Advertisment

' ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି '

ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି । ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା କର୍ମଚାରୀ ପିରୋ କିଷାନ ।

ଅଦ୍ୟତନ ହୋଇଛି
Women’s unique protest

Women’s unique protest

Advertisment

ସୁନ୍ଦରଗଡ: ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି । ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା କର୍ମଚାରୀ ପିରୋ କିଷାନ । ଶେଷରେ ଜିଲ୍ଲାପାଳ ତାଙ୍କୁ ଉଠାଇ ଅଭିଯୋଗ ପତ୍ର ରଖିଛନ୍ତି ଏବଂ ନ୍ୟାୟ ଦେବାର ପ୍ରତିଶ୍ରୃତି ମଧ୍ୟ ଦେଇଛନ୍ତି ।

Advertisment

ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ବ୍ଲକ ମଝାପଡ଼ାର ବାଳିକା ୟୁପି ସ୍କୁଲରେ ଗତ ୧୦ ବର୍ଷ ହେବ ପିରୋ କିଷାନ ପିଅନ ଭାବେ କାର୍ଯ୍ୟରତ ଥିଲେ । ସ୍କୁଲ ବ୍ଲକ୍ ଗ୍ରାଣ୍ଟ ପାଇବା ପରେ ମଧ୍ୟ ତାଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ଦିଆଯିବ । ଏଥିପାଇଁ ସେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ।

କେବଳ ଏତିକି ନୁହେଁ, ସ୍କୁଲ କର୍ତ୍ତୃପକ୍ଷ ତାଙ୍କଠାରୁ ୧୫ ହଜାର ଟଙ୍କା ନେଇଥିବାର ମଧ୍ୟ ପିରୋ ଅଭିଯୋଗ କରିଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।

Advertisment

ହେଲେ ସେଥିରୁ ବି କିଛି ଲାଭ ମିଳିନଥିଲା ଯାହା ପରେ ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳ ତାଙ୍କ ଅଫିସକୁ ଆସୁଥିବା ସମୟରେ ସେ ଜିଲ୍ଲାପାଳଙ୍କ ସାମ୍ନାରେ ହିଁ ଚଟାଣରେ ଶୋଇ ପଡ଼ିଲେ । ଯାହାକୁ ଦେଖି ଜିଲ୍ଲାପାଳ ତାଙ୍କୁ ଉଠାଇବା ସହ ପିରୋଙ୍କ ଅଭିଯୋଗ ପତ୍ର ରଖିଛନ୍ତି ।

Odisha Sundargarh Women Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ