Advertisment

ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ...

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଯାଇଛି।

Youth attempts kills self by jumping in front of train

Youth attempts kills self by jumping in front of train

Advertisment

ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ କଟିଗଲା ହାତ। ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଜଣେ ଯୁବକଙ୍କ ଡାହାଣ ହାତ କଟି ଯାଇଛି। ବଲାଙ୍ଗିର-ସମ୍ୱଲପୁର ରେଲୱେ ଲାଇନର ବୁର୍ଡା ଫାଟକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହତ ଯୁବକ ହେଲେ ସୋନପୁର ଜିଲ୍ଲା କୁଡାଡେରା ଗାଁର ଚନ୍ଦ୍ରଭାନୁ ଭୋଇ। ସେ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଚନ୍ଦ୍ରଭାନୁ ତାମିଲନାଡୁରୁ ଫେରି ବଲାଙ୍ଗିର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ଏହାପରେ ୨ଜଣ ସମ୍ପର୍କୀୟ ବାଇକ୍‌ରେ ତାଙ୍କୁ ବୁର୍ଡା ଫାଟକ ଦେଇ ଗାଁକୁ ନେଉଥିଲେ। ରାତି ୧୦ଟାରେ ବୁର୍ଡା ଠାରେ ଫାଟକ ପଡ଼ିଥିବାରୁ ୩ ଜଣ ଅଟକିଥିଲେ। ଏହି ସମୟରେ ବଲାଙ୍ଗିର ପଟୁ ଏକ ଏକ୍ସପ୍ରେସ୍‌ ଟ୍ରେନ ଆସିଥିଲା। ହଠାତ୍‌ ଚଳନ୍ତା ଟ୍ରେନ୍‌ ସାମ୍ନାକୁ ଡେଇଁ ଚନ୍ଦ୍ରଭାନୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫଳରେ ଟ୍ରେନ୍‌ରେ ପିଟି ହୋଇ ଛିଟିକି ହୋଇ ପଡ଼ିଥିଲେ। 

ଅଳ୍ପକେ ଜୀବନ ବର୍ତ୍ତିଗଲା ସିନା, ହେଲେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସରେ ଚନ୍ଦ୍ରଭାନୁଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟା ହାତ ସହ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

Advertisment

କାହିଁକି ଚନ୍ଦ୍ରଭାନୁ ଟ୍ରେନ୍‌ ସାମ୍ନାକୁ ଡେଇଁଲେ, ଏହାର କାରଣ ଅସ୍ପଷ୍ଟ ରହିଛି। ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ସେ ମାନସିକ ଅବସାଦରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ବଲାଙ୍ଗିର ରେଲ୍‌ୱେ ପୋଲିସ ମାମଲାର ତଦନ୍ତ କରୁଛି। 

Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ