Tragic Incident
ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆର୍ତ୍ତୁଙ୍ଗ ଗାଁର ଯୁବକ ଶିବାଜୀ ଦାସ ନିଜ ଜମିର ଡିମାର୍କେସନ ପାଇଁ ତହସିଲଦାରଙ୍କ ପାଖରେ ଆବେଦନ କରିଥିଲେ । ଏଥିପାଇଁ ସେ ଗତ ୫ ବର୍ଷ ହେଲା ତହସିଲ ଅଫିସ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ ।
ଆଜି ଆଉଥରେ ସେ ଅଭିଯୋଗ କରିବାକୁ ଆସିଥିଲେ, ହେଲେ ତହସିଲର କର୍ମଚାରୀ ତାଙ୍କୁ ତହସିଲଦାରଙ୍କ ସହ ଭେଟିବାକୁ ଦେଇନଥିଲେ । ଏଥିରେ ମର୍ମାହତ ହୋଇ ଶିବାଜୀ ତହସିଲଦାରଙ୍କ ଚାମ୍ବର ବାହାରେ ବିଷ ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658838399.jpg)