Advertisment

୪ ମହଲା ବିଲ୍ଡିଂରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ୨ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର ହେଲେ

ମେଡିକାଲ୍‌ ପରିସରରେ ଥିବା ଏକ ୪ ମହଲା ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ୪ ମହଲା ବିଶିଷ୍ଟ ଏକ କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ସମ୍ପୃକ୍ତ ଯୁବକ ୬୦ ଫୁଟ ଉପରକୁ ଚଢ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
Youth Attempt To Suicide

Youth Attempt To Suicide

Advertisment

ଅନୁଗୁଳ: ମେଡିକାଲ୍‌ ପରିସରରେ ଥିବା ଏକ ୪ ମହଲା ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ୪ ମହଲା ବିଶିଷ୍ଟ ଏକ କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ସମ୍ପୃକ୍ତ ଯୁବକ ୬୦ ଫୁଟ ଉପରକୁ ଚଢ଼ି ଯାଇଥିଲେ। ଆଉ ସେଠାରୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା। ହସ୍ପିଟାଲରେ କାମ କରୁଥିବା କିଛି ଝାଡୁଦାର ଏହା ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

Advertisment

ଖବର ପାଇ ଅଗ୍ନିଶମ ବାହିନୀର ସିଡ଼ି ଏବଂ ଜାଲ ବିଛାଇ ଯୁବକଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଶେଷରେ ୨ ଘଣ୍ଟା ନାକେଦମ ପରେ ଅଗ୍ନିଶମ କର୍ମଚାରୀମାନେ କୋଠାର ଭିତର ପଟ ସ୍କାଇଲାଇଟ ବାଟେ ଯାଇ ଯୁବକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଯୁବକ ମାନସିକ ବିକୃତି ଥିବା ଜଣାପଡ଼ିଛି। ଡାକ୍ତରଖାନାରେ ବହୁ ସଂଖ୍ୟାରେ ନିରାପତ୍ତାରକ୍ଷୀ ଥିବାବେଳେ ଯୁବକ ଜଣକ କିଭଳି ଭାବରେ ପାଇପ ଲାଇନ ଦେଇ ୬୦ ଫୁଟ ପର୍ଯ୍ୟନ୍ତ ଗଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ କଟକ SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ମୟୂରଭଞ୍ଜର ହରିଆ ସିଂହ। ଝରକା ପଟେ ତଳକୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ଝରକା ପଟେ ତଳକୁ ପଡ଼ି ଯାଇଥିଲେ। ଚାରି ମହଲାରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିଲା। ସଙ୍ଗେସଙ୍ଗେ ମେଡିକାଲ୍‌ର ସୁରକ୍ଷା କର୍ମୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାଜୁଆଲିଟିରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। 

Odisha Youth Attempt To Suicide Suicide Attempt Angul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ