Advertisment

ଶବ ନଥାଇ ଶ୍ମଶାନ, ମଣିଷ ନଥାଇ କମ୍ୟୁନିଟି ହଲ୍ : କାହା ସ୍ୱାର୍ଥରେ ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା ?

ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି

ଅଦ୍ୟତନ ହୋଇଛି
Yojana Ra Na Hariloot

Yojana Ra Na Hariloot

Advertisment

ଶବ ନଥାଇ ଶ୍ମଶାନ, ମଣିଷ ନଥାଇ କମ୍ୟୁନିଟି ହଲ୍ । ଢେଙ୍କାନାଳ ମ୍ୟୁନିସିପାଲଟି ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି । ଢେଙ୍କାନାଳ ମ୍ୟୁନିସିପାଲଟି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଶ୍ମଶାନ ପାଇଁ ଦୀର୍ଘ ଦିନ ଧରି ଲୋକଙ୍କର ଦାବି ଥିଲା । କାରଣ ପାଖରେ ଶ୍ମଶାନ ନଥିବାରୁ ଲୋକଙ୍କୁ ଅନ୍ତ୍ୟେଷ୍ଟି ପାଇଁ ୫ କିଲୋମିଟର ଯିବାକୁ ପଡ଼େ । ନଚେତ୍ ଖର୍ଚ୍ଚାନ୍ତ ହୋଇ ପୁରୀ ସ୍ୱର୍ଗଦ୍ୱାର ଯାଅଆନ୍ତି ।

Advertisment

ତେବେ ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି । ୬ ମାସରୁ ଅଧିକ ସମୟ ହେବ ଏହି ମଶାଣି କାମ ସରିଥିଲେ ମଧ୍ୟ ୱାର୍ଡ ବାସିନ୍ଦାଙ୍କୁ ହସ୍ତାନ୍ତର କରାଯାଇନି । ଫଳରେ ଶ୍ମଶାନ ଭିତରେ ଛୋଟ ବଡ଼ ଗଛ ଉଠି ପରିତ୍ୟକ୍ତ ଅବସ୍ଥା ହୋଇଗଲାଣି ।

କେବଳ ଶ୍ମଶାନ ନୁହେଁ, ଶ୍ମଶାନ ପାଖକୁ ଲାଗି ଏକ ପରିଚୟ କେନ୍ଦ୍ର ବା କମ୍ୟୁନିଟି ହଲ୍ ତିଆରି କରିଛି ମ୍ୟୁନିସିପାଲଟି । ଯେଉଁଥିରେ ଖର୍ଚ୍ଚ ହୋଇଛି ୫ ଲକ୍ଷ ଟଙ୍କା କିନ୍ତୁ ଏଠାରେ ଜନବସତି ନଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଯେଉଁ ଜାଗାରେ କମ୍ୟୁନିଟି ହଲ୍ ହୋଇଛି, ସେଠାରେ ମାତ୍ର ୪-୫ଟି ପରିବାର କିଛି ମାସ ହେବ ଘର କରି ରହିଛନ୍ତି । ସେଠାରେ ବସ୍ତି ଅଛି ବୋଲି ଦର୍ଶାଇବାକୁ ଜାଗା ମିଶନ୍ ଯୋଜନାର ଏକ ବୋର୍ଡ ଲାଗିଛି । କାହା ସ୍ୱାର୍ଥରେ ଏତେ ଟଙ୍କା ଖର୍ଚ୍ଚ ହୋଇ କମ୍ୟୁନିଟି ହଲ୍ ହୋଇଛି, ତାକୁ ନେଇ ଅସନ୍ତୁଷ୍ଟ ୱାର୍ଡ ବାସିନ୍ଦା ।

Advertisment

ଶ୍ମଶାନ କାମ ସରିବା ପରେ ତାହା ବ୍ୟବହାର ହୋଇପାରୁନଥିବା ସ୍ୱୀକାର କରିଛନ୍ତି ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ । ସେପଟେ ଡ୍ରୋନ୍ ସର୍ଭେ କରାଯାଇ କମ୍ୟୁନିଟି ହଲ୍ ତିଆରି କରାଯାଇଥିବା ସଫେଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଯଦି ଏହି ସ୍ଥାନରେ ଜନବସତି ଅଛି ବୋଲି ଦର୍ଶାଯାଇଛି, ତାହେଲେ କୁଆଡେ ଗଲା ଜନବସତି ? ନା ଟଙ୍କା ଚଳୁ କରିବା ପାଇଁ ଏଠାରେ ଜାଗା ମିଶନ୍ ନାଁରେ କାମ କରାଯାଇଛି ? ଯଦି ଯୋଜନା କରାଯାଉଛି, କିନ୍ତୁ କାମରେ ଆସୁନି ତେବେ କାହା ପାଇଁ ହେଉଛି ଯୋଜନା ?

ରାଜଶ୍ରୀ ଶତପଥୀ

Yojana Ra Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ