ପରିବାର ଲୋକଙ୍କ ମାଡ଼ ଭୟରେ ମହାନଦୀକୁ ଡେଇଁଲେ ଯୁବକ

ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି ।

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ । ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ବାଙ୍କି ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ୍‌ ଉପରୁ ପାଣିକୁ ଡେଇଁ ପଡିଥିଲେ ।

ସ୍ଥାନୀୟ ଲୋକେ ଏନେଇ ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ନିଜ ସାଙ୍ଗମାନଙ୍କ ସହ ଗଣ୍ଡଗୋଳ ହୋଇଥିବାରୁ ପରିବାର ଲୋକଙ୍କ ମାଡ଼ ଭୟରେ ସମ୍ପୃକ୍ତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । 

ଭୁବନେଶ୍ୱରରୁ ନିଜ ବାଇକ୍‌ରେ ଆସି ଉକ୍ତ ଯୁବକ ଜାତମୁଣ୍ଡିଆ ବ୍ରିଜ୍‌ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ମହାନଦୀରେ ପାଣି କମ୍‌ ଥିବାରୁ ସେ ବୁଡ଼ି ପାରି ନ ଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।