Advertisment

ନିଜକୁ ଏଲିୟନ କରିନେଲେ ଯୁବତୀ; ଲୋକେ ଦେଖି ଆଶ୍ଚର୍ଯ୍ୟ

ଆଜିକାଲି ଏଲିୟନକୁ ନେଇ ଜୋରଦାର ଅଧ୍ୟୟନ ଚାଲିଛି। ଏମାନେ ସତରେ ଅଛନ୍ତି କି ନାହିଁ ସେ ବିଷୟରେ ସେପରି କିଛି ଦୃଢ ପ୍ରମାଣ ମିଳିନି। କିନ୍ତୁ ଜଣେ ଯୁବତୀ ନିକକୁ ଏଲିୟନ୍‌ରେ ପରିବର୍ତ୍ତନ କରି ନେଇଛନ୍ତି।

Young Girl changed her to alien

Young Girl changed her to alien

Advertisment

ଅନ୍ୟ ଗ୍ରହ ଆଉ ସେଠାରେ ରହୁଥିବା ଲୋକଙ୍କ ବିଷୟରେ କିଏ ବା ଜାଣିବାକୁ ନ ଚାହେଁ। ଜଣେ ଯୁବତୀ ମଧ୍ୟ ଏ ବିଷୟରେ ଜାଣିବା ନେଇ ଏତେ ଆଗ୍ରହୀ ଥିଲେ ଯେ ସେ ନିଜେ ଜଣେ ଏଲିୟନ୍ ହେବା ପାଇଁ ଶରୀରକୁ ପରିବର୍ତ୍ତନରେ ଲାଗିପଡିଲେ। ଭିନୀ ଓହ ନାମକ ଜଣେ ଆମେରିକୀୟ ଯୁବତୀଙ୍କ ଏହି ଆଗ୍ରହ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। କାରଣ ତାଙ୍କର ପୁରୁଣା ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି।

Advertisment

୨୬ ବର୍ଷୀୟ ଭିନୀ ମାତ୍ର ୧୭ ବର୍ଷ ବୟସରୁ ଜଣେ ଏଲିୟନ୍ ହେବା ପାଇଁ ନିଜ ସହିତ ପରୀକ୍ଷା କରିବା ଆରମ୍ଭ କରିଥିଲେ। ତା’ପରେ ସେ ନିଜ ଶରୀରରେ କିଛି ପରିବର୍ତ୍ତନ ମାଧ୍ୟମରେ ନିଜ ରୂପକୁ ଏଲିୟନ୍ ପରି ଦେଖାଇବାକୁ ଚେଷ୍ଟା କରିଥିଲେ। ଏହି ଯୁବତୀଙ୍କ ନିରନ୍ତର ଚିକିତ୍ସା ହେତୁ ବର୍ତ୍ତମାନ ତାଙ୍କ ଚେହେରାକୁ ଚିହ୍ନିବା କଷ୍ଟକର ହୋଇପଡିଛି।

ରିପୋର୍ଟ ଅନୁଯାୟୀ, ୧୭ ବର୍ଷ ବୟସରେ ଭିନୀ ପ୍ରଥମ ଥର ପାଇଁ ଓଠରେ ଫିଲର ନେଇ ଏହାର ଆକାର ପରିବର୍ତ୍ତନ କରିଥିଲେ। ଲସ୍ ଆଞ୍ଜେଲ୍ସରେ ରହୁଥିବା ଭିନୀ ଏହା ପରେ ଆଉ କେବେ ଅଟକି ନ ଥିଲେ। କସ୍‌ମେଟିକ୍ ଅପରେସନ୍ ମାଧ୍ୟମରେ ସେ ଦୁଇଟି ରାଇନୋପ୍ଲାଷ୍ଟୀ କରିଥିଲେ ଏବଂ ଫେସ୍ ଫିଲର୍ ସହିତ ନାକ, ଗାଲ ଏବଂ କିଛି ହାଡର ଆକାରକୁ ପରିବର୍ତ୍ତନ କରିଥିଲେ। ୮ ବର୍ଷ ମଧ୍ୟରେ ଭିନୀ ୧୦୦ ଛୋଟ ବଡ ପ୍ରଣାଳୀ ମାଧ୍ୟମରେ ମୁହଁକୁ ବଦଳାଇଥିଲେ। ଭିନୀ, ଯିଏ କି ଜଣେ ସାଧାରଣ ଯୁବତୀ ପରି ଦେଖାଯାଉଥିଲେ, ଏବେ ନା ତାଙ୍କର ସେଇ ଲମ୍ବା କେଶ ଅଛି ନା ସୁନ୍ଦର ଚେହେରା ଅଛି।

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭିନୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟାର୍‌ ଏବଂ ୫୫,୯୦୦ ଲୋକ ତାଙ୍କୁ ଅନୁସରଣ କରନ୍ତି। ସେ ଯେତେବେଳେ ଲୋକମାନଙ୍କୁ ତାଙ୍କର ପୂର୍ବ ଅବସ୍ଥା ଏବଂ ବର୍ତ୍ତମାନ ଦେଖାଯାଉଥିବା ଅବସ୍ଥା ବିଷୟରେ କୁହନ୍ତି, ସେମାନେ ଚକିତ ହୋଇଯାଆନ୍ତି।

ତାଙ୍କର ଏଭଳି ନାଟକୀୟ ପରିବର୍ତ୍ତନକୁ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି। କିଛି ଲୋକ ଲେଖିଛନ୍ତି ଯେ ସେ ସେତେବେଳେ ବି ସୁନ୍ଦର ଥିଲେ ଆଉ ଏବେ ବି ସୁନ୍ଦର ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସେ ସବୁବେଳେ ସୁନ୍ଦର। ତଥାପି, ଅନେକ ଲୋକ ତାଙ୍କର ଏହି ପରିବର୍ତ୍ତନକୁ ମୂର୍ଖତା ବୋଲି କହିଛନ୍ତି। ଭିନୀ ନିଜେ କୁହନ୍ତି ଯେ ଲୋକମାନେ ଦେଉଥିବା ଏପରି ନକାରାତ୍ମକ ପ୍ରତିକ୍ରିୟା ତାଙ୍କ ଉପରେ ଆଦୌ ପ୍ରଭାବ ପକାଏ ନାହିଁ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ