Advertisment

ଦାଦନ ଖଟିବାର ୧୦ ଦିନ ପରେ ଗାଁକୁ ଶବ ହୋଇ ଫେରିଲା ପୁଅ

ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।

ଅଦ୍ୟତନ ହୋଇଛି
Migrant Labour

Migrant Labour

Advertisment

ଗାଁକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଫାଟି ପଡୁଛି ଗାଁଣ ଦାଣ୍ଡ । ଏକ ମାତ୍ର ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା । ପରିବାର ପୋଷିବା ପାଇଁ ଦାଦନ ଯାଇଥିଲା ପୁଅ, ହେଲେ ଆଜି ଘରକୁ ତ ଫେରିଛି, ହେଲେ ପୁଅ ନୁହଁ ଶବ ହୋଇ ।

Advertisment

ଦାଣ୍ଡ ଦୁଆରେ ପୁଅ ଷ୍ଟ୍ରେଟର ଉପରେ ଶୋଇଛି । ଆଉ ମାଆ ଦେଖିଦେବା ପରେ ଧୈର୍ଯ୍ୟହରା ହୋଇ ପଡୁଛି । ଯାହାକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆ ଦେଖାଇଥିଲା । ଆଜି ଯେତେବେଳେ ସେ ଦୁନିଆରୁ ଚାଲିଯାଉଛି ସେ ଦୁଃଖକୁ କୋଉ ମାଆ ବା ସହିପାରିବ। ସମ୍ପର୍କୀୟମାନେ ଧରିଥିଲେ ବି ସେ ବାରମ୍ବାର ପଡିଯାଉଛନ୍ତି ।

ଅଧିକ ପଢ଼ନ୍ତୁ: ଦାଦନ ନିର୍ଯାତନାର ବର୍ବର କାହାଣୀ : ମୂଲ ମାଗିବାରୁ କାଟିଦେଲେ ହାତ, ଗୋଡ଼

Advertisment

ଯୋଉ ପୁଅ ଦିନ ବାପାକୁ କାନ୍ଧରେ ନେଇ ଥାଆନ୍ତା ସେଇ ପୁଅକୁ ଆଜି କାନ୍ଧରେ ନେବାକୁ ପ୍ରସ୍ତୁତ ହେଉଛି ବାପା । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯାଉଥିବ ନିଶ୍ଚୟ । ପରିବାର ପୋଷିବାକୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା ଭେଣ୍ଡିଆ ପୁଅ । କାମଧନ୍ଦା କରି ଦୁଇ ପଇସା ରୋଜଗାର କଲେ ପରିବାର ଭଲରେ ଚଳାଇବାର ସୁନେଲୀ ସ୍ୱପ୍ନ ଦେଖୁଥିଲା । ହେଲେ ସବୁ ସ୍ୱପ୍ନ ଏବେ ଚୁରମାର ହୋଇଗଲା । ଦାଦନ ଯିବାର ୧୦ ଦିନ ନହେଉଣୁ ଶବ ହୋଇ ଘରକୁ ଫେରିଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ସହରର ଉର୍ଲେ ଗାଁର । ଆଉ ମୃତ ଯୁବକ ଜଣଙ୍କ ହେଲେ ମନୋଜ ବେହେରା ।

ମାତ୍ର ୨୨ ବର୍ଷ ବୟସରୁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ର । ହେଲେ ହଠାତ୍‌ ମନୋଜଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା। ଏମିତିକି ଦେହ ଖରାପ ହେବାରୁ ଘରକୁ ଫେରିବାକୁ ଇଚ୍ଛା କରିଥିଲେ ମନୋଜ। ଖାଲି ଇଚ୍ଛା କରିଥିଲେ ତାହା ନୁହେଁ ବରଂ ଟ୍ରେନ୍‌ରେ ଘରକୁ ଫେରିବାକୁ ପ୍ଲାର୍ଟଫର୍ମ ଯାଏଁ ବି ଆସିଥିଲେ । ହେଲେ ବିଧାତାର ବିଧି କିଛି ଅଲଗା ଥିଲା। ପ୍ଲାର୍ଟଫର୍ମରେ ଅଧିକ ଅସୁସ୍ଥ ହୋଇ ପଡିଥିଲେ ମନୋଜ। ତେଣୁ ସାଙ୍ଗେ ସାଙ୍ଗେ ତାଙ୍କୁ ମେଡିକାଲରେ ବି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଆଖି ବୁଜି ଦେଇଥିଲେ ମନୋଜ।

Advertisment

ଆଉ ଆମ୍ବୁଲାନ୍ସରେ ଯେତେବେଳେ ଘରେ ପହଞ୍ଚିଲେ ତା’ପରର ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । ତେବେ ଭେଣ୍ଡିଆ ପୁଅ ରୋଜଗାର କରିବାକୁ ଯାଇ ଶବ ହୋଇ ଫେରିବା ପରେ ଏବେ ଚିନ୍ତାରେ ପୂରା ପରିବାର । ଘରର ଏକମାତ୍ର ପୁଅ ମନୋଜ ହୋଇଥିବାରୁ ତାଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

(ରିପୋର୍ଟର- ବିନିକାରୁ ଦିଲ୍ଲୀପ କୁମାର ସାହୁ)

Migrant Labourer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ