Advertisment

ଲୋକଲଜ୍ଜା ସହିନପାରି ବିଷ ପିଇ ଦେଲେ ବିବାହିତା ମହିଳା !

ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ବିବାହିତା ମହିଳା। ସେପଟେ ସମ୍ପୃକ୍ତ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ଵାରା ନିର୍ଧୂମ ମାଡ଼ ଖାଇଲେ ଯୁବକ।

ଅଦ୍ୟତନ ହୋଇଛି
Woman Commits Suicide In Ganjam

Woman Commits Suicide In Ganjam

Advertisment

ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ବିବାହିତା ମହିଳା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେପଟେ ସମ୍ପୃକ୍ତ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ଵାରା ଜଣେ ଯୁବକ ନିର୍ଧୂମ ମାଡ଼ ଖାଇଛନ୍ତି। ଏପରିକି ଗାଁରେ କଙ୍ଗାରୁ କୋର୍ଟରେ ବିଚାର କରାଯାଇ ଯୁବକଙ୍କୁ ଲଣ୍ଡା କରାଯିବା ସହ ଚୂନ କାଳି ବୋଳି ବେକରେ ଚପଲ ମାଳ ପକାଇ ଗ୍ରାମବାସୀ ଗାଁ ବୁଲାଇଥିଲେ। ଯୁବକ ଜଣକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତର ବାଗଲପୁର ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ତେନ୍ତୁଳିଆପଲ୍ଲୀ ଗାଁର ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା। ଯୁବକ ଜଣକ ମହିଳାଙ୍କୁ ଦେଖା କରିବାକୁ ଗତକାଲି ମଧ୍ୟରାତ୍ରରେ ତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ଗାଁଲୋକ ଯୁବକଙ୍କୁ ଅଟକ ରଖିଥିଲେ। ଏହାପରେ ଗାଁରେ କଙ୍ଗାରୁ କୋର୍ଟ କରି ଉକ୍ତ ଯୁବକଙ୍କୁ ଲଣ୍ଡା କରାଯିବା ସହ ଚୂନ କାଳି ବୋଳି ଗ୍ରାମବାସୀ ଚପଲ ମାଳ ପିନ୍ଧାଇ ଥିଲେ।  

ଖବରପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଧିକ ପଚରାଉଚରା ଚଳାଇଛି। ଅନ୍ୟପକ୍ଷେ, ଲୋକଲଜ୍ଜା ସହି ନ ପାରି ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ମେଡିକାଲ ଅଣା ଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment
Woman Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ