Advertisment

ବଦଳିଲେ ଜି. ଉଦୟଗିରି ଥାନା IIC

ଜି. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ବଦଳି କରାଯାଇଛି। ଏନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
IIC of G.Udayagiri Police Station Transferred

IIC of G.Udayagiri Police Station Transferred

Advertisment

ଜି. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ବଦଳି କରାଯାଇଛି। ଏନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ରେବତୀ ଶବରଙ୍କୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଟିକାବାଲି ଥାନା IICଙ୍କୁ ଜି. ଉଦୟଗିରି ଥାନା ଦାୟିତ୍ୱ ମିଳିଛି। 

Advertisment

ମୃତ ମହିଳା SI ସ୍ୱାଗତିକା ବେହେରାଙ୍କ ପରିବାରର ଅଭିଯୋଗ ପରେ IIC ରେବତୀ ଶବରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। IIC ରେବତୀ ଶବରଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗର ତଦନ୍ତ ଜଣେ DSP ପାହ୍ୟାର ଅଧିକାରୀ କରିବା ସହ ରିପୋର୍ଟ ଆସିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଥିଲେ। 

ସ୍ୱାଗତିକାଙ୍କୁ ନ୍ୟାୟ ଦାବିରେ ଥାନା ଆଗରେ ତାଙ୍କ ପରିବାର ସଦସ୍ୟ  ଧାରଣା ଦେଇଥିଲେ। ଏସ୍‌ପିଙ୍କ ସହ ଆଲୋଚନା କରି ଆଇଆଇସି ରେବତୀ ଶବରଙ୍କୁ ନିଲମ୍ବନ କିମ୍ବା ବହିଷ୍କାର ପାଇଁ ଦାବି ହୋଇଥିଲା।

Advertisment

ସୂଚନାଥାଉ କି, ଗତ ଅଗଷ୍ଟ ୨୭ରେ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଜି. ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।SI ସ୍ୱାଗତିକା କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। 

SI Found Hanging Woman SI Death Case G Udayagiri IIC Rebati Sabar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ