Advertisment

ଉଠା ଜଳସେଚନ ପ୍ରକଳ୍ପ କାମରେ ଦୁର୍ନୀତି ! ଲକ୍ଷ ଲକ୍ଷ ଖର୍ଚ୍ଚ ହେଲା, ହେଲେ ଜମିକୁ ମାଡ଼ୁନି ପାଣି

୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ଉଠା ଜଳସେଚନ ପ୍ରକଳ୍ପ, ହେଲେ ଚାଷୀଙ୍କ କାମରେ ଲାଗୁନି ।

ଅଦ୍ୟତନ ହୋଇଛି
Yojanara Na Hariloot

Yojanara Na Hariloot

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଉଠା ଜଳସେଚନ ପ୍ରକଳ୍ପ କାମରେ ଦୁର୍ନୀତି। ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରକଳ୍ପ କରାଯାଇଛି, ହେଲେ କାମରେ ଆସୁନି। ଚାଷୀଙ୍କ ଜମିକୁ ମାଡ଼ୁନି ପାଣି। ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିନାହାନ୍ତି।

Advertisment

ବିନିକା ବ୍ଲକର ସକ୍ ମା ଗାଁରେ ୫ ମାସ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗ ପକ୍ଷରୁ ତିଆରି ହୋଇଥିଲା ପ୍ରକଳ୍ପ । ୬୪ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ କାମ ଏମିତି ହୋଇଛି ଯେ, ଚାଷ ଜମିକୁ ପାଣି ମାଡ଼ୁନି। ଚାଷୀଙ୍କ ଅଭିଯୋଗ, ପ୍ରକଳ୍ପର କାମ ଅତି ନିମ୍ନମାନର ହୋଇଥିବାରୁ ପ୍ରାୟ ୧୦ ଏକର ଚାଷ ଜମିକୁ ପାଣି ମାଡ଼ୁଥିବା ବେଳେ ୯୦ ଏକର ଜମିକୁ ପାଣି ପହଞ୍ଚି ପାରୁନି। ଫଳରେ ଜୁଲାଇ ଅଧା ହେଲାଣି, ଏପର୍ଯ୍ୟନ୍ତ ଚାଷୀମାନେ ଚାଷ କାମ ଆରମ୍ଭ କରିପାରୁନାହାନ୍ତି।

ଅଙ୍ଗ ନଦୀରେ ବସିଥିବା ପାଣି ମୋଟର ଠିକ୍ ଭାବେ ଲାଗିନାହିଁ। ଅଧିକାଂଶ ସ୍ଥାନରେ ପାଇପ୍ ଫାଟି ସୁ ସୁ ଗର୍ଜନ କରି ପାଣି ବାହାରି ଯାଉଥିବା ଦେଖିବାକୁ ମିଳିଛି। ଗୋଟେପଟେ ଏହି ପ୍ରକଳ୍ପ କାମ ୨୦୨୨ ଜୁନରେ ସରିଥିବା ଫଳକ ଲାଗିଛି। ଅନ୍ୟପଟେ ପ୍ରକଳ୍ପ ପାଇଁ ଆସିଥିବା ସାମାନ୍ ଏବର୍ଷ ଫେବୃଆରୀରେ ସମ୍ବଲପୁରର ଦେଓଗାଁ ଫ୍ୟାକ୍ଟ୍ରିରୁ କିଣାଯାଇଥିବା ଜିଏସଟି ବିଲ୍ କହୁଛି। ଫଳକ ଓ ଜିଏସଟି ବିଲ୍ ଦୁଇଟିରେ ତାରିଖ ଅଲଗା ଅଲଗା ଥିବାରୁ ଏଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି।

Advertisment

ଠିକାଦାର ସତ୍ୟନାରାୟଣ ପାଣ୍ଡେ ଏହି ପ୍ରକଳ୍ପ କାମ କରିଛନ୍ତି। କିଛି ମାସ ତଳେ ତିଆରି ହୋଇଥିବା ଏ ପ୍ରକଳ୍ପ ଯଦି ଚାଷୀଙ୍କ କାମରେ ଆସିବନି, ତେବେ କଣ ଏହାର ଉଦ୍ଦେଶ୍ୟ ? ଠିକାଦାର, ଜେଇ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ତଦାରଖ କରିବେ ବୋଲି କହିଛନ୍ତି।

ମାତ୍ର ୫ ମାସ ତଳେ ତିଆରି ହେଲା ପ୍ରକଳ୍ପ। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର କାମ କରି ଚାଲିଗଲେ। ଏବେ ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ମହାଦେବପାଲି ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ବିଷୟରେ ଜଣାଇଛନ୍ତି।

Advertisment
Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ