Advertisment

ଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

Woman slept near the corpse

Woman slept near the corpse

Advertisment

ନୂଆଦିଲ୍ଲୀ: ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

Advertisment

ବର୍ତ୍ତମାନ ମହିଳା ଟିକ୍ ଟକ୍ ମାଧ୍ୟମରେ ଏହି ଅନୁଭୂତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଆଠ ସପ୍ତାହ ପର୍ଯ୍ୟନ୍ତ ଏକ ମୃତ ଶରୀରରୁ ମାତ୍ର ତିନି ଫୁଟ ଦୂରରେ ଶୋଇଥିଲେ।

ଗତ ବର୍ଷ ମେ ମାସରେ ଏଭଳି ହୋଇଥିଲା, ଯେତେବେଳେ ମହାମାରୀ ବ୍ୟାପକ ହେଉଥିଲା ଏବଂ ଆମେରିକାର ଅଧିକାଂଶ ଲୋକ ଦୁଇମାସ ପର୍ଯ୍ୟନ୍ତ ଘର ଭିତରେ ବନ୍ଦୀ ରହିଥିଲେ। ରିଗନ୍ ବେଲି ନାମକ ଜଣେ ମହିଳା ଟିକ୍‌ଟକ୍ ଭିଡିଓରେ ଏହା ସ୍ପଷ୍ଟ କରିଛନ୍ତି।

Advertisment

ରିଗନ୍‌ ବେଲି ଲସ୍ ଆଞ୍ଜେଲ୍ସର ୨୫୦ ବର୍ଗଫୁଟ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ଦିନେ ସେ ହଠାତ୍ ଏକ ଖରାପ ଗନ୍ଧ ସଂସ୍ପର୍ଶରେ ଆସିଲେ ଯାହା ଫଳରେ ସେ ଅସୁସ୍ଥ ଅନୁଭବ କଲେ। ମହିଳା ଜଣକ କୁହନ୍ତି ଯେ, ତାଙ୍କର ମୁଣ୍ଡ ବିନ୍ଧା ହେଉଥିଲା, ସେ ରାତିରେ ଶୋଇପାରୁ ନ ଥିଲେ, ବହୁତ ବାନ୍ତି ଲାଗୁଥିଲା। ଅଜବ ଗନ୍ଧ ବ୍ୟତୀତ, ରିଗନ୍ ତାଙ୍କ ଆପାର୍ଟମେଣ୍ଟରେ ବହୁ ସଂଖ୍ୟାରେ କୀଟପତଙ୍ଗ ଏବଂ ଝିଟିପିଟି ଦେଖିଲେ। ଏନେଇ ସେ ସେ ଆପାର୍ଟମେଣ୍ଟ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ କୁହାଯାଇଥିଲା ସେ ଏବେ ବାହାରକୁ ଆସିବା ସମ୍ଭବ ନୁହେଁ। ଏହି କାରଣରୁ ଅନୁସନ୍ଧାନ ସମ୍ଭବ ନୁହେଁ ବୋଲି କହିଥିଲେ।

Advertisment
Woman slept near the corpseଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ରିଗନ୍ କହିଛନ୍ତି, “ଏକ ମୃତ ମାଛ ପରି ଗନ୍ଧ ଆସୁଥିଲା, ତେଣୁ ମୁଁ ଭାବିଲି ବୋଧହୁଏ କୌଣସି ଏକ ପକ୍ଷୀ ମାଛ ଧରିଥିବ, କିନ୍ତୁ ପଛକୁ ବୁଲି ଚାହିଁଲା ବେଳକୁ ଏହା ମୋ ପାଇଁ ସବୁଠାରୁ ମୂର୍ଖାମୀ ହେଲା କାରଣ ମୋ ଆଖ ପାଖରେ କୌଣସି ହ୍ରଦ ନ ଥିଲା।” ମହିଳା ଜଣକ କୁହନ୍ତି, “ମୁଁ ଭାବିବାକୁ ଲାଗିଲି ବୋଧହୁଏ ମୋର ପଡ଼ୋଶୀ ଯିଏ ମୋ ଡାହାଣ ପାଖରେ ରହୁଥିଲେ ତାଙ୍କର ଗୋଟିଏ କୁକୁର ମରିଯାଇଥିଲା କିମ୍ବା କ’ଣ ଗୋଟେ ହୋଇଥିଲା ଏବଂ ମୁଁ ପ୍ରକୃତରେ ଚିନ୍ତାରେ ପଡିଯାଇଥିଲି। କିନ୍ତୁ ମୋର ମ୍ୟାନେଜର ମୋତେ କହିଥିଲେ ଯେ ସେ ପଡୋଶୀଙ୍କ କବାଟ ବାଡେଇ ତାଙ୍କ ହରରାଣ କରିବେ ନାହିଁ।

କିଛି ଦିନ ପରେ, ରିଗନ୍ ଶେଷରେ ତାଙ୍କ ମ୍ୟାନେଜରଙ୍କୁ ଆପାର୍ଟମେଣ୍ଟ ବ୍ଲକ୍‌ରେ ରକ୍ଷଣାବେକ୍ଷଣ ପାଇଁ ଜଣେ ବ୍ୟକ୍ତି ପଠାଇବାକୁ ମନେଇଦେଲେ। ସେ ପହଞ୍ଚିବା ପରେ ପଡୋଶୀଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ବହୁ କଷ୍ଟରେ ପାହାଚ ଚଢି ଗଲେ। ଏହା ପରେ ଯେତେବେଳେ ପଡୋଶୀ ଘରର କବାଟ ଖୋଲାଗଲା, ସେତେବେଳେ ଜଣାଗଲା ଯେ ଜଣେ ବ୍ୟକ୍ତିଙ୍କ ଶରୀର କଙ୍କାଳରେ ପରିଣତ ହୋଇଗଲା ଏବଂ ସେଠାରୁ ଗନ୍ଧ ଆସୁଥିଲା।

ତାଙ୍କ ଅବସ୍ଥା ଦେଖି ପୋଲିସ ମଧ୍ୟ ଭୟଭୀତ ହୋଇ ମହିଳାଙ୍କୁ ନିଜ ଘରେ ରହିବାକୁ କହିଥିଲେ। ଯେଉଁ ଫ୍ଲାଟରେ କିଛି ଦିନ ପୂର୍ବରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ସେହିଠାରୁ ମାତ୍ର ଅଳ୍ପ ଦୂରରେ ଥିଲା ମହିଳାଙ୍କ ଶୋଇବା ଘର ଯେଉଁଠାରେ ସେ ଶୋଉଥିଲେ। ତଦନ୍ତରୁ ଏହା ଜଣାପଡିଲା ଯେ ସେ ବ୍ୟକ୍ତିଙ୍କର ଦୁଇମାସ ପୂର୍ବରୁ ମୃତ୍ୟୁ ହୋଇଥିଲା ​​ଏବଂ ଶରୀର ସଂପୂର୍ଣ୍ଣ ସଢିଯାଇଥିଲା।

America Dead Body Los Angeles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ