ସାନ ପୁଅ ଘରେ ପଡ଼ି ଚାଲିଗଲା ମା’ର ଜୀବନ, ବଡ଼ ପୁଅ ଆଣିଲା ହତ୍ୟା ଅଭିଯୋଗ...

ସାନ ପୁଅର ଘରେ ପଡ଼ିଯାଇ ମା’ର ମୃତ୍ୟୁ ପରେ ବିବାଦ ସୃଷ୍ଟି ଦେଇଛି । ଏହାପରେ ହତ୍ୟା ଅଭିଯୋଗ ଆଣି ବଡ଼ ପୁଅ ତଦନ୍ତ ଦାବି କରିଛି ।

ମା’ର ମୃତଦେହକୁ ନେଇ ଟଣାଓଟରା

ମା’ର ମୃତଦେହକୁ ନେଇ ଟଣାଓଟରା । ମାଆର ମୃତ୍ୟୁକୁ ନେଇ ଦୁଇ ପୁଅଙ୍କ ଭିତରେ ବିବାଦ ଦେଖାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ବାଳଙ୍ଗ ପଂଚାୟତ ସିମୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାଁ ମାଳତୀ ବାରିକ।

ସାନ ପୁଅର ଘରେ ପଡ଼ିଯାଇ ମା’ର ମୃତ୍ୟୁ ପରେ ବିବାଦ ସୃଷ୍ଟି ଦେଇଛି । ଏହାପରେ ହତ୍ୟା ଅଭିଯୋଗ ଆଣି ବଡ଼ ପୁଅ ତଦନ୍ତ ଦାବି କରିଛି । ପୋଲିସର ହସ୍ତକ୍ଷେପ ପରେ ମୃତଦେହ ପୋଷ୍ଟମର୍ଟମ ହୋଇଛି ।

ସୂଚନା ଅନୁସାରେ, ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ନନ୍ଦକିଶୋର ବାରିକ ଘର ଠାରୁ ଅଲଗା ହୋଇ ରହୁଛନ୍ତି । ଦୀର୍ଘବର୍ଷ ହେବ ମାଳତୀ ସାନ ପୁଅ ଗୋବିନ୍ଦ ବାରିକଙ୍କ ପାଖରେ ରହୁଥିଲେ । ତେବେ ଆଜି ସକାଳେ ମାଳତୀ ଘର ପାଖରେ ପଡ଼ି ଯାଇଥିଲେ ।

ସାନ ବୋହୂ ତୁରନ୍ତ ଏକ ଅଟୋରେ ମାଳତୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ବଡ଼ ପୁଅ ନନ୍ଦକିଶୋର ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ମା’ଙ୍କୁ ହତ୍ୟା କରାଯାଇଛି ।