୍ତା ତାହାଲେ ସରକାରଙ୍କ ପକ୍ଷରୁ ଏନେଇ ପୂର୍ବରୁ ସୂଚନା ଦିଆଯାଇଥାନ୍ତା। ଏମିତି ରିଜର୍ଭ ବ୍ୟାଙ୍କର ୱେବସାଇଟ ଓ ତାଙ୍କ ସୋସିଆଲ ମିଡିଆ ସାଇଟରେ ମଧ୍ୟ ଏମିତି କିଛି ନୋଟ୍‌ ଆସୁଥିବା ସୂଚନା ଦିଆଯାଇନାହିଁ।

Advertisment
India News Fake News Ayodhya Ram Mandir Fake Notes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ