Youth critical after miscreants throw acid on him reportedly over land dispute and past enmity in Bh
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଜମି ବାଡ଼ି ଓ ମଦ ବିକ୍ରିକୁ ବିରୋଧ କରିବାରୁ ଗାଁର ଜଣେ ଯୁବକଙ୍କୁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ସିଲନ୍ଦୀ ଗାଁର ପାର୍ଥସାରଥୀ ଜେନା ନାମକ ଜଣେ ଯୁବକ ଗତକାଲି ରାତିରେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବାକୁ ଛେନାପଦୀ ମାର୍କେଟକୁ ଯାଉଥିଲେ । ବାଟରେ କେତେକ ବ୍ୟକ୍ତି ସେହି ସମୟରେ ତାଙ୍କୁ କୌଶଳ କ୍ରମେ ଏକ ସ୍ଥାନକୁ ନେଇ ହଠାତ ପାର୍ଥସାରଥୀଙ୍କ ଉପରକୁ ଏସିଡ ମାଡ଼ କରିଥିଲେ ।
ଜୀବନ ବିକଳରେ ଦୌଡ଼ି ସେ ଏକ ସ୍ଥାନରେ ଲୁଚି ନିଜ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା । ଏସିଡ ମାଡ଼ରେ ସେ ଗୁରୁତର ହୋଇପଡିଥିଲେ । ବିଳମ୍ବିତ ରାତ୍ରିରେ ତାଙ୍କୁ ଭଦ୍ରକରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649392037.jpg)