ଅନଲାଇନ୍‌ ଟ୍ରେଡିଂର ମାୟାଜାଲ ଭିତରେ ଛନ୍ଦି ହୋଇ ଜୀବନ ହାରିଲେ ଯୁବକ : ପୁଅକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ବାପାମା’

ସାଙ୍ଗମାନେ ବ୍ଲାକମେଲ୍ କରୁଥିବାରୁ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ସାଙ୍ଗମାନଙ୍କ ଠାରୁ ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ପୁଅ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି ।

ଜୀବନ ନେଲା ଅନଲାଇନ୍‌ ଟ୍ରେଡିଂ

‘ ମା’ବାବା ମୋତେ କ୍ଷମା କରିଦେବ । ଜୀବନରେ ଏମିତି କିଛି କରିବି ବୋଲି କେବେ ଭାବିନଥିଲା । ହେଲେ ମୋ ପରିସ୍ଥିତି ମୋତେ ଏସବୁ କରିବାକୁ ବାଧ୍ୟ କଲା । ଯେତେ ବାହାରିବାକୁ ଚେଷ୍ଟା କଲି ଅନଲାଇନ୍ ଟ୍ରେଡିଂର ମାୟାଜାଲ ଭିତରକୁ ସେତେ ପଶିଗଲି । ଭଗବାନଙ୍କୁ ଗୁହାରୀ କରୁଛି, ମୁଁ ଗଲାପରେ ତୁମମାନଙ୍କୁ ଭଲରେ ରଖିବେ । ଦୟା କରି ମୋତେ କ୍ଷମା କରିଦେବ । ’ ଟ୍ରେଡିଂରେ ବିଫଳ ହୋଇ ଜୀବନ ହାରିଲେ ଯୁବକ ଆଉ ବାପାମା’ଙ୍କ ଉଦ୍ଦେଶ୍ୟରେ ଏପରି ଚିଠି ଛାଡ଼ିଯାଇଛନ୍ତି ।

ଜଳେଶ୍ୱର ଥାନା ଅନ୍ତର୍ଗତ ଅମ୍ବଳିଅଠା ଗ୍ରାମର ସୌମିତ୍ର ନନ୍ଦୀ। ବାଙ୍ଗାଲୋର ଠାରେ ଇନଫୋସିସ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ । କରୋନା ପାଇଁ ଅଫିସ ବନ୍ଦ ହେବା ପରେ ଘରେ ରହି କାମ କରୁଥିଲେ । ଆଉ ଏହି ସମୟରେ ସୌମିତ୍ରଙ୍କ ମୋବାଇଲରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇଥିଲା ଓ ସେହି ଆକାଉଣ୍ଟରୁ ଟ୍ରେଡିଂ କରାଯାଉଥିଲା । ତେବେ ଯେତେବେଳେ କ୍ଷତି ସହୁ ଥିଲେ ସାଙ୍ଗମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ଆଦାୟ କରୁଥିବା ପରିବାର ଲୋକେ କହିଛନ୍ତି । ଆଉ ତାଙ୍କୁ ବ୍ଲାକମେଲ୍ କରୁଥିଲେ ।

ଏହିପରି ସୌମିତ୍ର ଲକ୍ଷାଧିକ ଟଙ୍କା ତାଙ୍କ ସାଙ୍ଗ ମାନଙ୍କୁ ଦେଇଥିଲେ । ହେଲେ ବାକି ଟଙ୍କା ନଦେଇ ପାରିବାରୁ ମାମଲା ଜଳେଶ୍ୱର ଥାନାରେ ମାମଲା ପହଞ୍ଚିଥିଲା । ପରେ ତାଙ୍କ ବାପା ଜମି ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିଲେ। ଶେଷରେ ଏସବୁ ସହ୍ୟ ନହେବାରୁ ସେ ଜାଙ୍କ ଜୀବନ ଦେଇଦେଇଛନ୍ତି । ଦୁଇଟି ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ସୌମିତ୍ର । ସେ ସିନା ଚାଲିଗଲେ, ବାପାମା’ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ।  ତେବେ ତାଙ୍କ ମୃତ୍ୟୁ ପାଇଁ ଜଳେଶ୍ୱର iic rojaline ବେହେରାଙ୍କୁ ପରିବାର ଲୋକେ ଦାୟୀ କରିଛନ୍ତି । ତେବେ ଏନେଇ ଆଇଆଇସିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।