Advertisment

ଆଉ ଜଣେ ତପସ୍ୱିନୀ ! ନ୍ୟାୟ ପାଇଁ ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।

ଅଦ୍ୟତନ ହୋଇଛି
dharana

dharana

Advertisment

ଢ଼େଙ୍କାନାଳ (ରାଜଶ୍ରୀ ସତପଥୀ): ସ୍ୱାମୀ ଦୁଆରେ ସ୍ତ୍ରୀ । ଆଉ ଜଣେ ତପସ୍ୱିନୀ । ବିବାହର ଏତେ ବର୍ଷ ପରେ ବି ସ୍ତ୍ରୀକୁ ଘରେ ପୂରାଇ ଦେଉନି ସ୍ୱାମୀ । ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ । ୨୫ ବର୍ଷର ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା ।

Advertisment

ମାଧବୀଙ୍କ ଅଭିଯୋଗ ଅନୁସାରେ ୧୯୯୫ ମସିହାରେ ମହେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ । ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ବିବାହର ଦୁଇବର୍ଷ ପରେ ସ୍ୱାମୀ ମହେନ୍ଦ୍ର ତାଙ୍କୁ ମାଡମାରି ଘରୁ ତଡି ଦେଇଥିଲେ । ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ୱଶୁର ଘରେ ରହିଥିଲେ । ହେଲେ ମାଧବୀଙ୍କୁ ତାଙ୍କ ନଣନ୍ଦ ଦିଅର ଓ ଶ୍ୱଶୁର ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ । ମାଧବୀ ବଲାଙ୍ଗିରରେ ରହୁଥିବା ଅବସ୍ଥାରେ ମହେନ୍ଦ୍ର ତାଙ୍କ ସହ ଫୋନ ମାଧ୍ୟମରେ ତ ଆଉ କେତେବେଳେ ବଲାଙ୍ଗୀର ଯାଇ ଯୋଗାଯୋଗ ରଖୁଥିଲେ ବୋଲି ମାଧବୀ କହିଛନ୍ତି ।

ମହେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ପରେ ସେ ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ମାତ୍ର ଏଥିରେ ବିଳମ୍ବ ହେବାରୁ ମାଧବୀ ଆଜି ଢେଙ୍କାନାଳ ସ୍ଥିତ ସ୍ୱାମୀଙ୍କ ଘର ଆଗରେ ନିଜର ହକ ପାଇଁ ଧାରଣାରେ ବସିଛନ୍ତି । ଏଠି ପହଞ୍ଚିବା ପରେ ମହେନ୍ଦ୍ର ତାଙ୍କୁ ଘରେ ପୂରାଇ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଟାଉନଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହିତ ଧାରଣାରୁ ଉଠିବାକୁ କହିଥିଲେ । ଟାଉନଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Advertisment
Marital Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ