Advertisment

ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ !

ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ। ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

Young woman beaten up, manhandled for speaking on low-quality food at Aahar centre

Young woman beaten up, manhandled for speaking on low-quality food at Aahar centre

Advertisment

ଆହାର କେନ୍ଦ୍ରରେ ପାହାର ! ଆହାର କେନ୍ଦ୍ରକୁ ଖାଇବାକୁ ଆସି ମାଡ଼ ଖାଇଲେ ଯୁବତୀ। ନିମ୍ନମାନର ଖାଦ୍ୟକୁ ନେଇ ପ୍ରତିବାଦ କରିବାରୁ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ୧୯ ନମ୍ବର ୱାର୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। 

Advertisment

ସୂଚନା ଅନୁସାରେ, ସୁଶ୍ରୀ ସଙ୍ଗୀତାମହାରଣା ନାମକ ଜଣେ ଯୁବତୀ ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ। ମାତ୍ର ସେଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଦେଖି ସେ ଏହାର ପ୍ରତିବାଦ କରିବା ସହ ମୋବାଇଲ୍‌ରେ ଭିଡିଓ କରିଥିଲେ। ମାତ୍ର ଏହି ସମୟରେ ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନେ ତାଙ୍କ ମୋବାଇଲ୍ ଛଡ଼ାଇବା ସହ ତାଙ୍କୁ ମାର୍‌ପିଟ୍‌ କରିଥିବା ସୁଶ୍ରୀ ଅଭିଯୋଗ କରିଛନ୍ତି।

ଏନେଇ ଟାଉନ ଥାନାରେ ସୁଶ୍ରୀ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି।

Advertisment
Aahar Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ