Advertisment

୧୧ ବର୍ଷରେ ଉପଲବ୍ଧି; ସାଜିଲେ ସମସ୍ତଙ୍କ ପ୍ରେରଣା

ବୟସ ମାତ୍ର ୧୧, କିନ୍ତୁ ସଫଳତା ବହୁର ବଡ। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି।

ଅଦ୍ୟତନ ହୋଇଛି
Youngest ted talk speaker Oviya Singh

Youngest ted talk speaker Oviya Singh

Advertisment

ଜ୍ଞାନ ପାଖରେ ବୟସର କୌଣସି ମାନେ ନଥାଏ। ଦିଲ୍ଲୀରେ ରହୁଥିବା ଜଣେ ୧୧ ବର୍ଷର ବାଳିକା ଏହା ପ୍ରମାଣିତ କରିଦେଇଛି। ଓଭିୟା ନାମକ ଏହି ଝିଅଟି ଅଳ୍ପ ବୟସରେ ହାସଲ କରିଥିବା ଉପଲବ୍ଧି ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଇଛନ୍ତି। ଯେଉଁମାନେ କଠିନ ପରିଶ୍ରମ କରି ସଫଳତା ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ପ୍ରେରଣାଦାୟକ। ତେବେ ଆସନ୍ତୁ ଜାଣିବା ଓଭିୟା ସିଂ କିଏ, ତାଙ୍କର ସଫଳତା କ’ଣ ଏବଂ ସେ କିପରି ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି?

Advertisment

ଓଭିୟା ସିଂ କିଏ:

ଓଭିୟା ସିଂ ଦିଲ୍ଲୀରେ ରହୁଥିବା ଜଣେ ୧୧ ବର୍ଷର ବାଳିକା ଯିଏକି TED Talk ରେ କଥା ହେବାକୁ ଥିବା ଲୋକଙ୍କ ତାଲିକାରେ ଅନ୍ତର୍ଭୁକ୍ତ। ସେ TEDx Talk ରେ କଥା ହେଉଥିବା ସବୁଠାରୁ କନିଷ୍ଠ ବ୍ୟକ୍ତି। ନିକଟରେ ସେ ଜାମିଆ ମିଲିଆ ଇସ୍‌ଲାମିଆରେ ଏକ TEDx Talk ଦେଇଥିଲେ। ମୃତ୍ତିକା ସଂରକ୍ଷଣ ବିଷୟରେ କହି ସେ କୃଷି ଉପଯୋଗୀ ମାଟିର ଗୁଣବତାରେ ଆସିଥିବା ବୈଶ୍ୱୟିକ ଅବନତି ଉପରେ ଆଲୋଚନା କଳାବେଳେ ଉଦ୍‌ବେଗ ପ୍ରକାଶ କରିଥିଲେ।

TEDx Talks କ’ଣ:

TED ର ଫୁଲ୍ ଫର୍ମ ହେଉଛି ଟେକ୍ନୋଲୋଜୀ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଡିଜାଇନ୍। ଏହା ଏକ ସଂଗଠନ ଯାହା TED Talks ଆୟୋଜନ କରେ। ଏହାର ଉଦ୍ଦେଶ୍ୟ ହେଉଛି ମାନବଜାତିର କଲ୍ୟାଣ ପାଇଁ ସଚେତନତା ସୃଷ୍ଟି କରିବା। TED Talkରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷଜ୍ଞମାନେ, ଯେଉଁମାନେ ସାହିତ୍ୟ, ବିଜ୍ଞାନ, କଳା, ବ୍ୟବସାୟ, ସଙ୍ଗୀତ, ବାଣିଜ୍ୟ, ରାଜନୀତି ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିଛନ୍ତି, ସେମାନେ ଏକ ପ୍ଲାଟ୍‌ଫର୍ମ ପାଆନ୍ତି। ଏଠାରେ ସେମାନେ ଲୋକମାନଙ୍କ ନିକଟରେ ପହଞ୍ଚନ୍ତି। TEDx Talks ସ୍ଥାନୀୟ ଭୌଗୋଳିକ କ୍ଷେତ୍ରରେ ସୀମିତ ଯାହା TED ସଂଗଠିତ କରେ।

Advertisment

ଓଭିୟା ସିଂଙ୍କ ସଫଳତା:

୧୧ ବର୍ଷିୟ ଓଭିୟା ପ୍ଲାନେଟ୍ ସ୍ପାର୍କ ନାମକ ଯୋଗାଯୋଗ ଦକ୍ଷତା ପ୍ଲାଟଫର୍ମର ଛାତ୍ରୀ। ସେ ଅନେକ ସାର୍ବଜନୀନ ଭାଷଣ କାର୍ଯ୍ୟକ୍ରମରେ ଜଡିତ ରହି ପୁରସ୍କାର ଜିତିଛନ୍ତି। ଓଭିୟା ସିଂଙ୍କ ନାମ 'ୟୁଥ୍ ସ୍ପୋକେନ୍ ଫେଷ୍ଟ୍‌', ଜାତୀୟ ବକ୍ତୃତା ଏବଂ ବିତର୍କ ଟୁର୍ନାମେଣ୍ଟ୍‌, ପୋଡ୍‌କାଷ୍ଟ୍‌ ଚ୍ୟାଲେଞ୍ଜ୍‌ ଏବଂ ପ୍ଲାନେଟ୍ ସ୍ପାର୍କ ଗ୍ଲୋବାଲ୍ ପବ୍ଲିକ୍ ସ୍ପିକ୍ ଚାମ୍ପିଅନ୍‌ରେ ନାମିତ।

ଓଭିୟା ସିଂଙ୍କ ରେକର୍ଡ:

ଏତେ କମ୍ ବୟସରେ ଓଭିୟା ସିଂଙ୍କର ଦୁଇଟି ବହି ମଧ୍ୟ ପ୍ରକାଶିତ ହୋଇଛି। ତାଙ୍କର ପ୍ରଥମ ବହି ହେଉଛି 'ଲିଭିଙ୍ଗ ଲାଇଫ୍ ଅଫ୍‌ ଇନ୍‌ପ୍ସିରେସନ୍' ଓ ଦ୍ୱିତୀୟ ବହିର ନାମ ହେଉଛି 'ରାଇଜ୍ ପୋଏମ୍ସ ଅଫ ହୀଟ୍'। ଓଭିୟାଙ୍କର 'ଗୋ ଆଉଟ୍ ଏଣ୍ଡ୍ କଣ୍ଟୁର୍ ଦ ୱାର୍ଲ୍ଡ' ନାମକ ଏକ ପୋଷ୍ଟକାଷ୍ଟ୍ ମଧ୍ୟ ଅଛି।

Advertisment
Talented Child Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ