Advertisment

ମନକୁ ପାଇଲା ନାହିଁ ‌ଈଶ୍ୱରଦତ୍ତ ଚେହେରା; ବଦଳେଇ ଏମିତି କରିଦେଲେ

ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।

ଅଦ୍ୟତନ ହୋଇଛି
Worlds biggest cheeks woman now grows horns

Worlds biggest cheeks woman now grows horns

Advertisment

ଭଗବାନ ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁନ୍ଦର କରି ତିଆରି କରିଛନ୍ତି। ତାଙ୍କର ପ୍ରତ୍ୟେକ କଳାକୃତି ଖୁବ ସୁନ୍ଦର। ଏହା ମଣିଷ ହେଉ କି ପ୍ରକୃତିର ଅନ୍ୟ କୌଣସି ଅଂଶ, ଭଗବାନ ତାଙ୍କ ସୃଜନଶୀଳତାକୁ ସମସ୍ତଙ୍କ ଭିତରେ ରଖିଛନ୍ତି। ଭଗବାନଙ୍କ ଦ୍ୱାରା ସୃଷ୍ଟିକୁ ନେଇ କିଛି ଲୋକ ସନ୍ତୁଷ୍ଟ ରହୁଥିବା ବେଳେ ଆଉ କିଛି ଲୋକ ଏଥିରେ ଅସନ୍ତୋଷ ବ୍ୟକ୍ତ କରନ୍ତି। ସେମାନେ ଏଥିରେ ପରିବର୍ତ୍ତନ କରିବାକୁ ଚାହାନ୍ତି।

Advertisment

ଏହି କାରଣରୁ ଫ୍ୟାଶନ ନାମରେ ପ୍ଲାଷ୍ଟିକ୍‌ ସର୍ଜରୀ ମାମଲା ଦୁନିଆରେ ବହୁତ ବୃଦ୍ଧି ପାଇବାରେ ଲାଗିଛି। ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଲୁକ୍‌ରେ ଅନେକ ଲୋକ ଖୁସି ନଥାନ୍ତି, ତେଣୁ ସେମାନେ ଏହାକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରନ୍ତି। ଏଥିପାଇଁ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରିଚ୍ ଚେହେରାରେ ପରିବର୍ତ୍ତନ ଆଣନ୍ତି। ତେଣୁ ସେମାନେ ପ୍ଲାଷ୍ଟିନ୍ ସର୍ଜରୀର ସହାୟତା ନିଅନ୍ତି।

ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ ଚେହେରାକୁ ବଦଳାଇବା ତାଲିକାରେ ୟୁକ୍ରେନ୍‌ର ଆନସ୍ତାସ୍ୟାଙ୍କ ନାମ ଯୋଡି ହୋଇଛି। ଏହି ମଡେଲଙ୍କୁ ଯିଏ ପୂର୍ବରୁ ଦେଖିଥିବା ତାଙ୍କର ଶରୀରର ଏହି ପରିବର୍ତ୍ତନକୁ ଦେଖିଲେ ସେ ଚିହ୍ନି ପାରିବ ନାହିଁ। ନିଜ ଶରୀରକୁ ଟାମ୍ପରିଂ କରି ସେ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଦୁନିଆର ସବୁଠୁ ବଡ ଗାଲ ଥିବା ମହିଳା ଭାବରେ ଆନସ୍ତାସ୍ୟାଙ୍କ ନାମ ନିଆଯାଏ। କିନ୍ତୁ ରେକର୍ଡ କରିବା ପରେ ମଧ୍ୟ ସେ ଖୁସି ନାହାନ୍ତି। ବର୍ତ୍ତମାନ ସେ ନିଜ କପାଳରେ ଛୋଟ ଶିଙ୍ଗ ବଢାଇ ଲୁକ୍‌କୁ ଆହୁରି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଆନସ୍ତାସ୍ୟା ତାଙ୍କର ପ୍ରାକୃତିକ ଚେହେରାକୁ ନେଇ ଅସନ୍ତୁଷ୍ଟ ଥିଲେ। ବୋଧହୁଏ ଏହି କାରଣରୁ ସେ ତାଙ୍କ ମୁହଁରେ ଅନେକ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସେ ତାଙ୍କ ଗାଲରେ ଏତେ ସଂଖ୍ୟକ ଫିଲର ଦେଇଥିଲେ ଯେ ଦୁନିଆର ସବୁଠୁ ବଡ ଗାଲ ଥିବା ମହିଳାଙ୍କ ରେକର୍ଡ ତାଙ୍କ ନାମରେ କରାଯାଇଥିଲା।

ଏହା ବ୍ୟତୀତ ସେ ନିଜ ଓଠରେ ମଧ୍ୟ ଫିଲର୍ ପୂରଣ କରିଛନ୍ତି। କିନ୍ତୁ ଚେହେରାକୁ ନେଇ ତାଙ୍କର ଏହି ଟ୍ୟାମ୍ପରିଂ ଶେଷ ହୋଇ ଯାଇ ନାହିଁ। ଅଗଷ୍ଟ ୧୧ରେ, ସେ ଏକ ଭିଡିଓ ଅପଲୋଡ୍ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ କିପରି ତାଙ୍କ କପାଳକୁ ଅନେକ ଫିଲରରେ ଭରି ଦେଇଛନ୍ତି ଏବଂ ଏହାକୁ ଏକ ଶିଙ୍ଗର ଆକାର ଦେଇଛନ୍ତି।

Advertisment

ଆନସ୍ତାସ୍ୟା ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ justqueen8888 ରେ ଏହି ନୂଆ ପଦ୍ଧତିର ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ଜଣେ ଡାକ୍ତର ତାଙ୍କ ଆଖିରେ ଇଞ୍ଜେକ୍ସନ ଦେଉଥିବାର ନଜର ଆସିଥିଲେ। ପ୍ରତ୍ୟେକ ଇଞ୍ଜେକ୍ସନ୍ ପରେ, ତାଙ୍କ ଶରୀରରେ ଏକ ବଲ୍ ପରି ଆକୃତି ତିଆରି ହେଉଥିଲା। ପରେ ଏହି ଫୁଲା ଶିଙ୍ଗର ଆକୃତି ନେବାକୁ ଲାଗିଥିଲା।


 
 
 
 
 
 
 
 
 
 
 
 
 
 

A post shared by Анастасія (@justqueen8888)

ସେ ତାଙ୍କ ଇନଷ୍ଟା ପେଜ୍‌ରେ ଲେଖିଛନ୍ତି, ଯଦି ଆପଣମାନେ ମୋତେ ସହରରେ ସିଙ୍ଗ ଥିବା ଅବସ୍ଥାରେ ବୁଲୁଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ। ଏହା ହେଉଛି ନୂଆ ପଦ୍ଧତିର ଫଳାଫଳ। ଏହି ପୋଷ୍ଟ୍‌ ଦେଖିବା ପରେ, ଏଥିରେ ଲୋକଙ୍କ ମନ୍ତବ୍ୟର ବନ୍ୟା ଛୁଟିଛି। ଅନେକ ଲେଖିଛନ୍ତି ଯେ ଚେହେରାରେ ଏତେ ପରିବର୍ତ୍ତନ କରିବା ଭଲ କଥା ନୁହେଁ। ସେହିପରି ଅନେକ ତାଙ୍କୁ ପଚାଛନ୍ତି ଯେ ଏହା ଏକ ନୂଆ ପ୍ରକାରର ଷ୍ଟଣ୍ଟ୍‌ ନା ତାଙ୍କର କୌଣସି ରୋଗ ହୋଇଛି?

Trending World Record Ajab Gajab Viral Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ