Advertisment

ଗଛକୁ ସ୍ୱାମୀଭାବେ ଗ୍ରହଣ କରିନେଲେ ମହିଳା, ଏବେ ଖୁସିରେ ଅଛନ୍ତି

ସବୁ ମହିଳାମାନେ ଚାହାନ୍ତି ଏକ ସୁନ୍ଦର ଯୁବକଙ୍କୁ ବିବାହ କରିବାକୁ। ଖାଲି ସୁନ୍ଦର ନୁହେଁ ଯିଏ ତା’ ମନ କଥା ବୁଝୁଥିବ, ତା’ ଭାବନାକୁ ଅନୁଭବ କରୁଥିବ ଆଉ ତା’ର ସବୁ ଇଛା ପୂରଣ କରୁଥିବ। ତେବେ ଜଣେ କ’ଣ ଏକ ଗଛକୁ ବିବାହ କରି ଏହିସବୁ ପାଇପାରିବ। କିନ୍ତୁ ଜଣେ ମହିଳା ଏକ ଗଛକୁ ବାହାହୋଇ ସବୁକିଛି ପାଇଥିବା କହିଛନ୍ତି।

ଅଦ୍ୟତନ ହୋଇଛି
Woman who married tree says they are still happy

Woman who married tree says they are still happy

Advertisment

ବିବାହ ସମସ୍ତଙ୍କ ଜୀବନରେ ଏକ ବଡ଼ ନିଷ୍ପତ୍ତି ହୋଇଥାଏ। ଏହାପୂର୍ବରୁ ଜୀନସାଥୀ ହେବାକୁ ଥିବା ମଣିଷକୁ ଖୁବ ପରଖିବାକୁ ପଡିଥାଏ ଯେ ସେ ତୁମ ଜୀବନ ପାଇଁ ଠିକ୍ କି ନୁହେଁ । ଜଣେ ମହିଳା ବର୍ତ୍ତମାନ ସେଭଳି କିଛି କରିଛନ୍ତି ଯିଏ କୌଣସି ମଣିଷ ନୁହେଁ ବରଂ ଏକ ଗଛକୁ ବାହା ହୋଇ। ଏହି ମହିଳା କୁହନ୍ତି ଯେ ସେ ଏହି ଗଛ ଭିତରେ ନିଜର ସର୍ବୋତ୍ତମ ବନ୍ଧୁଙ୍କୁ ପାଇଛନ୍ତି।

Advertisment

ଇଂଲଣ୍ଡରେ ରହୁଥିବା କେଟ୍ କନିଙ୍ଗହାମ୍ ନାମକ ଜଣେ ମହିଳା ଏକ ଗଛକୁ ବିବାହ କରିବାର ୩ ବର୍ଷ ବିତିଗଲାଣି। ବର୍ତ୍ତମାନ ସେ କହିଛନ୍ତି ଯେ ଗଛକୁ ବିବାହ କରି ସେ ତାଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଏବଂ ସନ୍ତୁଷ୍ଟ। ସେ ତାଙ୍କ ସ୍ୱାମୀଙ୍କୁ ଖୁବ୍ ଭଲ ପାଆନ୍ତି ଆଉ ସେମାନଙ୍କ ଜୀବନ ସୁରୁଖୁରୁରେ ଚାଲିଛି। ତାଙ୍କର ଏହି ବିବାହକୁ ନେଇ ଅନେକ ଲୋକ ଅନେକ ପ୍ରଶ୍ନ ପଚାରୁଥିଲେ ବି ସେ ଗୋଟିଏ କଥା କୁହନ୍ତି ଯେ ଜୀବନରେ ସେ ଖୁବ ଖୁସିରେ ଅଛନ୍ତି।

ଆମ ଦେଶରେ କିଛି ଗ୍ରହଦୋଷ ଦୂର କରିବା ପାଇଁ ଗଛ ସହିତ ବିବାହ କରୁଥିବା ଲୋକଙ୍କ ଘଟଣା ଅନେକ ଶୁଣିବାକୁ ମିଳେ। କିନ୍ତୁ ଏହି ମହିଳାଙ୍କ ସହ ସେପରି କିଛି ନ ଥିଲା। ସେ ନିଜ ଜୀବନକୁ ଏହି ଗଛ ଭିତରେ ଦେଖିଥିଲେ ଏବଂ ୨୦୧୯ ମସିହାରେ ସେ ଗଛକୁ ବିବାହ କରିଥିଲେ। ସେ ସପ୍ତାହରେ ୫ ଥର ତାଙ୍କ ସ୍ୱାମୀଙ୍କୁ ଦେଖାକରନ୍ତି ଏବଂ ଖ୍ରୀଷ୍ଟମାସ ଅବସରରେ ସେ ତାଙ୍କୁ ବିଭିନ୍ନ ଭାବରେ ସଜାଇଥିଲେ। ୩୭ ବର୍ଷୀୟ କେଟ୍ ରିମୋର୍ସ ଭ୍ୟାଲି କାଉଣ୍ଟି ପାର୍କରେ ଏହି ଗଛକୁ ବିବାହ କରିଥିଲେ ଏବଂ ତାଙ୍କ ଉପନାମକୁ ପରିବର୍ତ୍ତନ କରି ମିସ୍ ଏଲ୍ଡର୍ ରଖିଥିଲେ।

Advertisment

ଯେତେବେଳେ ବି ସେ କାହାକୁ କୌଣସି କାର୍ଡ ପଠାନ୍ତି ଏହା ଉପରେ ଲେଖା ଯାଇଥାଏ - 'ମିଷ୍ଟର ଆଣ୍ଡ୍ ମିସେସ୍ ରଲ୍ଡର୍'। ବୃତ୍ତି ଅନୁଯାୟୀ ଶିକ୍ଷକ ସହାୟକ ହୋଇଥିବା କେଟ୍ କହିଛନ୍ତି ଯେ ସେମାନେ ତୃତୀୟ ଥର ପାଇଁ ଖ୍ରୀଷ୍ଟମାସ ପାଳନ କରିବାକୁ ଯାଉଛନ୍ତି। କେଟ୍ କହିଛନ୍ତି ଯେ ବିଶେଷ କରି ଖ୍ରୀଷ୍ଟମାସ ସମୟରେ ତାଙ୍କ ବୃକ୍ଷ ସ୍ୱାମୀ ବହୁତ ଆକର୍ଷଣୀୟ ଲାଗନ୍ତି। ସେ ବିଶ୍ୱାସ କରନ୍ତି ଯେ ଗଛର ପାର୍ଥିବ ଶକ୍ତି ତାଙ୍କୁ ଆକର୍ଷିତ କରିଥିଲା ​​ଏବଂ ସେ ପାର୍କ ପରିଦର୍ଶନ କରିବା ସମୟରେ ଏହି ଗଛକୁ ଭଲ ପାଇଥିଲେ। ପରେ ସେ ଏହି ପ୍ରେମକୁ ବିବାହରେ ପରିଣତ କରି ଗଛ ସହିତ ଦାମ୍ପତ୍ୟ ଜୀବନଯାପନ ଆରମ୍ଭ କଲେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ