Advertisment

ଦୁନିଆର ସବୁଠାରୁ ବଡ ଆଳୁ; ଓଜନ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ

ସାମ୍ନାକୁ ଆସିଛି ଏମିତି ଏକ ଆଳୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଆଳୁର ଓଜନ ଏତେ ଯେ ଯାହାକୁ ବୋହିବା ପାଇଁ ଏକ ଗାଡିର ଆବଶ୍ୟକ ହୋଇଥାଏ। ଏହି ଆଳୁର ଓଜନ ପାଖାପାଖି ୮ କେଜି।

World’s biggest potato

World’s biggest potato

Advertisment

ଆଳୁ ଏମିତି ଏକ ପରିବା ଯାହା ପ୍ରାୟ ସମସ୍ତଙ୍କର ସାଧାରଣ ଖାଦ୍ୟ। ଏହା ପ୍ରାୟ ସବୁ ଦେଶରେ ମିଳେ। ଦେଶ ଅନୁସାରେ ଏହାର କିସମ ମଧ୍ୟ ଭିନ୍ନ। ଆକାରରେ ମଧ୍ୟ କେଉଁଠି ଛୋଟ ତ ପୁଣି କେଉଁଠି ବଡ। କିନ୍ତୁ ବର୍ତ୍ତମାନ ସାମ୍ନାକୁ ଏମିତି ଏକ ଆଳୁ ଆସିଛି ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଆଳି ଏତେ ବଡ ଯେ କେହି ହୁଏତ କଳ୍ପନା କରି ନ ଥିବେ। ଏହି ଆଳୁକୁ ବୋହିବାକୁ ହେଲେ ଦୁଇ ହାତ ବ୍ୟବହାର କରିବାକୁ ପଡିବ। ଏହି ଆଳୁର ଓଜନ ୭କୋଲି ୮୦୦ ଗ୍ରାମ୍। ଏହି ଆଳୁକୁ ଦୁନିଆଁର ସବୁଠାରୁ ବଡ ଆଳୁ ଭାବେ ବିଚାରକୁ ନିଆଯାଉଛି।

Advertisment
World’s biggest potatoଦୁନିଆର ସବୁଠାରୁ ବଡ ଆଳୁ; ଓଜନ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ

ଏହି ଆଳୁ ନ୍ୟୁଜ୍‌ଲାଣ୍ଡର ହାମିଲଟନ୍ ନିକଟର ଏକ ବଗିଚାରୁ ମିଳିଛି। ଏଠାରେ ରହୁଥିବା କୋଲିନ୍ ଓ ଡୋନା କ୍ରେଗ୍-ବ୍ରାଉନ୍ ନାମକ ଏକ ଦମ୍ପତିଙ୍କ ବଗିଚାରୁ ଅଗଷ୍ଟ ୩୦ରେ ଏହି ଆଳୁ ମିଳିଥିଲା। କୋଲିନଙ୍କ କହିବା କଥା “ଆମେ ଯେତେବେଳେ ଆମ ବଗିଚାରେ ଖୋଳୁଥିଲୁ ଆମକୁ ଏହି ଆଳୁ ମିଳିଲା। ପ୍ରଥମେ ଆମେ ବିଶ୍ୱାସ କରିପାରିଲୁ ନାହିଁ ଯେ ଏହା ଆଳୁ ବୋଲି। କିନ୍ତୁ ଯେତେବେଳେ ଆମେ ଏହାକୁ ଖୋଳି ସଂପୂର୍ଣ୍ଣ ବାହାର କଲୁ ସେତେବେଳେ ଜଣାଗଲା ଯେ ଏହା ଆଳୁ ବୋଲି।”

Advertisment

୭ କିଲୋ ୮୦୦ ଗ୍ରାମର ଏହି ଆଳୁ କୋଲିନ୍ ଓ ଡୋନା କ୍ରେଗ୍-ବ୍ରାଉନଙ୍କ ବଗିଚାରୁ ମିଳିବା ପରେ ସେମାନେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ହୋଇଯାଇଛନ୍ତି। ସେମାନେ ଏହି ଆଳୁର ନାମ ‘ଡଗ୍’ ବୋଲି ରଖିଛନ୍ତି। ବର୍ତ୍ତମାନ ଅନୁମାନ କରାଯାଉଛି ଯେ ଏହି ଆଳୁ ଦୁନିଆଁର ସବୁଠାରୁ ବଡ ଆଳୁ ହୋଇଥିବ ବୋଲି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୧ରେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମ୍ନାକୁ ଆସିଥିବା ଆଳୁର ଓଜନ ୫ କିଲୋରୁ କମ ରହିଛି।

World’s biggest potatoଆଳୁର ଓଜନ ଏତେ ଯେ ବୋହିବା ପାଇଁ ଦରକାର ହୁଏ ଟ୍ରଲି

ତେବେ ଏହି ଆଳୁକୁ ଦୁନିଆର ସବୁଠାରୁ ବଡ ଆଳୁର ମାନ୍ୟତା ଦେବା ନେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଆବେଦନ କରିଥିବା ଏହି ଦମ୍ପତି କହିଛନ୍ତି। ତେବେ ବର୍ତ୍ତମାନ ସଂସ୍ଥା ତରଫରୁ ଏହାର କୌଣସି ତଥ୍ୟ ମିଳି ନାହିଁ। ପ୍ରକାଶଥାଉ ଯେ ଏହା ପୂର୍ବରୁ ଇଟାଲୀର ଟକ୍ସନୀ କ୍ଷେତ୍ରରୁ ଆସିଥିବା ଏକ ୧,୨୧୭.୫ କିଲୋଗ୍ରାମର କଖାରୁ ଜର୍ମାନୀର ଲୁଇଗ୍ସବର୍ଗରେ ଆୟୋଜିତ ୟୁରୋପିଆନ ପମ୍ପ୍‌କିନ୍ ୱିଇଙ୍ଗ୍ ଚମ୍ପିଅନ୍‌ସିପ୍ ଜିତିଥିଲା। ଏହା ମଧ୍ୟ ସେପ୍ଟେମ୍ବରରେ ଦୁନିଆର ସବୁଠାରୁ ଭାରି କଖାରୁର ମାନ୍ୟତା ପାଇଥିଲା।

Advertisment

ତେବେ ଏହି ଖବର ସୋସିଆଲ୍ ମିଡିରେ ଭାଇରାଲ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି। ଜଣେ ଉପଭୋକ୍ତା ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ “ଏହି କ୍ଷେତ୍ରରେ ହଲୋୱିନ୍ ସପ୍ତାହ ଭୟାନକ ହେଉଛି।” ଅକ୍ଟୋବର ଶେଷ ରବିବାର ଠାରୁ ପାଳନ ହେଉଥିବା ହଲୋୱିନ ପର୍ବରେ ପ୍ରଚୁର ପରିମାଣର କଖାରୁ ବ୍ୟବହାର ହୋଇଥାଏ। ତେବେ ଗୋଟିଏ ମାତ୍ର କଖାରୁରେ ଅନେକ ପ୍ରକାର ଜିନିଷ ତିଆରି ହୋଇପାରିବ ବୋଲି ଜଣେ ଉପଭୋକ୍ତା କହିଥିଲେ। 

Viral Biggest Potato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ