Woman Gives Birth To Conjoined Twins in Sambalpur
୨ଟି ଶିଶୁଙ୍କ ଗୋଟିଏ ଶରୀର। ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏଭଳି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଜଣେ ମହିଳା ଶନିବାର ଏକ ଯୋଡ଼ା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ନବଜାତ କନ୍ୟା ସନ୍ତାନ।
ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ଥିବାବେଳେ ସେମାନଙ୍କ ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଏଭଳି ଯୋଡ଼ା ଶିଶୁଙ୍କ ଅଧିକ ଚିିକିତ୍ସା ପାଇଁ ସୁବିଧା ନଥିବା କହି ବୁର୍ଲା କିମ୍ବା କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ତେବେ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ନେଇ ଶିଶୁର ବାପାମା’ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ଦୁଇ କନ୍ୟା ସନ୍ତାନଙ୍କ ମା’ ରବୀନା କୁମାରୀ ଗୁପ୍ଚୁପ୍ ବେପାର କରି ପେଟ ପୋଷୁ ଥିବାରୁ ପିଲାଙ୍କ ଚିକିତ୍ସା ଓ ଲାଳନପାଳନ କେମିତି କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1648351055.jpg)