Advertisment

ମହିଳାଙ୍କ ମହତ କାମ : ବଳିଥିବା ଖାଦ୍ୟକୁ ବାଣ୍ଟିଲେ

ଭାଇଙ୍କର ଥିଲା ବିବାହ ପାର୍ଟି। ବଳିପଡିଲା ଅନେକ ଖାଦ୍ୟ। ନଷ୍ଟ ହେବା ଭାବି ସହିପାରିଲେ ନାହିଁ ମହିଳା। ଉଠିଲେ, ଖାଦ୍ୟ ଧରି ସିଧା ଚାଲିଲେ ରେଳ ଷ୍ଟେସନ ଆଉ ଗରିବଙ୍କୁ ବାଣ୍ଟିଦେଲେ। ଏହା ଦେଖି ଲୋକେ କହିଲେ ସାବାସ୍।

ଅଦ୍ୟତନ ହୋଇଛି
Woman distributing leftover food from brothers marriage

Woman distributing leftover food from brothers marriage

Advertisment

ଏବେ ଚାଲିଛି ବିବାହ ଋତୁ। ଭାରତରେ ଏକ ବିବାହ ପାଇଁ ଲୋକମାନେ ସେମାନଙ୍କର ସୀମାଠାରୁ ଅଧିକ ଖର୍ଚ୍ଚ କରିଦିଅନ୍ତି। ଖାଦ୍ୟ ଏବଂ ପାନୀୟ ଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ଉପହାର ଏବଂ ମଉଜ୍ ମଜଲିସ୍ ପାଇଁ ଲୋକେ ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ସମାଜରେ ନିଜର ଖାତିର ଦେଖେଇବା ନେଇ ଲୋକେ ଆବଶ୍ୟକତା ଠାରୁ ଏମିତି ଖର୍ଚ୍ଚ କରନ୍ତି। ଏହି ସମୟରେ ଅନେକ ଅର୍ଥ ମଧ୍ୟ ବରବାଦ ହୋଇଥାଏ।

Advertisment

ସାଧାରଣତଃ, ପ୍ରାୟ ପ୍ରତ୍ୟେକ ବିବାହରେ ଖାଦ୍ୟ ନଷ୍ଟ ମଧ୍ୟ ହୋଇଥାଏ। ତେବେ ଏହି ନଷ୍ଟକୁ ରୋକିବା ନେଇ ଏନ୍‌ଜିଓ ସ୍ତରରେ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ଏ ସମ୍ଭନ୍ଧରେ ବର୍ତ୍ତମାନ ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହେଉଛି, ଯାହା ଆପଣଙ୍କ ହୃଦୟକୁ କିଣିନେବ।

ଭାଇରାଲ ହେଉଥିବା ଏହି ଫଟୋଗୁଡ଼ିକ କୋଲକାତାର ରାଣାଘାଟ ଷ୍ଟେସନର ବୋଲି ଜଣାଯାଇଛି। ଏହି ଫଟୋରେ ଦେଖାଯାଉଛି ଯେ ଜଣେ ମହିଳା ଷ୍ଟେସନରେ ବସିଛନ୍ତି ଆଉ ସେ ଏକ ବିବାହ ଉତ୍ସବର ଶାଢୀ ପିନ୍ଦିବା ସହ ବେକରେ ଅନେକ ଅଳଙ୍କାର ମଧ୍ୟ ପକେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ସେ ଏକ ବିବାହ ଭୋଜିରୁ ହିଁ ଆସିଛନ୍ତି। ମହିଳାଙ୍କ ଚାରିପାଖରେ ଭାତ, ଡାଲି ଏବଂ ତରକାରୀ ଭର୍ତ୍ତି ବାସନ ଥୁଆହୋଇଛି। ଏହି ଦୃଶ୍ୟ କହୁଛି ଯେ ରାତି ଅଧରେ ମହିଳା ଜଣକ ଷ୍ଟେସନରେ ଭୋକିଲା ଲୋକଙ୍କୁ ଖାଇବାକୁ ଦେଉଛନ୍ତି।

Advertisment

ଖବର ବିଷୟରେ ଜନାଘନା କରିବାରୁ ଜଣାଗଲା ​​ଯେ ସେହି ମହିଳାଙ୍କ ଭାଇ ସେହିଦିନ ବିବାହ କରୁଥିଲେ। ବିବାହ ଭୋଜିକୁ ଆସିଥିବା ଅତିଥିମାନଙ୍କ ଯିବା ପରେ ଦେଖାଗଲା ଯେ ଏତେ ପରିମାଣର ଖାଦ୍ୟ ବଞ୍ଚିଯାଇଛି। ମହିଳା ଜଣକ ଏତେ ପରିମାଣର ଖାଦ୍ୟ ନଷ୍ଟ ସହିପାରିଲେ ନାହିଁ। ତେଣୁ ଏହାକୁ ବାଣ୍ଟିବା ନେଇ ସେ ଷ୍ଟେସନକୁ ଚାଲି ଆସିଲେ।

Advertisment

ଏହି ଦୃଶ୍ୟ ଲୋକଙ୍କ ହୃଦୟକୁ ଛୁଇଁଗଲା। ଏହି ମୁହୁର୍ତ୍ତକୁ ୱେଡିଂ ଫଟୋଗ୍ରାଫର ନିଲାଞ୍ଜାଲ ମଣ୍ଡଳ ନିଜ କଏଦ କରିନେଲେ। ମହିଳାଙ୍କ ନାମ ପପିଆ କର ବୋଲି ଜଣାପଡିଛି। ମହିଳା ଜଣକ ରାତି ଗୋଟାଏ ବେଳେ ରାଣାଘାଟ ଷ୍ଟେସନ୍‌ରେ ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ଭାଇଙ୍କର ରିସେପସନରେ ଯେତେବେଳେ ଏତେ ପରିମାଣର ଖାଦ୍ୟ ବଳିପଡିଲା ସେସବୁକୁ କ୍ୟାଟେରୀଙ୍ଗବାଲା ଏହାକୁ ଫୋପାଡି ଦେବେ ବୋଲି ସେ ଭାବିଲେ। ତେଣୁ ସେ ଏହାକୁ ବାଣ୍ଟିଦେବା ନେଇ ସ୍ଥିର କଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଗୁଡିକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଇନଷ୍ଟାଗ୍ରାମରେ ig_calculta ନାମକ ଏକ ଆକାଉଣ୍ଟରେ ଏସବୁ ଶେୟାର କରାଯାଇଛି। କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ ଏହି ପୋଷ୍ଟ୍‌ ଆଖି ଖୋଲିଦେବ। ଏହି ପ୍ରକାର ଦୟା ଭାବ ହୃଦୟ ଜିତିନେବ। ଲୋକମାନେ ଏହି ଫଟୋଗୁଡ଼ିକୁ ଅଧିକରୁ ଅଧିକ ଶେୟାର କରୁଛନ୍ତି। ଫଟୋଗୁଡ଼ିକରେ ଏହା ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଗରିବ ଲୋକମାନେ ଖାଦ୍ୟ ଦେଖି କେତେ ଖୁସି ହୋଇଯାଉଛନ୍ତି।

Social Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ