Advertisment

ମୃତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ୍‌: ‘ଯାହାକୁ ଭଲ ପାଉଥିଲି, ସେ ଧୋକା ଦେଲା...ଆଉ ମାତ୍ର କିଛି ସମୟ ବଞ୍ଚିବି’

କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ କରିଥିବା ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି।

ଅଦ୍ୟତନ ହୋଇଛି
Youth Dead Body Found Near Railway Track In Khorda

Youth Dead Body Found Near Railway Track In Khorda

Advertisment

‘ଯାହାକୁ ଭଲ ପାଉଥିଲି, ଶେଷରେ ସେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ଜାଣିପାରୁନି କ’ଣ ସବୁ କରୁଛି। ଆଉ ମାତ୍ର କିଛି ସମୟ ବଞ୍ଚିବି। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’... ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ଏଭଳି କିଛି କହିଛନ୍ତି ଜଣେ ଯୁବକ। କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଯୁବକ ସୌମ୍ୟରଞ୍ଜନ ପରିଡା ବୋଲି ଜଣାପଡ଼ିଛି। କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ରେଳ ଧାରଣା କଡ଼ରୁ ମିଳିଛି। 

Advertisment

ମୃତ୍ୟୁ ପୂର୍ବରୁ ସୌମ୍ୟରଞ୍ଜନ କରିଥିବା ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି। ଯେଉଁଥିରେ ସେ ନିଜ ହାତ କାଟିବା ସହ ପ୍ରେମରେ ଧୋକା ଖାଇଥିବା କଥା କହୁଛନ୍ତି। ହାତ କାଟିବା ପରେ ସେ ଘରଲୋକଙ୍କୁ ଫୋନ୍ କରିଥିବା ସୂଚନା ବି ମିଳିଛି।  

‘ବାବା,ମମିଙ୍କୁ ମୁଁ ବହୁତ ଭଲ ପାଏ। ସେମାନେ ସବୁବେଳେ ଖୁସିରେ ରୁହନ୍ତୁ। କେବେବି ସେମାନେ କଷ୍ଟ ପାଆନ୍ତୁ ନାହିଁ। ବାବା,ମମି ମୋତେ କ୍ଷମା କରିଦେବେ। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।’ ମୃତ୍ୟୁ ପୂର୍ବରୁ ଭିଡିଓ କରି ସୌମ୍ୟ ଏଭଳି କିଛି କହିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।  

Advertisment

ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ? ରେଳ ଧାରଣା ପାଖକୁ ସୌମ୍ୟ କେମିତି ପହଞ୍ଚିଲେ, ତାହା ଜଣାପଡ଼ିନି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ‌ଆରମ୍ଭ କରିଛି। 

Advertisment

Youth Commits Suicide Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ