Advertisment

ବୟସ ମୋଟେ ୫; ହେଇଗଲେ ଦୁନିଆର ସର୍ବକନିଷ୍ଠ ଲେଖକ

କୁହାଯାଏ ଲେଖାଲେଖି କରିବାକୁ ହେଲେ ଅନେକ ପଢିବାକୁ ପଡେ ଆଉ ଅନେକ ଅଭିଜ୍ଞତା ବି ହାସଲ କରିବାକୁ ହୁଏ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କୁନି ଝିଅ। ମାତ୍ର ୫ ବୟସରେ ସେ ଏକ ବହି ଲେଖି ଦେଇଛନ୍ତି।

ଅଦ୍ୟତନ ହୋଇଛି
Youngest author’s first book published

Youngest author’s first book published

Advertisment

ନିଜ ପ୍ରତିଭାକୁ ଦେଖାଇବା ନେଇ ବୟସର କୌଣସି ସୀମା ନାହିଁ। ସେ ୫ ବର୍ଷ ହେଉ କି ୫୦ ବର୍ଷ ଯେ କୌଣସି ବୟସରେ ଏହା ସମ୍ଭବ ହୋଇପାରେ। ଏକ କୁନି ପିଲା ମଧ୍ୟ ନିଜ ପ୍ରତିଭା ଦ୍ୱାରା ଦୁନିଆକୁ ଚକିତ କରିଦେଇପାରେ। ଏହିପରି ଅନେକ ଉଦାହରଣ ଅଛି ଯେଉଁଥିରେ ବହୁତ କମ୍ ବୟସରେ ପିଲାମାନେ ଗୀତ-ସଙ୍ଗୀତ, ଅଭିନୟ, ନୃତ୍ୟ, ଲେଖାଲେଖି ଇତ୍ୟାଦି କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ପ୍ରମାଣ କରିଦେଇଛନ୍ତି।

Advertisment

ବର୍ତ୍ତମାନ ଏହି ଧାରାବାହିକରେ ଆଉ ଏକ କୁନି ଝିଅର ନାମ ଯୋଡା ଯାଇଛି। ଏହି ଝିଅଟି ଏକ କ୍ଷେତ୍ର ବାଛିଛି ଯାହାକୁ କରିବାକୁ ହେଲେ ଅନେକ ପଢିବା ସହିତ ଅଭିଜ୍ଞତାର ଆବଶ୍ୟକ ପଡିଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏହି ଝିଅଟି ଖୁବ୍ କମ ବୟସରେ ଏ ସବୁକୁ ଭୁଲ ପ୍ରମାଣିତ କରିଦେଇଛନ୍ତି।

ଏହି ଝିଅଟି ମାତ୍ର ୫ ବର୍ଷର ହୋଇଥିବା ବେଳେ ଏକ ଲେଖି ଲେଖାଲେଖା କ୍ଷେତ୍ରରେ ନିଜର ପ୍ରଥମ ପାଦ ରଖିବାରେ ସଫଳ ହୋଇଛି। ଏହା ସହିତ ସେ ଏହା ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ ବହି ଲେଖିବା ପାଇଁ କୌଣସି ଉଚ୍ଚ ଅଧ୍ୟୟନ କିମ୍ବା ଅଭିଜ୍ଞତାର ଆବଶ୍ୟକତା ଜରୁରୀ ନୁହେଁ। ଲେଖିବା ପାଇଁ କେବଳ କଳ୍ପନା ଓ ମନୋଭାବର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଏହି ପାଞ୍ଚ ବର୍ଷର ଲେଖିକାଙ୍କ ବିଷୟରେ ନଜର ପକେଇ ନେବା।

Advertisment

ଏହି କୁନି ଝିଅଟିର ନାମ ବେଲା ଜେ ଡାର୍କ। ସେ କିଣ୍ଡର୍‌ଗାର୍ଟେନରେ ପଢୁଥିବା ବେଳେ ଦୁନିଆର ସର୍ବକନିଷ୍ଠ ଲେଖକ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ବେଲା ଗତ ବର୍ଷ ଏକ ପୁସ୍ତକ ଲେଖିଥିଲେ ଏବଂ ଏହା ବିଷୟରେ ସେ ତାଙ୍କ ପିତାମାତାଙ୍କୁ କହିଥିଲେ। ତେବେ ବେଲାଙ୍କ ପିତାମାତା ତାଙ୍କ କଥା ପ୍ରତି ଧ୍ୟାନ ଦେଇ ନଥିଲେ। କିନ୍ତୁ ଯେତେବେଳେ ସେ ବେଲାଙ୍କ ଦ୍ୱାରା ଲିଖିତ ପୁସ୍ତକ ଦେଖିଲେ, ଝିଅର ସୃଜନଶୀଳତା ଏବଂ ଦୃଷ୍ଟିକୋଣକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

Youngest author’s first book publishedମା'ଙ୍କ ସହିତ ବେଲା

ବେଲାଙ୍କ ମା’ ଚେଲ୍ସୀ ସାୟମ୍ ଓ ବାପା ମାଇଲ୍ସ ଡାର୍କ ସେମାନଙ୍କ ଝିଅର ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହେବା ସହ ଗର୍ବିତ ମଧ୍ୟ ହୋଇଛନ୍ତି। ବେଲାଙ୍କ ପିତାମାତାଙ୍କ କହିବା ଅନୁଯାୟୀ ଏହା ଏକ ଶିଶୁର କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଛି ଏବଂ ଏଥିରୁ ଅନେକ କିଛି ଶିଖିବାର ଅଛି। ବେଲା ଲେଖିଥିବା କାହାଣୀଟି ହଜିଯାଇଥିବା ବିଲେଇର ଥିଲା। ଏହି ପୁସ୍ତକର ନାମ ହେଉଛି ‘ଦ ଲଷ୍ଟ୍ କ୍ୟାଟ୍’।

Advertisment

ଏହି କାହାଣୀରେ କୁହାଯାଇଛି ଯେ ବିଲେଇଟି ତା’ର ମା ବିନା ବାହାରକୁ ଚାଲିଯାଇଛି ଆଉ ହଜିଯାଇଛି। ଏହି କାହାଣୀଟି ଅତ୍ୟନ୍ତ ଭାବପ୍ରବଣ, କାରଣ ଏ ଜୀବନରେ ମାଆର ଭୂମିକା କ’ଣ ତାହା ମଧ୍ୟ ଶବ୍ଦ ମାଧ୍ୟମରେ କୁହାଯାଇଛି। ବେଲାଙ୍କ ମାଆଙ୍କ କହିବାନୁସାରେ, ସେମାନେ ଏକ ପୁସ୍ତକ ମେଳାକୁ ଯାଇଥିଲେ ଆଉ ସେଠାରେ ଏକ ପୁସ୍ତକ ପ୍ରକାଶନ ସଂସ୍ଥାଙ୍କୁ ଏହି କାହାଣୀ ବିଷୟରେ କହିଥିଲେ। ସେ ଏହି କାହାଣୀକୁ ପ୍ରକାଶ କରିବାକୁ ଆଗ୍ରହ ଦେଖାଇଛି।

ଏହା ପରେ, ଶିଶୁମାନଙ୍କ ପାଇଁ ପୁସ୍ତକ ପ୍ରକାଶ କରୁଥିବା Ginger Fyre Press ଦ୍ୱାରା ଏହା ପ୍ରକାଶିତ ହୋଇଛି। ଏହି ପୁସ୍ତକ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ବେଲା ହିଁ ଏହି ପୁସ୍ତକର ସମସ୍ତ ଚିତ୍ର ନିଜେ ତିଆରି କରିଛି। ବେଲାଙ୍କ ପିତାମାତା ମଧ୍ୟ ବହୁତ ଖୁସି ଯେ ସେମାନଙ୍କ ଝିଅର କାହାଣୀ ବର୍ତ୍ତମାନ ଦୁନିଆ ସାମ୍ନାକୁ ଆସିଛି।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ