Advertisment

ଅଶ୍ଳିଳ ନୃତ୍ୟ ବେଳେ ଅସମ୍ଭାଳ ଭିଡ଼ ; ପେଣ୍ଡାଲ ଚଢ଼ି ଚପଲ ଫିଙ୍ଗି ଡ୍ୟାନ୍ସର ରାନୀଙ୍କୁ ମହିଳାଙ୍କ ବିରୋଧ

ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ ।

ଅଦ୍ୟତନ ହୋଇଛି
 Woman Throws Chappal At Vulgar Dance During Jatra In Bhadrak

Woman Throws Chappal At Vulgar Dance During Jatra In Bhadrak

Advertisment

ମହାକାଳୀ ଉତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ଥିବା ବେଳେ ଘଟିଛି ଏକ ଅପ୍ରିତିକର ଘଟଣା । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳିଳ ନୃତ୍ୟ ପରିବେଷଣ ଅଭିଯୋଗ ଆଣି ଜଣେ ମହିଳା ସଂପୃକ୍ତ ଡ୍ୟାନ୍ସରଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଛନ୍ତି । ଆଉ ଏହାକୁ ନେଇ କିଛି ଘଣ୍ଟା ଧରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଭିଡିଓ ଲାଗିଛି ଓଟିଭି ହାତରେ।

Advertisment

ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମଞ୍ଚ ଉପରେ ଜଣେ ଆଇଟମ ସଙ୍ଗରେ ନୃତ୍ୟ କରୁଥିବା ଡ୍ୟାନ୍ସରଙ୍କୁ ଚପଲ ମାଡ଼ କରୁଛନ୍ତି । ଏତିକିରେ ଝମେଲା ସରିନଥିବା ବେଳେ ମହିଳା ଜଣଙ୍କ ମଞ୍ଚ ଉପରକୁ ବି ଚଢ଼ି ଯାଇଥିଲେ । ଏତିକି ବେଳେ ମଞ୍ଚ ଉପରେ ମହିଳା ଜଣକ ଉଗ୍ର ରୂପ ଧାରଣ କରିଥିଲେ । ମହିଳାଙ୍କ ବିରୋଧ ପରେ ଦୀର୍ଘ କିଛି ସମୟ ପାଇଁ ନୃତ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।

ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ । ମିଳିଥିବା ଖବର ଅନୁସାରେ କିଛି ସମୟର ବାଦ ବିବାଦ ଓ ବୁଝାସୁଝା ପରେ ମହିଳା ଜଣଙ୍କ କୁଆଡ଼େ ଶାନ୍ତ ପଡ଼ିଥିଲେ । ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି । ଭଦ୍ରକ ବାସୁଦେବପୁର ଉପନିର୍ବାଚନର ତାତିକୁ ପଛରେ ପକାଇ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । ମୁଁ ନୃତ୍ୟରେ ମଗ୍ନ ଥିଲି । ତେବେ ରାନୀ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ