Advertisment

ମା’ ହେବା ପରେ ଦୁଃଖ କରୁଛନ୍ତି ଏହି ମହିଳା!

ମା’ ହେବା ନେଇ କେଉଁ ମହିଳା ବା ନ ଚାହେଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ମା’ ହେବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି। ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Woman is in regret for becoming a mother

Woman is in regret for becoming a mother

Advertisment

ବୋଧହୁଏ ଏମିତି କେହି ମହିଳା ନାହାନ୍ତି ଯିଏ ମା’ ହେବାକୁ ଚାହୁଁ ନଥିବେ। ସମସ୍ତ ମହିଳାଙ୍କର ଇଚ୍ଛା ଥାଏ ସେମାନେ ବି ଦିନେ ନିଜ ଗର୍ଭରୁ ସନ୍ତାନ ଜନ୍ମ ଦିଅନ୍ତୁ, ତାଙ୍କୁ ସ୍ନେହ କରନ୍ତୁ, ତା’ର ଯତ୍ନ ନିଅନ୍ତୁ। କିନ୍ତୁ ଏକ ସନ୍ତାନକୁ ଜନ୍ମଦେବା ଓ ମା’ ହେବା ମଧ୍ୟରେ ଯେଉଁ ଯାତ୍ରା ଥାଏ ତାହା ଏତେ ସହଜ ନୁହେଁ। ସେଥିପାଇଁ ମା’କୁ ସ୍ୱର୍ଗ ବୋଲି କୁହାଯାଏ। ମା’ର ମୂଲ୍ୟ କେହି ଦେଇପାରେନି।

Advertisment

ମା’ ହେବା ପରେ ଆମେରିକାର ଟିକ୍‌ଟକ୍ ତାରକା ବେଲି ମ୍ୟାକ୍‌ଫର୍ସନ ଖୋଲାଖୋଲି ଭାବରେ ତାଙ୍କ ମତ ଏବଂ ଅଭିଜ୍ଞତା ବାଣ୍ଟିଛନ୍ତି। ସେ ନିଜ କଥାକୁ ଏତେ ଖୋଲାଖୋଲି ଭାବେ କହିଥିବାରୁ ତାଙ୍କୁ ପ୍ରଶଂସା କରାଯାଏ। ବର୍ତ୍ତମାନ ତିନି ବର୍ଷ ଝିଅର ମାଆ ଥିବା ବେଲି କହିଛନ୍ତି ଯେ ନିଜ ପିଲାକୁ ବହୁତ ଭଲ ପାଉଥିଲେ ମଧ୍ୟ ସେ ମା'ର ଭୂମିକା ଏବଂ ଏକପାଖିଆ ଦାୟିତ୍ୱ ଦ୍ୱାରା ବିରକ୍ତ ହେଉଛନ୍ତି। ଏହି ସମ୍ପର୍କର ବହୁତ ଚାହିଦା ରହିଥାଏ। ପ୍ରତ୍ୟେକ ଚାହିଦା ପୂରଣ କରିବାର ଦାୟିତ୍ୱ କେବଳ ମା ଉପରେ। ଯାହାକୁ ନେଇ ସେ ବହୁତ ଦୁଃଖିତ।

ଜଣେ ମା’ ହେବା ଏତେ ଚ୍ୟାଲେଞ୍ଜିଂ ବୋଲି ତାଙ୍କୁ ପୂର୍ବରୁ ଏ ଧାରଣ ନଥିଲା। ସେ ଜାଣି ନଥିଲେ ଯେ ଦୁଇ ଜଣଙ୍କ ଠାରୁ ଜନ୍ମ ନେଇଥିବା ଶିଶୁର ପ୍ରତ୍ୟେକ ଚାହିଦା ପୂରଣ କରିବା ପାଇଁ କେବଳ ମା’ ହିଁ ଦାୟୀ ରହିବ। ବାପା ନିଜ ସ୍ୱାଧୀନତା ସହିତ ଆପୋଷ ବୁଝାମଣା କରନ୍ତି ନାହିଁ। ବାପାଙ୍କ ଜୀବନଶୈଳୀ ପୂର୍ବରୁ ଯେମିତି ଥିଲା, ପିଲା ଜନ୍ମ ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ଆସି ନାହିଁ।

Advertisment

କିନ୍ତୁ ମା’ ହେବା ପରେ ସେ ଗୋଟିଏ ଦାୟିତ୍ୱରେ ରହିଗଲେ। ନା ନିଜର କିଛି ଜୀବନ, ​​ନା ଇଚ୍ଛା, ନା ବୃତ୍ତି, କିମ୍ବା ଅସ୍ତିତ୍ୱ ରହିଲା। ପୂର୍ବ ତୁଳନାରେ ସବୁକିଛି ଏତେ ବଦଳି ଗଲା ଯେ ସେ ଅନେକ ଥର ନିଜର ପୁରୁଣା ଦିନଗୁଡ଼ିକୁ ମନେ ପକାନ୍ତି ଏବଂ ଭାବନ୍ତି ଯେ ଦିନେ ସେ ଖୋଲା ଆକାଶର ମୁକ୍ତ ବିହଙ୍ଗ ପରି ଜୀଉଥିଲେ। ଥିଲା ପୂରା ସ୍ୱାଧିନତା ଆଉ ବେଖିଆଲ୍ ପଣ।

ବେଲିଙ୍କ ଅସନ୍ତୋଷ ହେଉଛି ଏକତରଫା ପ୍ୟାରେଣ୍ଟିଂ, ଯେଉଁଠି ସବୁ ଦାୟିତ୍ କେବଳ ମା’ ନେଉଥିବା ବେଳେ ବାପା ମୁକ୍ତ ଜୀବନ ଜୀଉଥାଏ। ଏଥିରେ ଅସନ୍ତୋଷ ହୋଇ ବେଲି ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଠାରେ ତାଙ୍କର ୩ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି। ଲୋକମାନେ ତାଙ୍କ ପୋଷ୍ଟକୁ ପ୍ରାୟ ୬୦ ହଜାର ଥର ଦେଖିଛନ୍ତି ଏବଂ ପ୍ରଶଂସା ମଧ୍ୟ କରିଛନ୍ତି। ମା’ ହେବା ପରେ ପ୍ରାୟ ପ୍ରତ୍ୟେକ ମହିଳାଙ୍କ ଜୀବନ ଏହିପରି ବନ୍ଧା ହୋଇଯାଏ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ