Advertisment

କୁକୁର ପରି ଭୁକି ଲକ୍ଷାଧିକ ଟଙ୍କା କମାଉଛନ୍ତି ମହିଳା

ଟଙ୍କା ରୋଜଗାର ପାଇଁ ଅଜବ କାମ କରୁଛନ୍ତି ଏହି ମହିଳା। କୁକୁର ହୋଇ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ଅଦ୍ୟତନ ହୋଇଛି
Woman chained act like dog

Woman chained act like dog

Advertisment

ଦୁନିଆରେ ଏମିତି ଅନେକ ଲୋକେ ଅଛନ୍ତି ଯେଉଁମାନେ ଟଙ୍କା ରୋଜଗାର କରିବା ନେଇ କିଛି କରିପାରନ୍ତି। ଟଙ୍କା ରୋଜଗାର ପାଇଁ ସେମାନେ ସବୁ ସ୍ତର ଡେଇଁ ଯାଇଥାନ୍ତି। ବେଳେବେଳେ ସେମାନେ ଏମିତି କିଛି ଅଦ୍ଭୁତ କାମ କରନ୍ତି ଯେ ଯାହା ସମସ୍ତଙ୍କୁ ଚକିତ କରିଦିଏ। ଜଣେ ଆମେରିକୀୟ ମହିଳା ଏଭଳି କିଛି କାମ କରି ବିଶ୍ୱ ପ୍ରସିଦ୍ଧ ହୋଇପାରିଛନ୍ତି। ସେ କୁକୁର ପରି ପୋଷାକ ପିନ୍ଧିବା ସହ କୁକୁର ପରି ମଧ୍ୟ ଭୁକନ୍ତି।

Advertisment

ଆମେରିକାର ୨୧ ବର୍ଷୀୟ ଜେନା, ଓନ୍ଲୀଫ୍ୟାନ୍ସ ୱେବ୍‌ସାଇଟ୍‌ରେ ପପି ଗର୍ଲ ଜେନା ଭାବରେ ପରିଚିତ। ସେ ଅନ୍‌ଲାଇନ୍‌ରେ ତାଙ୍କ ଭିଡିଓ ସେୟାର କରନ୍ତି। ଏହି ଭିଡିଓଗୁଡିକରେ ସେ କୁକୁର ପରି ଚେନ୍‌ରେ ବନ୍ଧା ହୋଇଥିବା ଦେଖାଯାଆନ୍ତି। ଖାଲି ସେ ଚେନ୍‌ରେ ବନ୍ଧା ହୋଇଥାନ୍ତି ତାହା ନୁହେଁ। ଏହା ସହ କୁକୁର ପରି ଭୁକନ୍ତି ଆଉ ଖାଦ୍ୟ ମାଗନ୍ତି। ଭୁକିବାର ଇସାରା ଦେଇ ମଧ୍ୟ ସେ ନିଜକୁ ବୁଲିବାକୁ ବାହାରକୁ ନେବାକୁ ଅନୁରୋଧ କରନ୍ତି। ଏହା କରି ସେ ଅନେକ ଟଙ୍କା ମଧ୍ୟ ରୋଜଗାର କରନ୍ତି। ବର୍ତ୍ତମାନ ତାଙ୍କୁ ଦେଖି ଅନେକ ଝିଅ ମଧ୍ୟ ଏହିପରି କରି ଟଙ୍କା ରୋଜଗାର କରୁଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁବତୀ କିଛି ମାସ ମଧ୍ୟରେ ଏହି ଉପାୟରେ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ସେ ସାଇଟ୍‌ରେ ନିଜର ଫଟୋ ଏବଂ ଭିଡିଓ ମଧ୍ୟ ବିକ୍ରି କରନ୍ତି, ଯେଉଁଥିରୁ ସେ ଅନେକ ଟଙ୍କା ରୋଜଗାର କରିନିଅନ୍ତି। ରିପୋର୍ଟ ଅନୁଯାୟୀ, ନିକଟରେ ସେ ତାଙ୍କ ଟିକ୍‌ଟକ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଏପର୍ଯ୍ୟନ୍ତ କରିଥିବା ତାଙ୍କର ସବୁ କାରନାମା ଠାରୁ ଆଉ ଏକ ପାଦ ଆଗକୁ ଯାଇ ରାସ୍ତାରେ କୁକୁରଙ୍କ ସହ ଲଢୁଥିବା ଦେଖାଯାଏ। ଏହି ଭିଡିଓରେ ସେ ମଧ୍ୟ ଚେନ୍‌ରେ ବନ୍ଧା ହୋଇଛନ୍ତି। ସେହିପରି ଆଉ ଜଣେ ମହିଳା ମଧ୍ୟ ତାଙ୍କ ସାମ୍ନାରେ ଚେନ୍‌ରେ ବନ୍ଧା ହୋଇଥିବା ନଜର ଆସନ୍ତି।

Advertisment

ରାସ୍ତାରେ ଯାଉଥିବା ଅନ୍ୟମାନେ ଏହି ପପି ଗାର୍ଲକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି। ତାଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଲୋକମାନେ ସେମାନଙ୍କର ମତାମତ ମଧ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେ କେଉଁ ଦୁନିଆରେ ଏହି ମହିଳା ବାସ କରୁଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି ଯେ ଏହାକୁ ଦେଖି ମଣିଷ ଓ ମଣିଷପଣିଆକୁ ଆଉଥରେ ସେଟ୍ କରିବା ଆବଶ୍ୟକ। କିଛି ଲୋକ କହୁଛନ୍ତି ଯେ ସେ କେବଳ ଟଙ୍କା ପାଇଁ ଏହି ମୂର୍ଖାମୀ କାମ କରୁଛନ୍ତି। ଅନ୍ୟ ଜଣେ ଥଟ୍ଟା କରି କହିଛନ୍ତି ଯେ କିଏ ନିଜ ପିଲାକୁ କିଏ ଏମିତି ବାହାରେ ଛାଡିଦିଏ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ