Advertisment

ଜୟଦେବ ବିହାର ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଲେ ଯୁବକ

ଓଭରବ୍ରିଜ୍ ଉପରେ ଯୁବକ ଜଣକ ଯାଉ ଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Youth Falls Off Jayadev Vihar Overbridge

Youth Falls Off Jayadev Vihar Overbridge

Advertisment

ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଲେ ଯୁବକ। ଓଭରବ୍ରିଜ୍ ଉପରେ ଯୁବକ ଜଣକ ଯାଉ ଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନାହିଁ। ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଜୟଦେବ ବିହାରରୁ ବରମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ସମ୍ପୃକ୍ତ ଯୁବକ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲେ। ଭାରସାମ୍ୟ ହରାଇ ସେ ବ୍ରିଜ୍‌ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

କେଉଁଭଳି ପରିସ୍ଥିତିରେ ଯୁବକ ଜଣକ ବ୍ରିଜ୍‌ ଉପରୁ ତଳକୁ ଖସିଲେ ? ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲେ ନା ଆତ୍ମହତ୍ୟା ଉଦ୍ୟମ କରିଥିଲେ ? ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନୟାପଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment
Accident Jayadev Vihar Overbridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ