Advertisment

ଝିଅକୁ ବଞ୍ଚେଇବା ପାଇଁ ପୁରୁଷ ହୋଇଗଲେ ମହିଳା

ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।

ଅଦ୍ୟତନ ହୋଇଛି
Woman disguises as man for more than 36 years

Woman disguises as man for more than 36 years

Advertisment

ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ସେ ଜଣେ ମହିଳା ହୋଇଥିଲେ ବି ଦୀର୍ଘ ୩୬ ବର୍ଷ ଧରି ଜଣେ ପୁରୁଷ ଭାବରେ ବଞ୍ଚିଥିଲେ। ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ବି ତାଙ୍କୁ ସଲାମ କରିବେ। ଏକ ସନ୍ତାନ ପାଇଁ ଜଣେ ମା’ କ’ଣ କରିପାରେ ଏହି ମହିଳା ଜଣଙ୍କ ଦ୍ୱାରା ଦର୍ଶାଯାଇଛି।

Advertisment

ଏହି ମହିଳାଙ୍କ ନାମ ପେଚିୟମ୍ମଲ୍‌ ହୋଇଥିବା ବେଳେ ସେ ତାମିଲନାଡୁର ଥୋଥୁକୁଡି ଜିଲ୍ଲାର କଟୁନାୟକ୍କନ ପଟିରେ ରୁହନ୍ତି। ପୁରୁଷର ବେଶଭୁଶା ଧାରଣ କରି ବଞ୍ଚୁଥିବା ଏହି ମହିଳାଙ୍କ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ।

ତେବେ ଦୀର୍ଘ ୩୬ ବର୍ଷ ଧରି ପୁରୁଷ ହୋଇ ରହୁଥିବା ଏହି ମହିଳା କୌଣସି ସୌକ୍‌ରେ ଏହା କରି ନଥିଲେ। ସେ ନିଜ ଝିଅର ଲାଳନପାଳନ ଏବଂ ନିଜ ସୁରକ୍ଷା ପାଇଁ ଏମିତି କରିଛନ୍ତି। ପେଚିୟାମାଲ ଅତୀତରେ ତାଙ୍କର ଏହି କୌତୁହଳପୂର୍ଣ୍ଣ କାହାଣୀ କହିଥିଲେ, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଯେଉଁ ଦେଶରେ ଝିଅମାନଙ୍କୁ ଦେବୀ ଭାବରେ ବିବେଚନା କରାଯାଏ, ସେଠାରେ ଜଣେ ମହିଳା ନିଜ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।

Advertisment

ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣି ଆପଣ ମଧ୍ୟ ତାଙ୍କ ପାଇଁ ଗର୍ବିତ ହେବେ। ପେଚିୟମଲ୍ ୨୦ ବର୍ଷ ବୟସରେ ବିବାହ କରିଥିଲେ। ବିବାହର ମାତ୍ର ୧୫ ଦିନ ପରେ ହୃଦ୍‌ଘାତରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା। ଏହାର ନଅ ମାସ ପରେ, ସେ ଏକ ଝିଅକୁ ଜନ୍ମ ଦେଇଥିଲେ।

ସ୍ୱାମୀଙ୍କ ମୃତ୍ୟୁ ପରେ ନିଜକୁ ଏବଂ ଝିଅକୁ ଖାଇବାକୁ ଦେବା ପାଇଁ ତାଙ୍କୁ କାମ କରିବାକୁ ପଡୁଥିଲା। ଏନେଇ ସେ ବାହାରକୁ ଯାଉଥିଲେ। କିନ୍ତୁ ଦୁଃଖର କଥା ଯେ ଜଣେ ମହିଳା ହୋଇଥିବାରୁ ଲୋକମାନେ ତାଙ୍କୁ ହଇରାଣ କରୁଥିଲେ। ଫଳରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।

Advertisment

ଅସୁବିଧାକୁ ଦେଖି ସେ ସ୍ଥିର କଲେ ଯେ ସେ ଏହି ସମାଜରେ ଜଣେ ପୁରୁଷ ହୋଇ ରହିବେ। ଏହା ପରେ ସେ ନିଜ ନାମ ମୁଥୁ ରଖିଦେଲେ ଏବଂ ଜଣେ ପୁରୁଷ ଭଳି ଜୀବନଯାପନ କରିବା ଆରମ୍ଭ କଲେ।

ପେଚିୟମଲ୍‌ ନିଜ ଝିଅକୁ ବଞ୍ଚାଇବା ପାଇଁ ଅନେକ କିଛି କରିଛନ୍ତି। ବେଳେବେଳେ ତାଙ୍କୁ କନ୍‌ଷ୍ଟ୍ରକ୍‌ସନ୍ ସାଇଟ୍‌ରେ ମଧ୍ୟ କାମ କରିବାକୁ ପଡୁଥିଲା। ସେ ଚା’ ଦୋକାନ ଏବଂ ହୋଟେଲ୍‌ରେ ମଧ୍ୟ କାମ କରୁଥିଲେ, କିନ୍ତୁ ସବୁ କ୍ଷେତ୍ରରେ ଲୋକମାନେ ତାଙ୍କୁ ହଇରାଣ କରୁଥିଲେ। ଏସବୁରେ କ୍ଳାନ୍ତ ହୋଇ ସେ ନିଜର ପୋଷାକ ଏବଂ ନାମ ବଦଳାଇଥିଲେ। ସେ ମନ୍ଦିରକୁ ଯାଇ ଚୁଟି କାଟିବା ସହ ସାର୍ଟ ଓ ଲୁଙ୍ଗି ପିନ୍ଧିବା ଆରମ୍ଭ କଲେ।

୫୭ ବର୍ଷୀୟ ପେଚିୟମଲ କହିଛନ୍ତି ଯେ ସେ ପୁରୁଷ ଶୌଚାଳୟ ବ୍ୟବହାର କରୁଥିଲେ। ଏହା ସହିତ ସେ ପୁରୁଷଙ୍କ ସିଟରେ ମଧ୍ୟ ବସୁଥିଲେ। ତେବେ ସେ ନିଜର ପରିଚୟ ବଦଳାଇଥିବାରୁ ଦୁଃଖିତ ନୁହଁନ୍ତି ବୋଲି ସେ କହିଛନ୍ତି। କିନ୍ତୁ ପରିବାର ସଦସ୍ୟ ଏବଂ ଗାଁର କିଛି ଲୋକ ଜାଣନ୍ତି ଯେ ମୁଥୁ ଜଣେ ମହିଳା।

ସେ ବର୍ତ୍ତମାନ ମୁଥୁ ଭାବେ ପରିଚିତ। ତାଙ୍କର ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ୍ ସବୁ ଏହି ନାଁରେ ଚାଲୁଛି। ବର୍ତ୍ତମାନ ତାଙ୍କ ଝିଅ ବିବାହ କରିସାରିଲେଣି। କିନ୍ତୁ ସେ ତାଙ୍କର ଏହି ପରିଚୟକୁ ବଦଳେଇବାକୁ ଚାହାନ୍ତି ନାହିଁ। ସେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଏହି ନାଁରେ ପରିଚିତ ହେବେ ବୋଲି କହିଛନ୍ତି।

Ajab Gajab Ajab Gajab News Interesting Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ