Advertisment

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ: ସଚେତନତା ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ

ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ବିଶ୍ୱର ପ୍ରାୟ ୪୬ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
World Hypertension Day 2022

World Hypertension Day 2022

Advertisment

ଆଜି ହେଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ । ଏହି ଅବସରରେ ସଚେତନତା ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯାଉଛି । ବିଶ୍ୱର ପ୍ରାୟ ୪୬ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଭାରତରେ ମଧ୍ୟ ଏହି ରୋଗ ହୁ ହୁ ହୋଇ ବ୍ୟାପିବାରେ ଲାଗଛି । ଚଳିତବର୍ଷର ଥିମ୍ ରହିଛି ସଠିକ୍ ରକ୍ତଚାପ ମାପିବା ସହ ନିୟନ୍ତ୍ରଣ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

Advertisment

ସାଧାରଣତଃ ସ୍କୁଲ, କଲେଜ ଓ କଂପିଟେଟିଭ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଏବେ ରକ୍ତଚାପର ଶିକାର ହେଲେଣି। ଅନିୟମିତ ଖାଦ୍ୟାଭ୍ୟାସ, ଅନିୟନ୍ତ୍ରିତ ଜୀବନଚର୍ଯ୍ୟା ଓ କମ୍ ଦିନରେ ବଡ଼ ସଫଳତା ଲକ୍ଷ୍ୟରେ ଚାଲୁଥିବାରୁ ପିଲାଙ୍କ କ୍ଷେତ୍ରରେ ରକ୍ତଚାପ ବଢୁଛି । ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପ ଲାଗି ରହିଲେ ବ୍ରେନ ଉପରେ କୁପ୍ରଭବାବ ପକାଇଥାଏ

ସେହିପରି ହୃତପିଣ୍ଡ, ବୃକ୍କ, ଆଖି ଉପରେ ଏହାର ପ୍ରଭାବ ପଡୁଛି । ଆମ ଦେଶରେ ପ୍ରତି ଚାରିଜଣରେ ଜଣେ ଲୋକ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇଥିବାର ରିପୋର୍ଟରେ ଦର୍ଶାଯାଇଛି ।

Advertisment

ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଅନେକ ଶାରୀରିକ ସମସ୍ୟାର କାରଣ ହେଉଛି। ଅତି କମ ବୟସର ଲୋକେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଔଷଧ ସେବନ ଦ୍ୱାରା ବି ସେଭଳି ଫଳ ମିଳୁନି। ଲୋକେ ଧୀରେ ଧୀରେ ଯୋଗ ଆଡକୁ ମନ ବଳେଇଲେଣି। ଏହା ହିଁ ଏକମାତ୍ରା ଉପାୟ ଯାହା ଏକ ରୋଗମୁକ୍ତ ଜୀବନ ଦେଇପାରିବ।

ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇଁ ପ୍ରାଣାୟମ ମଧ୍ୟ ଅତି ଉଚ୍ଚକୋଟିର ମାଧ୍ୟମ। ଦୈନିକ ଅନୁଲୋମ୍ ବିଲୋମ୍, ଭ୍ରାମରୀ, ଶିତଳୀ, ଶିତ୍କାରୀ, ଉଦ୍‌ଗିତ୍ ପ୍ରାଣାୟମ ଓ ଯୋଗିକ୍ ପ୍ରାଣାୟମ କରିପାରିବେ। ଏହା ସହିତ ଦୈନିକ ଜୀବନରେ ଧ୍ୟାନ ନିଶ୍ଚିତ କରିବେ। କାରଣ ଧ୍ୟାନ ମସ୍ତିଷ୍କକୁ ସ୍ଥିର ରଖିବା ସହିତ ଶରୀରର ପ୍ରତ୍ୟେକ ଅଙ୍ଗ ଓ ବାୟୁକୁ ସନ୍ତୁଳନ କରିଥାଏ।

Advertisment
World Hypertension Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ