Advertisment

କାହିଁକି ବାହାରିଥିଲା ଶୂନ ଟଙ୍କିଆ ନୋଟ୍?

ପୂର୍ବରୁ ଛପାଯାଉଥିବା ଶୂନ ଟଙ୍କିଆ ନୋଟ୍‌। ଏଥିରେ ବି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯାଇଥିଲା। ଏହା ଅନ୍ୟ ନୋଟ୍ ପରି ମଧ୍ୟ ଦେଖାଯାଉଥିଲା। କିନ୍ତୁ ଏହା କାହିଁକି ଛପା ହେଉଥିଲା ଜାଣନ୍ତୁ।

ଅଦ୍ୟତନ ହୋଇଛି
Zero rupee note know why it was printed

Zero rupee note know why it was printed

Advertisment

ଆପଣ ନିଶ୍ଚିତ ଭାବରେ ୧ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ଦେଖିଥିବେ। ଆମର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ସମସ୍ତେ ଭାରତରେ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଦ୍ୱାରା ମୁଦ୍ରିତ ଏହି ନୋଟ୍‌ଗୁଡ଼ିକୁ ବ୍ୟବହାର କରୁ। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ନୋଟ୍ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣନ୍ତି କି ଶୂନ(ଜିରୋ) ଟଙ୍କିଆ ନୋଟ୍ ମଧ୍ୟ ଦେଶରେ ଛପା ଯାଇଥିଲା? ତେବେ ଆସନ୍ତୁ ଜାଣିବା ଏହି ନୋଟ୍‌ର ସମ୍ପୂର୍ଣ୍ଣ କାହାଣୀ କ’ଣ ...

Advertisment

କାହିଁକି ଛପାଯାଇଥିଲା ଶୂନ(ଜିରୋ) ଟଙ୍କିଆ ନୋଟ୍:

ପୂର୍ବରୁ ଛପାଯାଇଥିବା ଶୂନ ଟଙ୍କିଆ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ମଧ୍ୟ ଛପା ଯାଇଥିଲା। ଏହା ଅନ୍ୟ ନୋଟ୍ ପରି ମଧ୍ୟ ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଉଠୁଥିବ, ଶୂନ ଟଙ୍କିଆ ନୋଟ୍ କାହିଁକି ଛପା ଯାଇଥିଲା। ଏହି ନୋଟ୍‌ରେ ବା କ’ଣ ହେଇପାରିବ? କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଏହି ନୋଟ୍‌ଗୁଡ଼ିକୁ ଛପେଇ ନ ଥିଲା। ଦୁର୍ନୀତି ବିରୋଧରେ ଅଭିଯାନର ଏକ ଅଂଶ ଭାବରେ ଏହି ନୋଟ୍ ଛପା ଯାଇଥିଲା |

ଏହି ଶୂନ ଟଙ୍କିଆ ନୋଟ୍ ଛାପିବାର କଳ୍ପନା ଦକ୍ଷିଣ ଭାରତର ଏକ ଏନ୍‌ଜିଓର ଥିଲା। ୨୦୦୭ ମସିହାରେ, ଏହି ନୋଟ୍ ଦୁର୍ନୀତି ବିରୋଧରେ ଅସ୍ତ୍ର ଭାବରେ ଆରମ୍ଭ ହୋଇଥିଲା। ତାମିଲନାଡୁରେ କାର୍ଯ୍ୟ କରୁଥିବା ଏହି ଏନ୍‌ଜିଓ ପ୍ରାୟ ୫ ଲକ୍ଷ ଶୂନ ଟଙ୍କିଆ ନୋଟ୍‌ ଛାପିଥିଲା। ଏହି ନୋଟ୍‌ଗୁଡିକ ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ନାମକ ଚାରୋଟି ଭାଷାରେ ମୁଦ୍ରିତ ହୋଇଥିଲା ଯାହା ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲ।

Advertisment

ନୋଟ୍ ଉପରେ ଲେଖାଥିଲା ଏମିତି ବାର୍ତ୍ତା:

ଏହି ନୋଟ୍ ଉପରେ ଦୁର୍ନୀତି ବିରୋଧରେ ଅନେକ ବାର୍ତ୍ତା ଲେଖାଯାଇଥିଲା। ଏହି ନୋଟ୍ ଗୁଡିକରେ ଲେଖା ଯାଇଥିଲା ଯେ 'ଭ୍ରଷ୍ଟାଚାର ଶେଷ କର', 'ଯଦି କେହି ଲାଞ୍ଚ ମାଗନ୍ତି, ତେବେ ଏହି ନୋଟ୍ ଦିଅନ୍ତୁ ଏବଂ ଆମକୁ ଏ ବିଷୟରେ ଜଣାନ୍ତୁ।’ ‘ଆସ ଶପଥ ନେବା, ଲାଞ୍ଚ ନେବାନି କି ଲାଞ୍ଚ ଦେବାନି’। ଏହି ନୋଟ୍‌ ଉପରେ ଜାତିର ପିତା ମହାତ୍ମା ଗାନ୍ଧୀକ ଫଟୋ ସହିତ ଏନ୍‌ଜିଓର ଫୋନ୍ ନମ୍ବର ଏବଂ ଇମେଲ୍ ଆଇଡି ତଳେ ଦିଆଯାଇଥିଲା।

ଏନ୍‌ଜିଓ ନିଜେ ଏହି ଶୂନ ଟଙ୍କିଆ ନୋଟ୍ ତିଆରି କରି ଲାଞ୍ଚ ମାଗୁଥିବା ଲୋକଙ୍କୁ ଦେଉଥିଲା। ଶୂନ ଟଙ୍କିଆ ନୋଟ୍ ଦୁର୍ନୀତି ବିରୋଧରେ ଏକ ପ୍ରତୀକ ଥିଲା।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ