Advertisment

ସ୍ତ୍ରୀଠୁ ଅଲଗା ହେବା ପାଇଁ ବାହାନା ! ହ୍ୱାଟ୍ସଆପ୍‌ରେ ପଠାଉଛନ୍ତି ମରିବା ଫଟୋ !

ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠୁ ଆସିଲା ହତ୍ୟା ଖବର। ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ମୃତ୍ୟୁର ଫଟୋ, ଥାନାରେ ଅଭିଯୋଗ ବି ହେଲା ।

ଅଦ୍ୟତନ ହୋଇଛି
Youth From Gajapati Migrate To Work Goes Missing

Youth From Gajapati Migrate To Work Goes Missing

Advertisment

ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠୁ ଆସିଲା ହତ୍ୟା ଖବର। ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ମୃତ୍ୟୁର ଫଟୋ, ଥାନାରେ ଅଭିଯୋଗ ବି ହେଲା । ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ରହସ୍ୟଜନକ ଭାବେ ଜଣେ ଦାଦନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ସଂପୃକ୍ତ ଯୁବକ ମୃତ ନା ଜୀବିତ ତାହା ଏବେ ରହସ୍ୟ ଘେରରେ। 

Advertisment

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାରିଆପଦାର ଦାଦନ ଶ୍ରମିକ ଶରତ ପରିଚ୍ଛା ନିଖୋଜ ପରେ ଏବେ ସନ୍ଦେହ ବଢୁଛି। ଖୋଦ୍‌ ଶରତଙ୍କ ମୋବାଇଲରୁ ମୃତ୍ୟୁର ମେସେଜ ପାଇ ପରିବାର ମିୟମ୍ରାଣ ହୋଇପଡିଥିବା ବେଳେ, ଏବେ ସୁଦ୍ଧା ମୃତଦେହ ଚିହ୍ନଟ ହୋଇପାରିନି। ତେଣୁ ରହସ୍ୟ ଘେରରେ ଶରତଙ୍କ ମୃତ୍ୟୁ । ହତ୍ୟା ନାଁ ହତ୍ୟାର ନାଟକ, ସନ୍ଦେହରେ ପରିବାର।

ହ୍ୱାଟ୍ସଆପ୍‌ ମେସେଜରେ ମୃତ୍ୟୁ ତାମିଲନାଡୁରେ ହୋଇଥିବା କୁହାଯାଇଥିବା ବେଳେ, ମୁମ୍ବାଇରୁ ମେସେଜ ପଠାଯାଇଥିବା ଟ୍ରାକିଂରୁ ଜଣାପଡିଛି । ତେବେ ମାସେ ହେଲା ଶରତ, ସ୍ତ୍ରୀଙ୍କ ସହ ଠିକ୍‌ ସେ କଥା ହେଉନଥିଲେ କି ଟଙ୍କା ମଧ୍ୟ ପଠାଉନଥିଲେ। ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ତେଣୁ ଜାଣିଶୁଣି ପତ୍ନୀଙ୍କ ଠୁ ଅଲଗା ହେବାକୁ ଶରତ ନାଟକ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Advertisment

ସୂଚନାଥାଉ କି, ସ୍ତ୍ରୀ ମିନତୀ ଓ ୩ ପିଲା ଓ ବୁଢୀ ମା’ଙ୍କ ପେଟରେ ଦାନା ଦେବାକୁ ୨୦୨୨ ଜାନୁଆରୀରେ ଘର ଛାଡିଥିଲେ ଶରତ। କେରଳରେ ରହି କାମ କରିବା ସହ ପରିବାର ପାଇଁ ଟଙ୍କା ପଠାଉଥିଲେ । ହଠାତ୍‌ ରବିବାର ଦିନ ଦେଢଶାଶୁଙ୍କୁ ଭିଡିଓ କଲ୍‌ କରି ତାଙ୍କୁ କିଛି ଲୋକ ମାଡ଼ ମାରୁଥିବା ଶରତ କହିଥିଲେ। ପରେ ଶରତଙ୍କ ଫୋନରୁ ମୃତଦେହର କିଛି ଫଟୋ ପଠାଯାଇଥିଲା ।

Advertisment

ସେପଟେ ଅଡବା ଥାନାରେ ଶରତଙ୍କ ବଡ଼ ଭାଇଙ୍କ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି । ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, ଶରତ ଜୀବିତ ଥିବାର ପ୍ରମାଣ ମିଳିଛି। ଖୁବଶୀଘ୍ର ତାଙ୍କ ପାଖରେ ପୋଲିସ ପହଞ୍ଚିବ ।

(ରିପୋର୍ଟ-ମିହିର ଜତି, ମୋହନା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ