Advertisment

ଅଜବ, ମହିଳାଙ୍କ ଲିଭର୍‌ରେ ବଢୁଛି ପିଲା!

ଲିଭରରେ ପିଲା ବଢିବା କଥା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Woman found pregnant with baby in liver

Woman found pregnant with baby in liver

Advertisment

ଯେକୌଣସି ମହିଳାଙ୍କ ପାଇଁ ମା ହେବା ଏକ ସୌଭାଗ୍ୟର କଥା। ଗର୍ଭଧାରଣ ଯେ କେବଳ ଜଣେ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରେ ତାହା ନୁହେଁ, ଏହ ମଧ୍ୟ ତାଙ୍କ ଶରୀରରେ ମଧ୍ୟ ଅନେକ ବ୍ୟତିକ୍ରମ ସୃଷ୍ଟି କରିଥାଏ। ଏହା ସତ୍ତ୍ୱେ ମଧ୍ୟ ଜଣେ ମହିଳା ନିଜ ଗର୍ଭଧାରଣକୁ ଉପଭୋଗ କରିଥାଏ। କିନ୍ତୁ ସମସ୍ତେ ସେଭଳି ଭାଗ୍ୟବାନ ହୋଇ ନଥାନ୍ତି। ଦୁନିଆର ଅନେକ ମହିଳାଙ୍କୁ ସେମାନଙ୍କର ଗର୍ଭାବସ୍ଥାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

Advertisment

କିଛି ଦିନ ପୂର୍ବରୁ କାନାଡାରୁ ଏହିପରି ଏକ ବିଚିତ୍ର ଗର୍ଭଧାରଣ ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ଜଣେ ଗର୍ଭବତୀ ଡାକ୍ତରଙ୍କ ନିକଟକୁ ଆସିଥେଲେ, ସେତେବେଳେ ତାଙ୍କୁ ଏକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା।

କାନାଡାର ଶିଶୁରୋଗ ବିଶେଷଜ୍ଞ ଡ. ମାଇକେଲ ତାଙ୍କ ଟିକ୍‌ଟକ୍‌ ଆକାଉଣ୍ଟରେ ଏକ ଭିଡିଓ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି। ମାଇକେଲ କହିଛନ୍ତି ଯେ ସେ ତାଙ୍କ ଜୀବନରେ ଅନେକ ପ୍ରକାରର ମାମଲାକୁ ସାମ୍ନା କରିଛନ୍ତି, କିନ୍ତୁ ଏପରି ଏକ ଘଟଣା ସେ କେବେ ଦେଖି ନଥିଲେ। ଜଣେ ୩୩ ବର୍ଷ ବୟସ୍କା ମହିଳା ଡାକ୍ତର ମାଇକେଲଙ୍କ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କ ଋତୁସ୍ରାବ ୧୪ ଦିନ ଧରି ରହୁଥିଲା କିନ୍ତୁ ଗତ ଦେଢ ମାସ ହେବ ଏଥିରେ ବ୍ୟତିକ୍ରମ ଥିଲା। ଏହି କାରଣରୁ ସେ ନିଜର ଗର୍ଭଧାରଣ ବିଷରେ ବୁଝିବା ପାଇଁ ଡାକ୍ତରଙ୍କ ନିକଟକୁ ଆସିଥିଲେ।

Advertisment

ମହିଳା ଜଣକ ଗର୍ଭବତୀ ଥିବା ଡାକ୍ତରମାନେ ମଧ୍ୟ ନିଶ୍ଚିତ ଥିଲେ। ଏହାକୁ ନିଶ୍ଚିତ କରିବା ପାଇଁ ଡାକ୍ତରମାନେ ମହିଳାଙ୍କ ଅଲଟ୍ରାସାଉଣ୍ଡ କରିଥିଲେ। ଏହି ଅଲଟ୍ରାସାଉଣ୍ଡର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବାସ୍ତବରେ, ମହିଳା ଜଣକ ଗର୍ଭବତୀ ଥିଲେ କିନ୍ତୁ ପିଲାଟି ତାଙ୍କ ଗର୍ଭାଶୟରେ ନ ଥିଲା। ସମ୍ପର୍କ ସ୍ଥାପନ କରିବା ପରେ ଶୁକ୍ରାଣୁ କୌଣସି ପ୍ରକାରେ ମହିଳାଙ୍କ ଯକୃତକୁ ଚାଲିଯାଇଥିଲା ଏବଂ ଭ୍ରୁଣ ମହିଳାଙ୍କ ଯକୃତରେ ହିଁ ବଢିବାକୁ ଲାଗିଲା।

ଡାକ୍ତରମାନେ କହିଥିଲେ ଯେ ମହିଳାଙ୍କ ଯକୃତରେ ଏକ୍ଟୋପିକ୍ ଗର୍ଭଧାରଣ ଦେଖିବାକୁ ମିଳିଥିଲା। ଏକ୍ଟୋପିକ୍ ଗର୍ଭଧାରଣ ସେତେବେଳେ ହୁଏ ଯେତେବେଳେ ଅଣ୍ଡା ଫାଲୋପିଆନ୍ ଟ୍ୟୁବରେ ଭୁଲ୍ ଦିଗରେ ଗତି କରିବା ଆରମ୍ଭ କରେ ଏବଂ ଏହି କାରଣରୁ ଗର୍ଭଧାରଣ ଠିକ୍ ଭାବରେ ହୁଏ ନାହିଁ। ଏହା ଅନେକ ସମୟରେ ପେଟରେ ହିଁ ଦେଖାଯାଏ କିନ୍ତୁ ପ୍ରଥମ ଥର ପାଇଁ ଯକୃତ ଭିତରେ ଦେଖାଦେଇଥିବା ସେ କହିଛନ୍ତି।

Advertisment

ଏହା ଦେଖିବା ମାତ୍ରେ ଡାକ୍ତର ମହିଳାଙ୍କ ଉପରେ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ପରେ ମହିଳାଙ୍କ ଜୀବନ ରକ୍ଷା ପାଇଲା କିନ୍ତୁ ଯକୃତ ଭିତରେ ଗର୍ଭସ୍ଥ ଶିଶୁଟି ନଷ୍ଟ ହୋଇ ଯାଇଥିଲ। ଏଭଳି ପରିସ୍ଥିତିରେ ଡାକ୍ତରମାନେ ମୃତ ଗର୍ଭସ୍ଥ ଶିଶୁକୁ ଯକୃତରୁ ବାହାର କରିଥିଲେ। ଯଦି ଆମେ ପୂର୍ବ ମାମଲା ଉପରେ ନଜର ପକେଇବା ତେବେ ୨୦୧୨ରେ, ଜଣେ ମହିଳାଙ୍କ ଯକୃତରୁ ୧୮ ସପ୍ତାହର ଭୃଣ ମିଳିଥିଲା। ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହି ସମୟରେ ରକ୍ତସ୍ରାବ ହେତୁ ମହିଳାଙ୍କର ମୃତ୍ୟୁ ହୋଇଥିଲା।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ