Advertisment

ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Youth Dies

Youth Dies

Advertisment

ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ରଣ୍ଢାର ସନ୍ତୋଷ ସାମନ୍ତରା। ଗତକାଲି ନିଜ ଦେହରେ କିରାସିନି ଢାଳି ସନ୍ତୋଷ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର MKCG ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ସୂଚନାଥାଉ କି, ସନ୍ତୋଷ କୌଣସି କାମରେ ଗତକାଲି ଗୋଳନ୍ଥରା ଥାନାକୁ ଯାଥିଲେ। ମାତ୍ର ପରେ ହଠାତ୍ ବାହାରକୁ ଆସି ଥାନା ପରିସରରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଡ୍ୟୁଟିରେ ଥିବା ଅଧିକାରୀମାନେ ଏହା ଦେଖି ତୁରନ୍ତ ନିଆଁ ଲିଭାଇଥିଲେ। ତେବେ କାହିଁକି ଥାନା ସାମ୍ନାକୁ ଆସି ଏଭଳି ଆତ୍ମାହୁତି ଉଦ୍ୟମ କରିଥିଲେ, ସେନେଇ ସ୍ପଷ୍ଟ ହୋଇନାହିଁ। 

ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର MKCG ମେଡିକାଲରେ ପହଞ୍ଚି ଆହତ ସନ୍ତୋଷଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତଦନ୍ତ ପରେ ସ୍ପଷ୍ଟ ହେବ କେଉଁ କାରଣ ପାଇଁ ସେ ଆତ୍ମାହୁତି ଉଦ୍ୟମ କଲେ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି।   

Advertisment
Suicide Attempt Youth Dies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ