Advertisment

ବ୍ରିଜ୍‌ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି।

ଅଦ୍ୟତନ ହୋଇଛି
Youth Reportedly Jumps Into Mahanadi River

Youth Reportedly Jumps Into Mahanadi River

Advertisment

ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। କଟକ ମୁଣ୍ଡଳୀ ବ୍ରିଜ୍‌ ଉପରେ ସ୍କୁଟି ରଖି ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ସ୍କୁଟିରେ ଥିବା ଗାଡ଼ି କାଗଜପତ୍ର ଓ ପାନ୍ କାର୍ଡରୁ ଯୁବକଙ୍କ ନାଁ ବିଶ୍ୱଦେବ ଦାସ ଓ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଅନୁମାନ କରାଯାଉଛି।

Advertisment

କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି। ପୋଲ ଉପରେ ରଖାଯାଇଥିବା ସ୍କୁଟିରୁ ତାଙ୍କର ଡିଏଲ୍ ଓ ପାନ୍ କାର୍ଡ ମିଳିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ଯୁବକ ଜଣକ ବ୍ରିଜ୍ ଉପରେ ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। କିଛି ସ୍ଥାନୀୟ ଲୋକେ ଏହା ଦେଖିଥିଲେ। ନଦୀର ପ୍ରଖର ସ୍ରୋତରେ ଯୁବକ ଜଣଙ୍କ ଭାସି ଯାଇଥିଲେ। ବାରଙ୍ଗ ଓ ଆଠଗଡ଼ରୁ ଦମକଳ ବାହିନୀ ଆସି ଯୁବକଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି।

Mahanadi River Youth Missing Youth Jumps Into Mahanadi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ