Advertisment

ମୃତ୍ୟୁ ପରେ ଗାଈ ହୋଇ ପୁନର୍ଜନ୍ମ ନେଲେ ସ୍ୱାମୀ

ପୁନର୍ଜନ୍ମ ବିଶ୍ୱାସ ପ୍ରାୟ ଦେଶରେ ରହିଛି। ବିଶ୍ୱାସ ରହିଛି ଯେ ମଣିଷ ମୃତ୍ୟୁ ପରେ ନୂଆ ରୂପରେ ଜନ୍ମ ହୁଏ। ଏଭଳି କିଛି ଘଟିଛି କାମ୍ବୋଡିଆର ଜଣେ ମହିଳାଙ୍କ ସହ। ତାଙ୍କ ସ୍ୱାମୀ ଗାଈ ରୂପରେ ଆସିଥିବା ସେ ବିଶ୍ୱାସ କରିଛନ୍ତି।

ଅଦ୍ୟତନ ହୋଇଛି
Woman marry cow thinks her to be reincarnation of dead husband

Woman marry cow thinks her to be reincarnation of dead husband

Advertisment

ଭାରତ ପରି ବିଶ୍ୱର ଅନେକ ଦେଶରେ ମଧ୍ୟ ପୁନର୍ଜନ୍ମକୁ ନେଇ ବିଶ୍ୱାସ ଅଛି। ଲୋକେ ବିଶ୍ୱାସ କରନ୍ତି ଯେ ମଣିଷ ପୃଥିବୀରେ ଅନ୍ୟ କିଛି ରୂପରେ ପୁନର୍ବାର ଜନ୍ମ ହୋଇଥାଏ। ବିଜ୍ଞାନ ଓ ବିଶ୍ୱାସ ମଧ୍ୟରେ ସବୁବେଳେ ଏହି ପ୍ରସଙ୍ଗଟି ଚର୍ଚ୍ଚାର ବିଷୟ ହୋଇଥିଲେ ବି ବିଶ୍ୱର ଅନେକ ଲୋକ ଏହାକୁ ସତ ବୋଲି ଗ୍ରହଣ କରନ୍ତି।

Advertisment

ନିକଟରେ କାମ୍ବୋଡିଆର ଜଣେ ମହିଳାଙ୍କ ସହ ଏଭଳି କିଛି ଘଟିଛି। ସେ ନିଜ ମୃତ ସ୍ୱାମୀ ଭାବରେ ଏକ ଗାଇକୁ ବିବାହ କରିଛନ୍ତି। ମହିଳା ଜଣକ ବିଶ୍ୱାସ କରନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକ ଗାଈ ଭାବରେ ପୁନର୍ଜନ୍ମ ନେଇଛନ୍ତି।

କମ୍ବୋଡିଆର କ୍ରାଟି ପ୍ରଦେଶରେ ରହୁଥିବା ୭୪ ବର୍ଷୀୟ ଖିମ ହ୍ୟାଙ୍ଗ ଏକ ଗାଈକୁ ବାହା ହୋଇ ସ୍ଥାନୀୟ ଅଞ୍ଚଳରେ ବିଖ୍ୟାତ ହୋଇଯାଇଛନ୍ତି। ମହିଳା ଜଣକ ବିଶ୍ୱାସ କରନ୍ତି ଯେ ସେ ବାହାହୋଇଥିବା ଗାଇର ସମସ୍ତ ଗୁଣ ତାଙ୍କ ମୃତ ସ୍ୱାମୀଙ୍କ ପାଖରେ ଥିଲା। ଦି ସନ୍ ୱେବ୍‌ସାଇଟ୍‌ର ରିପୋର୍ଟ ଅନୁଯାୟୀ, ଗାଈ ସହିତ ମହିଳାଙ୍କ ବିବାହର କୌଣସି ଭିଡିଓ ନାହିଁ, କିନ୍ତୁ ଗାଁର ଅନେକ ଲୋକ ଦାବି କରିଛନ୍ତି ଯେ ବୃଦ୍ଧା ଜଣକ ଏହି ବିବାହ ଦେଖିଛନ୍ତି ଏବଂ ସେମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।

Advertisment

ଗାଈର ଥିଲା ତାଙ୍କ ଠାରେ ପ୍ରେମ

ଏଠି ପ୍ରଶ୍ନ ଉଠିଛି ଯେ ବୁଦ୍ଧା ଜଣକ କିପରି ଜାଣିଲେ ଯେ ପୁନର୍ବାର ଜନ୍ମ ହେବା ପରେ ତାଙ୍କ ସ୍ୱାମୀ ଗାଈ ରୂପରେ ଫେରି ଆସିଛନ୍ତି? ଘଟନା ଏମିତି ଯେ ଯେତେବେଳେ ଗାଈଟି ଜନ୍ମ ହେଲା, ବୃଦ୍ଧା ଜଣକ ତାଙ୍କ ସହିତ ଅନେକ ସମୟ ବିତାଉଥିଲେ। ସେତେବେଳେ ଗାଈ ତାଙ୍କର ହାତ ଓ ମୁହଁକୁ ଚାଟୁଥିଲା ଏବଂ ବାରମ୍ବାର ସେ ତାଙ୍କ ମୁହଁରେ ଚୁମ୍ବନ ମଧ୍ୟ ଦେଉଥିଲା। ଖିମ୍‌ କହିଛନ୍ତି ଯେ ଗାଈ ତାଙ୍କୁ ସେହିଭଳି ଭଲ ପାଉଥିଲା ଯେପରି ତାଙ୍କ ସ୍ୱାମୀ ତାଙ୍କୁ ଭଲ ପାଆନ୍ତି। ସେଥିପାଇଁ ଖିମ୍‌ ବୁଝିଗଲେ ଯେ ଏଇ ଗାଈଟି ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ତାଙ୍କ ସ୍ୱାମୀ ହିଁ ତାଙ୍କ ପାଖକୁ ଗାଈ ରୂପରେ ଫେରି ଆସିଛନ୍ତି।

Woman marry cow thinks her to be reincarnation of dead husbandଗାଈକୁ ବାହାହୋଇଥିବା ଖିମ ହ୍ୟାଙ୍ଗ

ପିଲାମାନେ ବି ମାନିନେଲେ ଗାଈ ତାଙ୍କ ବାପା

ବର୍ତ୍ତମାନ ବୃଦ୍ଧା ଜଣକ ଗାଈକୁ ତାଙ୍କ ସ୍ୱାମୀ ଭଳି ଭଲ ପାଉଛନ୍ତି। ସେ ଗାଈକୁ ତାଙ୍କ ସ୍ୱାମୀଙ୍କ ବ୍ୟବହାର କରୁଥିବା ତକିଆ ମଧ୍ୟ ଦେଇଛନ୍ତି। କେବଳ ଏତିକି ନୁହେଁ, ଗାଈଟି ଗୁହାଳରେ ନୁହେଁ ବରଂ ବୁଦ୍ଧାଙ୍କ ପାଖରେ ସେ ରହୁଥିବା ଘରେ ହିଁ ରୁହେ। ବୁଦ୍ଧାଙ୍କ ପାଖରେ ମଧ୍ୟ ଶୁଏ।

Advertisment

ଖିମ ଗାଈକୁ ନେଇ ଯାହା ବୁଝିଛନ୍ତି ତାଙ୍କ ପିଲାମାନଙ୍କୁ ମଧ୍ୟ ତାହା କହିଛନ୍ତି। ତାଙ୍କ ପିଲାମାନେ ମଧ୍ୟ ଗାଈକୁ ସେମାନଙ୍କ ବାପା ଭାବେ ମାନିନେଇଛନ୍ତି। ତେଣୁ ସେମାନେ ଗାଈର ମଧ୍ୟ ବହୁତ ଯତ୍ନ ନେବା ସହ ବାପା ଭଳି ସମ୍ମାନ ମଧ୍ୟ ଦେଉଛନ୍ତି। ଖିମ ପିଲାମାନଙ୍କୁ କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ ସେମାନେ ଗାଈକୁ ଏହି ଭଳି ଭଲ ପାଇବେ, ତାକୁ ଭଲ ଭାବେ ଖାଇବାକୁ ଦେବେ। ଏହାକୁ କେବେ ବି ବିକ୍ରି କରିବେ ନାହିଁ। ଯେତେବେଳେ ଗାଈଟି ମରିଯିବ, ସେମାନେ ମଧ୍ୟ ଏହାକୁ ମଣିଷ ଅନ୍ତିମ ସଂସ୍କାର କରିବେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ