Advertisment

ପାଣି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ିଗଲେ ଯୁବକ, ଧମକ ଦେଇ କହିଲେ- ତଳକୁ ଡେଇଁ ପଡ଼ିବି...

ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଜଣେ ଯୁବକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି।

ଅଦ୍ୟତନ ହୋଇଛି
Youth climbs atop mobile tower

Youth climbs atop mobile tower

Advertisment

ଖଡ଼ିଆଳ: ପାଣି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ିଗଲେ ଯୁବକ। ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଯୁବକ ଜଣକ ଟାୱାର ଉପରେ ଚଢ଼ି ଯାଇଥିଲେ। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଅନ୍ତର୍ଗତ ଘରଧରା ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ସୂଚନା ଅନୁସାରେ, ଘରଧରା ଗାଁରେ ଏକମାତ୍ର ନଳକୂପ ରହିଛି। ତା’ବି ପୁଣି ଏକ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ। କୌଣସି କାରଣରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ତେଣୁ ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଯୁବକ ଜଣକ ଏପରି ଉନ୍ମକ୍ତକାଣ୍ଡ କରିଥିବା ଜଣାପଡ଼ିଛି। ମୋବାଇଲ୍‌ ଟାୱାର ଉପରକୁ ସେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। 

ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି। ଯୁବକଙ୍କୁ ତଳକୁ ଓହ୍ଲାଇବାକୁ ଗାଁ ଲୋକେ ନିବେଦନ ମଧ୍ୟ କରିଛନ୍ତି। 

Advertisment
Odisha Threaten
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ