Advertisment

ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ, ମାସେ ନପୂରୁଣୁ ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା

ମନରେଗା ଯୋଜନାର ଅନୁଦାନକୁ କେମିତି ଆତ୍ମସାତ୍ କରାଯିବ, ତାର ବାଟ ଖୋଜାଗଲା। ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାର୍ଡୱାଲ, ଧସିଗଲା ମାଟି ।

Jojanara Na Hariloo

Jojanara Na Hariloo

Advertisment

ଯୋଜନାବଦ୍ଧ ଭାବେ ବର୍ଷାଦିନେ ଆରମ୍ଭ ହେଲା ପୋଖରୀ ପୁନରୁଦ୍ଧାର କାମ । ତଳେ ପଥର ପ୍ୟାଚିଂ ହେଲାନି। ଉପରେ ପୋଖରୀ ଚାରିପଟେ ଗାର୍ଡ ୱାଲ କରାଗଲା। ଫଳରେ ଗୋଟିଏ ବର୍ଷାରେ ଧୋଇଯାଇଛି ମାଟି, ପାଣିରେ ଭାସିଯାଇଛି ମନରେଗା ଟଙ୍କା। କନ୍ଧମାଳ ଚକାପାଦ ବ୍ଲକ ଶଙ୍କରାଖୋଲ ଗାଁର ଶେଷ ମୁଣ୍ଡରେ ଥିବା ଖଜୁରୀବନ୍ଧ ପୋଖରୀର ପୁନରୁଦ୍ଧାର ପାଇଁ ଆସିଥିଲା ୯ ଲକ୍ଷ ୭୭ ହଜାର ଟଙ୍କା।

Advertisment

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାରଙ୍କ ଅମୃତ ସରୋବର ଯୋଜନାରେ ଏହାକୁ ସାମିଲ କରାଯାଇଥିଲା। ମନରେଗା ଯୋଜନାରେ ଗତ ମାସରେ ଆରମ୍ଭ ହୋଇଥିଲା ପୁନରୁଦ୍ଧାର କାର୍ଯ୍ୟ। ପୋଖରୀରୁ ପଙ୍କ ଏବଂ ମାଟି ବାହାର କରି ଗଭୀର କରାଯାଇଥିଲା। ଚାରିପଟେ ଗାର୍ଡୱାଲ ମଧ୍ୟ ହୋଇଥିଲା। ହେଲେ ତଳେ ପଥର ପ୍ୟାଚିଂ ହୋଇନଥିବାରୁ ଗୋଟିଏ ବର୍ଷାରେ ଭାଙ୍ଗିଯାଇଛି ଗାର୍ଡୱାଲ।

ଗାଧୋଇବା ଏବଂ ଅନ୍ୟାନ୍ୟ କାମ ପାଇଁ ଏହି ଖଜୁରୀବନ୍ଧ ପୋଖରୀ ଉପରେ ପୂରା ଶଙ୍କରାଖୋଲ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। କିନ୍ତୁ ବର୍ଷାରେ ମାଟି ଧସିଯାଇ ଗାର୍ଡୱାଲ ଭାଙ୍ଗିଯିବା ପରେ ଏବେ ଲୋକେ ପାଣିରେ ପାଦ ଦେବାକୁ ଡରୁଛନ୍ତି।

Advertisment

ଜେଇଙ୍କ ଉପସ୍ଥିତିରେ କାମ ହୋଇଥିବା ଲୋକେ କହିଛନ୍ତି। ଯଦି ଜେଇଙ୍କ ଉପସ୍ଥିତିରେ କାମ ହେଉଥିଲା, ତେବେ ତଳେ ପଥର ପ୍ୟାଚିଂ କରାଗଲାନି କାହିଁକି ? ବର୍ଷା ଦିନେ କାହିଁକି କାମ ଆରମ୍ଭ ହେଲା ? ନା ଜାଣିଜାଣି ପ୍ରମାଣ ନଷ୍ଟ ପାଇଁ ଏଭଳି କରାଯାଇଛି ? ଏବେ ଶଙ୍କରାଖୋଲ ପଞ୍ଚାୟତବାସୀ ପାଣି ପାଇଁ କୁଆଡେ ଯିବେ, କେଉଁଠି ଗାଧୋଇବେ, ସେହି ଚିନ୍ତାରେ ।

୨୦୧୮-୧୯ରେ ମଧ୍ୟ ଏହି ବନ୍ଧର ଉନ୍ନତୀକରଣ ପାଇଁ CFC ଫଣ୍ଡରୁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ଦ୍ୱିତୀୟଥର ହୋଇଥିଲା ପୁନରୁଦ୍ଧାର କାମ। ସବୁଠି ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରାଯାଏ। କିନ୍ତୁ ଏଠି ଜୁନ୍ ମାସ ଅର୍ଥାତ୍ ବର୍ଷାଦିନେ କାମ ହୋଇଥିବାରୁ ମାଟି ଧସିଯାଇଛି। ତେବେ ଗାର୍ଡୱାଲ ନିର୍ମାଣର ମାସେ ନପୂରୁଣୁ କିଭଳି ଭାଙ୍ଗିଗଲା, ସେନେଇ ଶଙ୍କରାଖୋଲ ପଞ୍ଚାୟତର ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ପଥର ପ୍ୟାଚିଂ ହୋଇନଥିବାରୁ ଭୁଶୁଡ଼ି ଯାଇଛି। ଏହାକୁ ଆଦର୍ଶ ପୋଖରୀ କରାଯିବ।

Advertisment

ମନରେଗା ଅର୍ଥକୁ ଚଞ୍ଚକତାର ସହ ହଡପ୍ କରିବା ଘଟଣାର ତଦନ୍ତ ହେଲେ ସତ ସାମ୍ନାକୁ ଆସିବ।

Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ