Advertisment

ଟାୱାର ଉପରୁ ଚେତାବନୀ-‘ମୋତେ ଉଦ୍ଧାର କଲେ ତଳକୁ ଡେଇଁ ପଡ଼ିବି’

ମୋବାଇଲ୍‌ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Youth Climbs Atop Mobile Tower

Youth Climbs Atop Mobile Tower

Advertisment

ମୋବାଇଲ୍‌ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଙ୍କ ନାଁ ମଳୟ ଗୋଚ୍ଛି(୨୬) ବୋଲି ଜଣାପଡ଼ିଛି। ପ୍ରକୃତରେ କେଉଁ କାରଣ ପାଇଁ ସେ ଟାୱାର ଉପରେ ଚଢ଼ିଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଦୁର୍ନୀତିକୁ ବିରୋଧ କରି ସେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମଳୟ ସେନାର ଜଣେ ସେନାର ପୂର୍ବତନ କର୍ମଚାରୀ। ତେବେ ନିଜ ଆଡ଼ୁ ଚାକିରିରୁ ଇସ୍ତଫା ଦେଇ ସେ ଗାଁକୁ ଚାଲି ଆସିଥିଲେ। ସେ ଇଂରାଜୀରେ ଚିଠି ଲେଖି ଟାୱାର ତଳକୁ ପକାଇଥିବା ସୂଚନା ମିଳିଛି। ଚିଠିରେ ୩୦ ମିନିଟ୍‌ ପ୍ରେସ୍ କନ୍‌ଫରେନ୍ସ ପାଇଁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଠିକଣାରେ ଚିଠି ଲେଖାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ସେ ବିଭିନ୍ନ ସମୟରେ ପ୍ରେସ୍ କନ୍‌ଫରେନ୍ସ କରିବା ପାଇଁ ଅନୁରୋଧ କରିଥିଲେ ବି କେହି ଶୁଣୁ ନାହାନ୍ତି। ତେଣୁ ସେ ଟାଓ୍ୱାର ଉପରେ ଚଢ଼ି ଏଭଳି ଧମକ ଦେଇଥିବା ଜଣାପଡ଼ିଛି। 

ମଳୟ ଲେଖିଥିବା ଚିଠିରେ ଦେଶ ତଥା ରାଜ୍ୟର ବିଭିନ୍ନ ସମସ୍ୟା କଥା ଉଲ୍ଲେଖ ରହିଛି। ବେକାରୀ, ଦାରିଦ୍ୟ ଭଳି ସମସ୍ୟା କଥା ସେ ଉଠାଇଛନ୍ତି।  ଏହାସହ ସେ ଦୁର୍ନୀତିକୁ ବିରୋଧ କରି ଆସୁଥିଲେ। ତେଣୁ ଏହିସବୁ ଘଟଣାକୁ ନେଇ ସେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ସେ ମୋବାଇଲ୍‌ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି, ତା’ର ପ୍ରକୃତ କାରଣ ଜଣାପଡ଼ିନି। 

Advertisment

ମଳୟଙ୍କୁ ଉଦ୍ଧାର କରିବା ଲାଗି ଟାୱାର ତଳେ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଉପସ୍ଥିତ ଅଛନ୍ତି। କିନ୍ତୁ କେହି ଯଦି ଟାୱାର ଉପରେ ଚଢ଼ି ତାଙ୍କୁ ଉଦ୍ଧାର କରନ୍ତି, ସେ ତଳକୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଛନ୍ତି। ସେ ମାନସିକ ଭାରସାମ୍ୟ ହରାଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ସୂଚନାଥାଉ କି, କିଛିଦିନ ପୂର୍ବେ ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ନୂଆପଡ଼ା ଜିଲ୍ଲା ଜଣେ ଯୁବକ ଟାୱାର ଉପରେ ଚଢ଼ି ଯାଇଥିଲେ। 

Advertisment
Suicide Attempt Banki Threaten
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ