Worlds loneliest house empty for 100 years in remote mountain
ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ବିଷୟରେ ପ୍ରାୟ କେହି ଜାଣନ୍ତି ନାହିଁ। ଲୋକେ ସେସବୁକୁ ଦେଖନ୍ତି ସତ କିନ୍ତୁ ଏହା ପଛର ଇତିହାସ କ’ଣ ସେମାନେ ଜାଣନ୍ତି ନାହିଁ। ଇଟାଲୀର ବିଶାଳ ଡୋଲୋମାଇଟ୍ ପର୍ବତ ଭିତରେ ଏମିତି ଏକ ଘର ରହିଛି ଯେଉଁଠାକୁ ଶତାବ୍ଦୀ ଧରି କେହି ଯାଇ ନାହାଁନ୍ତି। ଏହି ଘରର ଚାରିପାଖରେ ପର୍ବତ ଛଡା ଆଉ କିଛି ନାହିଁ।
ଏହି ଘରଟିକୁ ଯିଏ ଦେଖିବ ସିଏ ଭାବିବାକୁ ବାଧ୍ୟ ହେବ ଯେ ଏହା ଏତେ ଉଚ୍ଚତାରେ କିପରି ନିର୍ମାଣ ହେଲା? ଘରର ଉଚ୍ଚତା ସମୁଦ୍ର ପତ୍ତନଠାରୁ ପ୍ରାୟ ୯ ହଜାର। ଏହା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ନିର୍ମିତ ହୋଇଥିବା କୁହାଯାଏ। ତେବେ ଏହି ଘର ସେତେବେଳେ କେଉଁ ଉଦ୍ଦ୍ୟେଶ ନେଇ ନିର୍ମାଣ ହୋଇଥିବା ତାହା ଏବେ ଚିନ୍ତା କରିବାର ବିଷୟ ହୋଇଛି। ଏହା ବ୍ୟତୀତ ଏହି ଘରକୁ କିଏ ଓ କିପରି ତିଆରି କଲେ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଅଷ୍ଟ୍ରୋ-ହଙ୍ଗେରୀ ସେନା ସହିତ ଯୁଦ୍ଧ ସମୟରେ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଏହି ଘର ଇଟାଲୀୟ ସୈନିକମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେମାନେ ଏହି ସ୍ଥାନକୁ ଏକ ଷ୍ଟୋର୍ରୁମ୍ ଭାବରେ ମଧ୍ୟ ବ୍ୟବହାର କରୁଥିଲେ। ଏଠାରେ ସେମାନେ ସେନା ସମ୍ବନ୍ଧୀୟ ସାମଗ୍ରୀକୁ ସୁରକ୍ଷିତ ରଖୁଥିଲେ। ଘରଟି ଏକ ଭିନ୍ନ ଢଙ୍ଗରେ ମଧ୍ୟ ନିର୍ମାଣ କରାଯାଇଛି।
ଏହି ପୂରା ଘର ନିର୍ମାଣ କରିବା ନେଇ କେବଳ କାଠ, ଦଉଡି ଏବଂ କେବୁଲର ବ୍ୟବହାର କରାଯାଇଛି। ପର୍ବତ ମଝିରେ ନିର୍ମିତ ଏହି ଘରଟି ନିଜେ ଏକ ଆଶ୍ଚର୍ଯ୍ୟ। ଏଠାରେ ପହଞ୍ଚିବା ପାଇଁ ଥିବା ରାସ୍ତା ମଧ୍ୟ ବିପଜ୍ଜନକ। ଏହି ଘର ନିକଟକୁ ପହଞ୍ଚିବା ପାଇଁ କେବଳ ଗୋଟିଏ ପୁରୁଣା କାଠ ସେତୁ ଅଛି।
ଏଇ ହେଲ ସେଇ ରହସ୍ୟମୟ ଘରହଜାର ହଜାର ଫୁଟ ଉଚ୍ଚତା ଥିବା କାରଣରୁ ଏହି ସ୍ଥାନଟି ସମ୍ପୂର୍ଣ୍ଣ ଭିନ୍ନ ଦୁନିଆରେ ଥିବା ପରି ମନେହୁଏ। ଯଦି ଏଠାରେ ଥାଇ ଉପରୁ ତଳକୁ ଦେଖାଯାଏ ତେବେ ଦୁର୍ବଳ ହୃଦୟ ଭୟଭୀତ ହେବା ଥୟ। ଦୂର ଦୂର ପର୍ଯ୍ୟନ୍ତ କେବଳ କେବଳ୍ ପାହାଡ ହିଁ ପାହାଡ ଛଡା ଆଉ କିଛି କି ଦୃଶ୍ୟମାନ ହୁଏ ନାହିଁ। ଏହି ଘରଟି ଶହ ଶହ ବର୍ଷ ପ୍ରାଚୀନ। ତେଣୁ ଲୋକଙ୍କୁ ଏଠାକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଏ। ପଦଯାତ୍ରା ଉତ୍ସାହୀମାନେ ଏଠାକୁ ଯିବାକୁ ତ ଚାହାଁନ୍ତି କିନ୍ତୁ ସେମାନେ ନିଜ ହିଁ ନିଜର ବିପଦକୁ ନିମନ୍ତ୍ରଣ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639060332.jpg)